ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ଅନୁଗୋଳ ଅଫିସ୍‌, ୧୭।୩

ଅନୁଗୋଳ ଜିଲା କିଶୋରନଗର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଗଁାର ଜଣେ ଲୋକ ପ୍ରତିନିଧି ମଧ୍ୟପ୍ରଦେଶ ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଯୁବତୀଙ୍କ ପରିବାର ଅନୁଗୋଳ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, କିଶୋରନଗର ଅଞ୍ଚଳରୁ ବାହାର ରାଜ୍ୟକୁ ଯୁବତୀ ଓ ମହିଳାଙ୍କୁ ଚାଲାଣ କରାଯାଉଛି। ଗତ ୭ ତାରିଖରେ ସମ୍ପୃକ୍ତା ଯୁବତୀଙ୍କ ମା’ ବାପା ଘରେ ନ ଥିବାବେଳେ ସ୍ଥାନୀୟ ଲୋକପ୍ରତିନିଧି ଓ ତାଙ୍କର କିଛି ମହିଳା ସହଯୋଗୀ ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରି ଦେଇଛନ୍ତି। ଏ ନେଇ କିଶୋରନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କର୍ଣ୍ଣପାତ କରୁ ନ ଥିବା ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ସେହି ଅଞ୍ଚଳର ଅନ୍ୟ ଜଣେ ଯୁବତୀ, ଜଣେ ମହିଳାଙ୍କ ସମେତ ମୋଟ ୫ ଜଣଙ୍କୁ ମଧ୍ୟ ବାହାରକୁ ଚାଲାଣ କରାଯାଇଥିବା ସମ୍ପୃକ୍ତ ଅଞ୍ଚଳର ମହିଳାମାନେ ଏସ୍‌ପିଙ୍କୁ ଜଣାଇଛନ୍ତି। ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ସହ ଯୁବତୀମାନଙ୍କୁ ଫେରାଇ ଆଣିବାକୁ ଅଞ୍ଚଳର ମହିଳାମାନେ ଏସ୍‌ପିଙ୍କୁ ନିବେଦନ କରିଛନ୍ତି। ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିପିଲି ଉପନିର୍ବାଚନ: ବିଶ୍ୱକେଶନ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ଶେଷରେ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାମ ଉପରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)...

ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୭,୦୪୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

‘ଇନ୍‌ଟାଞ୍ଜିବଲ କଲ୍‌ଚରାଲ ହେରିଟେଜ୍‌’ ତାଲିକାରେ ଓଡ଼ିଶାର ୩ ପରମ୍ପରା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ‘ଇନ୍‌ଟାଞ୍ଜିବଲ କଲ୍‌ଚରାଲ ହେରିଟେଜ୍‌’ ତାଲିକାରେ ଭାରତ ସରକାର ଓଡ଼ିଶାର ୩ ସାଂସ୍କୃତିକ ପରମ୍ପରାକୁ ସାମିଲ କରିଛନ୍ତି। ସେଗୁଡିକ ହେଲୋ ମାଣବସା ଗୁରୁବାର, ଛଉନୃତ୍ୟ ଏବଂ...

ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି,...

କାଜୁ ଉତ୍ପାଦନ, ପ୍ରକ୍ରିୟାକରଣ, ରପ୍ତାନିକୁ ଗୁରୁତ୍ୱ: ୨୩ରେ ଓଡ଼ିଶାରେ ହେବ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ସାରା ଦେଶରେ ଓଡ଼ିଶା ଅନ୍ୟତମ ପ୍ରମୁଖ କାଜୁ ବାଦାମ ଉତ୍ପାଦନ କରୁଥିବା ରାଜ୍ୟ। କାଜୁ ପୁଷ୍ଟିସାର ଜାତୀୟ ଖାଦ୍ୟ ହୋଇଥିବାରୁ ଏହାର ଦେଶ,ବିଦେଶରେ ଚାହିଦା...

ଆଜି ରାଜ୍ୟରୁ ୧୨୮ ଆକାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ୨୨ ଶିଶୁ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୬୧୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

‘ସହରାଞ୍ଚଳ ବିକାଶରେ ଓଡ଼ିଶା ହେବ ରୋଲ୍‌ ମଡେଲ’

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଗୁରୁବାର ଭୁବନେଶ୍ୱର ଉପକଣ୍ଠର ୪ଟି ଗାଁ ସହଜପୁର, ନରଗୋଦା, ସଜୁପୁଟ ଓ ପାଇକରାପୁର ଗ୍ରାମବାସୀଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା...

Advertisement
Archives

Model This Week