ଯୁବକଙ୍କ ହତ୍ୟା କରି ପୋଖରୀରେ ଫିଙ୍ଗିଲେ

ଶେରଗଡ଼, ୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ଉକ୍ତ ଗ୍ରାମର ଅକୃର ନାହାକ(୩୨)। ଶେରଗଡ଼ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ଘଟଣାସ୍ଥଳରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଶେରଗଡ଼ ଥନାାଧିକାରୀ ରମେଶ ଚନ୍ଦ୍ର ଦାସ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶେରଗଡ଼ ଥାନା କେଶ ନଂ ୪୬/୨୦ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରିଛି।

ସନ୍ଧ୍ୟାରେ ଖାଇ ସାରିବା ପରେ ଅକୃର ଗାଁ ଛକ ଚଉରା ପାଶର୍‌ବରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ କାତିରେ ଆକ୍ରମଣ କରିବା ପରେ ତାଙ୍କ ଜଙ୍ଘକୁ ହାଣି ଦେଇଛନ୍ତି। ଏପରିକି ହତ୍ୟା କରିବା ପରେ ମୃତଦେହକୁ ନିକଟରେ ଥିବା ପୋଖରୀକୁ ଫିଙ୍ଗିଦେଇ ଫେରାର ହୋଇ ଯାଇଥିବା ପୋଲିସ ସନ୍ଦେହ କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ସାରି ଫେରିଛନ୍ତି। ପ୍ରାଥମିକ ତଦନ୍ତରୁ ହତ୍ୟା କରିବା ନିମନ୍ତେ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଥିବା ଏସ୍‌ଡିପିଓ ପ୍ରଧାନ କହିଛନ୍ତି। ପୂର୍ବ ଶତ୍ରୁତା ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ ଅନୁମାନ କରିଛି। ତଦନ୍ତ ଜାରି ରହିଛି । ଶୀଘ୍ର ହତ୍ୟାର କାରଣ ଓ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର୍, ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର,୨୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଢେଙ୍କାନାଳରୁ ଘଟଗାଁ ଯାଉଥିବା ବେଳେ ରାସୋଳ ଗ୍ରାମ…

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ଶିଶୁ ସୁରକ୍ଷା ଅଭିଯାନ, ଟାଣଖରାରେ ଖଟୁଛନ୍ତି ଶିଶୁଶ୍ରମିକ

ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶିଶୁଶ୍ରମିକ ନିରୋଧ ଯୋଜନା ଫେଲ୍‌ ମାରୁଛି। ପ୍ରତି ମାସରେ ଏନେଇ ଟାସ୍କ ଫୋର୍ସର ଘନଘନ ବୈଠକ ସତ୍ତ୍ୱେ…

୨୫ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା, ବିଧାୟକ ଅସ୍ଥାୟୀ ମଣ୍ଡପରେ ପହଞ୍ଚି…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର। ଗୁରୁବାର ଯାତ୍ରାର ୨୫ଦିନ ଅବସରରେ…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri