ଯୁବତୀଙ୍କ ବେକ କାଟି ହତ୍ୟା ଉଦ୍ୟମ:ଗୁରୁତର ଅବସ୍ଥାରେ ମାଲକାନଗିରିରେ ଚିକିତ୍ସାଧୀନ

କାଲିମେଳା,୨୪ା୪(ଡି.ଏନ.ଏ.)-ମାଲକାନଗିରି ଜିଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମଭି-୮୨ ଗ୍ରାମରେ ଗତ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ବେକ କାଟି ଦେଇଥିବା ଜଣାପଡିଛି। ଯୁବତୀ ଜଣକ ହେଉଛନ୍ତି ଏମଭି-୮୨ ଗ୍ରାମର ପ୍ରଣବ ହାଲଦାରଙ୍କ ଝିଅ ପ୍ରିୟଙ୍କା ହାଲଦାର (୨୦)। ଏବେ ଗୁରୁତର ଅବସ୍ଥାରେ ମାଲାକନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣା ନେଇ ମୋଟୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ମୋଟୁ ଥାନା ଅଧିକାରୀ ରଘୁନାଥ ମାଝି ଖବର ପାଇ ଯୁବତୀଙ୍କ ଏମଭି-୮୨ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ମାଲକାନଗିରିରେ ଯୁବତୀଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିବା ମାଝି କହିଛନ୍ତି। ଖବରରୁ ଜଣାପଡିଛି ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ଯୁବତୀ ଜଣକ ବାହାରକୁ ଶୌଚ ପାଇଁ ବାହାରିଥିବା ବେଳେ ହଠାତ ୩/୪ ଜଣ ଯୁବକ ପ୍ରିୟଙ୍କାଙ୍କୁ ଆକ୍ରମଣ କରି ତାଙ୍କ ମୁହଁରେ କପଡା ବାନ୍ଧି ଘରଠାରୁ କିଛି ଦୂର ନେଇ ଯାଇଥିଲେ ା ଏକ ନିଛାଟିଆ ସ୍ଥାନରେ ସେମାନେ ଏକ ଧାରୁଆ ଅସ୍ତ୍ରରେ ପ୍ରଥମେ ତାଙ୍କ ହାତ କାଟିଦେବା ସହ ପରେ ବେକ କାଟି ଦେଇ ଫେରାର ହୋଇଯାଇଥିଲେ ା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ସେଠାରୁ ଉଦ୍ଧାର କରି ପ୍ରଥମେ ଏମଭି-୭୯ ପରେ ମାଲାକନଗିରି ମେଡିକାଲକୁ ନେଇଥିଲେ। ଘଟଣା କଣ ପାଇଁ ଘଟିଛି ଜଣାପଡି ିନ ଥିବା ବେଳେ ପ୍ରେମଜନିତ କାରଣରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟଯେ, ପ୍ରିୟଙ୍କାଙ୍କ ବାପା ଆନ୍ଧ୍ରରେ ରହି କାମ କରୁଛନ୍ତି। ଗ୍ରାମରେ ତାଙ୍କ ପରିବାରବର୍ଗ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଦାଳ ଚୋଟରେ ANM ଭାଇବୋହୂଙ୍କ ଜୀବନ ନେଇ ଥାନାରେ ଆତ୍ମସମର୍ପଣ କଲେ ଦେଢ଼ଶୁର

ରାୟଗଡ଼ା/କଲ୍ୟାଣସିଂପୁର,୧୮ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଢ଼ଶୁରଙ୍କ କୋଦାଳ ଚୋଟରେ ANM ଥିବା ଭାଇବୋହୂଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା କଲ୍ୟାଣିସଂପୁର ଥାନା ଅନ୍ତର୍ଗତ ଡେପାଗୁଡ଼ା...

ମାଡ଼ିଗଲା ଟ୍ରେନ୍‌: ଜଣେ ମୃତ, ୨ ଗୁରୁତର

ରାୟଗଡ଼ା,୧୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଟ୍ରେନ୍‌ ନମ୍ବର ୫୮୫୨୮ ରେଳଷ୍ଟେଶନ ପୂର୍ବରୁ ୩ ନମ୍ବର...

ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର

କଲ୍ୟାଣସିଂହପୁର,୧୩ା୭(ଦୀପକ କୁମାର ପରିଡ଼ା): ଟ୍ରେନରେ ଯିବା ସମୟରେ ଖସିପଡ଼ି ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶନିବାର...

ମାଓବାଦୀ କହି ମାଗୁଥିଲେ ଚାନ୍ଦା: ୨ ଯୁବକଙ୍କ ସହ ନାବାଳକଙ୍କୁ ଧରିଲା ପୋଲିସ

ରାୟଗଡ଼ା,୧୨।୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ନିୟମଗିରି ମାଓବାଦୀ ନାଁରେ ଧମକ ଦେଇ ଚାନ୍ଦା ମାଗୁଥିବା ୨ଜଣ ଯୁବକ ଓ ଜଣେ ନାବାଳକଙ୍କୁ ଦୋରାଗୁଡ଼ା ପୋଲିସ...

ପ୍ରେମୀ ଯୁଗଳଙ୍କୁ ଜୁଆଳି ପକାଇ ବୁଲାଇଥିଲେ ହଳ, ପରେ ଏବେ …

ରାୟଗଡ଼ା/କଲ୍ୟାଣସିଂହପୁର,୧୨।୭(ଆଶିଷ ରଞ୍ଜନ ପଣ୍ଡା): ପ୍ରେମୀ ଯୁଗଳଙ୍କୁ ଜୁଆଳି ପକାଇ ବଳଦ ବଦଳରେ ହଳ କରାଇବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିଖୋଜ ପ୍ରେମୀ...

ପିଉସୀ-ପୁତୁରାଙ୍କ ପ୍ରେମସମ୍ପର୍କକୁ ବିରୋଧ: ଦଣ୍ଡ ପୂର୍ବକ ଚାଷଜମିରେ ବଳଦ ଭାବେ ହଳ କରାଇଲେ ଗ୍ରାମବାସୀ

ରାୟଗଡ଼ା,୧୧ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରି ପ୍ରେମୀଯୁଗଳଙ୍କୁ ଚାଷଜମିରେ ହଳ କରି...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, କଡ଼ାସୁରକ୍ଷାରେ ଚାଲିଛି ଗଣତି

ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri