ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ

ଅତାବିରା,୧୪ା୬(ଡି.ଏନ୍‌.ଏ.) : ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ତଲିଟାମ୍ପରସରା ଗ୍ରାମର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ବଳରାମ ସେଟ୍‌(୧୮)। ସେ ଗୁରୁବାର ସନ୍ଧ୍ୟାରେ ତଲିଟାମ୍ପରସରା ଗ୍ରାମର ରାଜୀବ ବିଶ୍ୱାଳଙ୍କ ଦୁଗ୍ଧ ନେଇ ଲରମ୍ଭା ଦୁଗ୍ଧ ଉତ୍ପାଦନ କେନ୍ଦ୍ରକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ବଡ଼ବନ୍ଧ ନିକଟରେ ସେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବ୍ରଜପାତରେ ବଳରାମଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସେ ପଡ଼ିଥିବା ସ୍ଥାନରେ ରକ୍ତ, ବାଇକର ମିରର୍‌ କାଚ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ବଳରାମଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି ନା ବଜ୍ରପାତ ନା ଆଉ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସମ୍ପାଦକ ବିଜୟ କୁମାର ତ୍ରିପାଠୀଙ୍କୁ ପଚରାଯିବାରୁ ବଳରାମ ଗୁରୁବାର ରାତି ପ୍ରାୟ ୮ଟାରେ ସମିତିକୁ ଦୁଗ୍ଧ ଆଣିଥିବା କହିଛନ୍ତି। ଏନେଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri