ଧର୍ମଶାଳା,୨୧|୬(ଡି.ଏନ୍.ଏ.)- ଧର୍ମଶାଳା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗରେ ଗୁରୁବାର ପୋଲିସ ଜଣେ ଯୁବକଙ୍କୁ ଗିରଫକରି ଚଣ୍ଡିଖୋଲ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ଜାଲଶୁଖା ଗ୍ରାମର କାର୍ତ୍ତିକ ଦେହୁରୀ (୨୧)। ପ୍ରକାଶ ଯେ, ବୁଧବାର ରାତିରେ କାର୍ତ୍ତିକ ଉକ୍ତ ଯୁବତୀଙ୍କ ଘରେ ପଶି ଅସଦାଚାରଣ କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ପାଟି କରିବାରୁ କାର୍ତ୍ତିକ ଫେରାର୍ ହୋଇଯାଇଥିଲେ। ଏ ନେଇ ଯୁବତୀ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୨୭୦/୧୯) ରୁଜୁକରି କାର୍ତ୍ତିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ଢାବା ମାଲିକ ରବୀନ୍ଦ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଭଉଣୀଙ୍କୁ ନିର୍ଯାତନା, ପରକୀୟା ପ୍ରୀତି ଯୋଗୁ ହତ୍ୟା
ଯାଜପୁର ଅଫିସ/କୋରେଇ(ନି.ପ୍ର.), ୪ା୮: ଯାଜପୁର ଜିଲା ପାଣିକୋଇଲି ବସଷ୍ଟାଣ୍ଡ ରେଷ୍ଟସେଡ ନିକଟରେ ଥିବା ଢାବା ମାଲିକ ରବୀନ୍ଦ୍ର ସାହୁ (୩୧) ହତ୍ୟା ଘଟଣାର ଶନିବାର ପର୍ଦ୍ଦାଫାଶ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ ଆକ୍ରାନ୍ତ, ସମସ୍ତେ ଯାଜପୁରର
ଭୁବନେଶ୍ୱର,୧୨।୫(ବ୍ୟୁରୋ)-ରାଜ୍ୟରେ ମଙ୍ଗଳବାର ସାରେ ଆଉ ୩୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତେ ଯାଜପୁର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ଲାଞ୍ଚ ଟଙ୍କା ସହ ହସ୍ତଶିଳ୍ପ ବିଭାଗ ସହ-ନିର୍ଦ୍ଦେଶକ ଧରାପଡ଼ିଲେ
ଯାଜପୁର ଅଫିସ/ ଯାଜପୁର ଟାଉନ,୧୯।୧(ଡି.ଏନ.ଏ.): ଯାଜପୁର ଜିଲା ହସ୍ତଶିଳ୍ପ ବିଭାଗର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ଏମ୍ସିଏମ୍(ମାଷ୍ଟର ଅଫ୍ କ୍ରାଫ୍ଟମ୍ୟାନ୍) ଲକ୍ଷ୍ମୀପ୍ରିୟା ମହାରଣା ଯାଜପୁର...
ବିଦ୍ୟାଳୟରେ ପାଞ୍ଚ ମାସ ମଧ୍ୟାହ୍ନ ଭୋଜନ ବନ୍ଦ: ଜିଲାପାଳଙ୍କ ନିକଟରେ ଅଭିଯୋଗ କଲା ପରିଚାଳନା କମିଟି
ବରୀ,୨|୮(ସ୍ବ.ପ୍ର)- ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତର କ୍ଷେମେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚ ମାସ ହେବ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ଗୁରୁବାର ଯାଜପୁର ଜିଲାପାଳଙ୍କ...

ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସହ ବରୀର ୪ଜଣଙ୍କ ଲିଙ୍କ
ବରୀ,୧୫।୪(ସ୍ବ.ପ୍ର): ଯାଜପୁରର ଦ୍ୱିତୀୟ କରୋନା ପଜେଟିଭଙ୍କ ସହିତ ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କର ଲିଙ୍କ ଥିବା ଜଣାପଡିଛି। ଏନେଇ ବରୀ ଅଞ୍ଚଳବାସୀ ଅଧିକ ସଚେତନ...

ତୃଣମୂଳସ୍ତରରେ ୫-ଟିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ:ସରକାରୀ ସହାୟତାରୁ ବଞ୍ଚିତ ବିଧବା
ରସୁଲପୁର/ଯାଜପୁର ଟାଉନ, ୨-୯(ଡିଏନଏ)- ରାଜ୍ୟ ସରକାର ଜନସାଧାରଣଙ୍କ ହିତରେ ୫-ଟି (ଟାଇମ୍, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫର୍ମରମେଶନ) ଫର୍ମୁଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ...

ନାବାଳିକାଙ୍କୁ ଅପହରଣ, ହତ୍ୟା ମାମଲା: ତଦନ୍ତ ଆରମ୍ଭ, ଅଭିଯୁକ୍ତ କୋର୍ଟ ଚାଲଣ
ରସୁଲପୁର, ୪ା୮(ଡିଏନଏ): ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ଗ୍ରାମର ତ୍ରିଲୋଚନ ଭୋଇଙ୍କ ଘରୁ ଶୁକ୍ରବାର ପୂର୍ବାହ୍ନରେ କୁଆଖିଆ ଥାନା ପୋଲିସ ପକ୍ଷରୁ ଜଣେ ନାବାଳିକା...

ବିସ୍ଫୋରକ ବ୍ୟବସାୟ ପ୍ରତି ଅନୁକମ୍ପା
ଯାଜପୁର ଅଫିସ,୮।୧୦: ଦୁଇ ଦଶନ୍ଧି ହେଲା ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳ ବାରୁଦ ଗଦାରେ ପରିଣତ ହୋଇଛି। ଦିନରାତି ବିସ୍ଫୋରକ ଡିଟୋନେଟର ବ୍ଲାଷ୍ଟିଂ ଚାଲି...