Posted inଖେଳ

ଯୁବରାଜଙ୍କ ନାଁରେ ମାମଲା ରୁଜୁ

ଭାରତର ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଦଳିତ ସମାଜ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ହରିୟାଣା ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଗତ ବର୍ଷ ଜୁନ ୧ରେ ଭାରତୀୟ ଦଳର ଓପନର୍‌ ଶର୍ମାଙ୍କ ସହ ଭିଡିଓ ଚାଟ୍‌ରେ ଯୁବରାଜ ସିଂ ୟୁଜବେନ୍ଦ୍ର ଚହଲଙ୍କ ପ୍ରତି ଥା ଅଶାଳୀନ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଚାଟ୍‌ର ଭିଡିଓ ଭାଇରାଲ ହେବା ପରେ ଯୁବରାଜ ସିଂଙ୍କୁ ମଧ୍ୟ କ୍ଷମା ମାଗିବାକୁ ପଡିଥିଲା। ହରିୟାଣା ପୋଲିସ ହିସାରର ପୋଲିସ ଷ୍ଟେଶନ ହାନସିରେ ଆଇପିସିର ଧାରା ୧୫୩, ୧୫୩ଏ, ୨୯୫, ୫୦୫ ବ୍ୟତୀତ ଏସସି/ଏସଟି ଆକ୍ଟର ଧାରା ୩ (୧) (ଆର୍‌) ଏବଂ ୩ (୧) (ଏସ୍‌) ଅନୁଯାୟୀ ଏକ ମାମଲା ଦାଖଲ କରିଛି। । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୧୧ରେ, ନ୍ୟାସନାଲ ଆଲାଏନ୍ସ ଏବଂ ଦଲିତ ମାନବ ଅଧିକାରର ସଂଯୋଜକ ରଜତ କଲସାନ ଏନେଇ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ସେ ଯୁବରାଜଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ୮ ମାସ ପରେ, ଯୁବରାଜଙ୍କ ବିରୋଧରେ ମାମଳା ପଞ୍ଜିକରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦ ପରେ ଯୁବରାଜ ସିଂ କ୍ଷମା ମାଗିଛନ୍ତି। ଗତ ବର୍ଷ ସେ ନିଜ ଟୁଇଟରରେ କ୍ଷମା ମାଗି ଲେଖିଥିଲେ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ କୌଣସି ପ୍ରକାର ଭେଦଭାବରେ ବିଶ୍ୱାସ କରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ, ୨୫।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ…

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?