Posted inଖେଳ

ଯୁବରାଜ ଭାରତର ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ: ସୋଏବ ଅଖତର

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପରେ ସୀମିତ ଓଭର କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍‌ ଓ୍ବିନର ଯୁବରାଜ ସିଂଙ୍କୁ ପ୍ରାକ୍ତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଅଭିନନ୍ଦନ ଜଣାଇଛନ୍ତି। ଭାରତ ପ୍ରସ୍ତୁତ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଯୁବରାଜ ସବୁଠାରୁ ଶ୍ରେଷ୍ଠ ବୋଲି ଅଖତର କହିଛନ୍ତି। ଏକ ୟୁ ଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତକାର ଅବସରରେ ସୋଏବ କହିଛନ୍ତି, ‘ଯୁବରାଜ ଜଣେ ରକ୍‌-ଷ୍ଟାର୍‌, ମ୍ୟାଚ୍‌ ଓ୍ବିନର, ମହାନ ଜୁନିୟର ଓ ମୋର ଭଲ ବନ୍ଧୁ। ତାଙ୍କ ପରି ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ ଭାରତ ଆଉ ପ୍ରସ୍ତୁତ କରିପାରି ନାହିଁ। ସେ ବହୁତ ସହଜରେ ଖେଳିଥାନ୍ତି’। ‘୨୦୦୩ ବିଶ୍ୱକପ୍‌ରେ ପ୍ରଥମଥର ଲାଗି ଯୁବରାଜଙ୍କ ବିପକ୍ଷରେ ଖେଳିଥିଲି। ସେ ଏହି ମ୍ୟାଚ୍‌ରେ ବହୁତ ଭଲ ଇନିଂସ ଖେଳିଥିଲେ। ମୁଁ ତାଙ୍କ ପାଖକୁ ଯାଇ କିଛି ବାର୍ତ୍ତାଳପ କରିଥିଲି ଏବଂ ଖେଳରେ ତାଙ୍କର ଗଭୀର ଜ୍ଞାନ ବିଷୟରେ ଜାଣି ବହୁତ ପ୍ରଭାବିତ ହୋଇଥିଲି’ ବୋଲି ଅଖତର ପ୍ରକାଶ କରିଛନ୍ତି। ୨୦୧୧ ବିଶ୍ୱକପ୍‌ ପ୍ରଦର୍ଶନ ଲାଗି ସେ ବହୁତ ବର୍ଷ ପର୍ଯ୍ୟନ୍ତ କ୍ରୀଡ଼ାପ୍ରେମୀଙ୍କ ସ୍ମୃତିରେ ରହିବେ। ସେହିଭଳି ୨୦୦୭ ଆଇସିସି ଟି୨୦ ବିଶ୍ୱକପ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଗୋଟିଏ ଓଭରରେ ମାରିଥିବା ୬ ଛକା ଅବିଶ୍ୱସନୀୟ ଥିଲା। ଏହିଭଳି ଖେଳ ମୁଁ ଆଗରୁ କେବେ ଦେଖି ନ ଥିଲି’ ବୋଲି ଏହି ପାକିସ୍ତାନ ସ୍ପିଡ୍‌ ଷ୍ଟାର୍‌ କହିଛନ୍ତି। ଅବସର ପରେ ଭବିଷ୍ୟତ ପାଇଁ ଯୁବରାଜଙ୍କୁ ଅଖତର୍‌ ଅଭିନନ୍ଦନ ମଧ୍ୟ ଶେଷକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ମେସିନ ଭିତରେ ପଶିଗଲା ଚାଷୀଙ୍କ ମୁଣ୍ଡ-ଗୋଡ଼, ତାପରେ…

ପଟ୍ଟାଙ୍ଗି,୨୩ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନସ୍ଥ ରାଲେଗଡା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ନିଜ ଚାଷଜମିରେ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର

ବାରିପଦା,୨୩।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ପାଣ୍ଠ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ ବାଇକ୍‌…

କାର୍ତ୍ତିକ ମାସ ଶେଷ ସୋମବାର, ବଟେଶ୍ଵର ଶୈବପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୨୩ା୧୧(ବିଦ୍ୟାଧର ସାହୁ ): ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରେ…

‘ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ’

ପୂର୍ବ ହିମାଳୟର ବିରଳ ତଥା ସଂକଟାପନ୍ନ ଜୈବ ବିବିଧତାର ସୁରକ୍ଷା କ୍ଷେତ୍ରରେ ଡ. ବରଖା ସୁବ୍ବା ଏକ ପରିଚିତ ନାମ। ଦାର୍ଜିଲିଂର ଚା’ ବଗିଚା ଏବଂ ଘଞ୍ଚ…

ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୭୦୬ ସରକାରୀ ବାବୁ

ଭୁବନେଶ୍ୱର,୨୩।୧୧: ବିଧାନସଭା ଶୀତ ଅଧିବେଶନରେ ସୋମବାର ପ୍ରତାପ କେଶରୀ ଦେବଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲିଖିତ…

ACF ସୌମ୍ୟଙ୍କ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ

ଭୁବନେଶ୍ୱର,୨୩ା୧୧: ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ବଡ଼ା ଝଟକା ଲାଗିଛି । ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ପାରଳାଖେମୁଣ୍ଡି IIC…

ବାଲେନ ଶାହଙ୍କ ଦୂରଦୃଷ୍ଟିକୁ ମୋଦିଙ୍କ ପ୍ରଶଂସା, କହିଲେ ନେପାଳ ବିନା ଆମ ରାମ ଅଧୁରା

ନୂଆଦିଲ୍ଲୀ,୨୩ା୧୧: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ପ୍ରଥମ ରାଜକୀୟ ଭାରତ ଗସ୍ତ ଅବସରରେ ଭାରତ-ନେପାଳ ସମ୍ପର୍କକୁ ନୂଆ ଦିଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ସୋମବାର…

ଛତ୍ରପୁରରେ ବାତ୍ୟା-ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କ୍ଷତିପୂରଣରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୨୩।୧୧(ଦିଲୀପ ସାମଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଗଞ୍ଜାମ ଚିଲା ଗସ୍ତରେ ଆସି ବାତ୍ୟା ଏବଂ ବନ୍ୟା ଯୋଗୁ ଜିଲାରେ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?