ଯୁକ୍ତ ୨ ପଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି ଛାତ୍ରୀଛାତ୍ର : ବଢୁଛି କଲେଜ, କମୁଛନ୍ତି ପିଲା

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜ୍ୟରେ ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ସଂଖ୍ୟା ବଢୁଛି। ହେଲେ ସେହି ଅନୁପାତରେ ପିଲା ହେଉନାହାନ୍ତି। ମାଟ୍ରିକ୍‌ରେ ପାସ୍‌ ହାର ହ୍ରାସ ସାଙ୍ଗକୁ ସାଧାରଣ ପାଠ୍ୟକ୍ରମରେ ପିଲାଙ୍କ ଅନାଗ୍ରହ ଯୋଗୁ ପ୍ରତିବର୍ଷ ଲକ୍ଷାଧିକ ସିଟ୍‌ ଖାଲିପଡୁଛି। ୪ରୁ ୫ବର୍ଷ ତଳେ ୧୪୦୦ ଯୁକ୍ତ ୨ କଲେଜ ରହିଥିବା ବେଳେ ଏବେ କଲେଜ ସଂଖ୍ୟା ୧୬୦୦ ଟପିଲାଣି। ତେବେ ସ୍ଥିତିରେ କିଛି ବି ସୁଧାର ଆସୁନି। କିଛିବର୍ଷ ତଳେ ଜାରି ରହିଥିବା ସ୍ଥିତି ଏଥର ଆହୁରି ଭୟଙ୍କର ହୋଇଯାଇଛି। ଏହା ମଧ୍ୟରେ ଯୁକ୍ତ ୨ ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଗୁରୁବାରଠାରୁ ସ୍ପଟ୍‌ ଆଡ୍‌ମିଶନ ଆରମ୍ଭ ହୋଇଛି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ୧୯୮୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଲେଜ), ସେଲ୍‌ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ କଲେଜରେ ମୋଟ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ରହିଛି। ସେଥିମଧ୍ୟରୁ ୩ ଲକ୍ଷ ୧୦ ହଜାର ୭୬୯ ସିଟ୍‌ ପୂରଣ ହୋଇଛି। ଏବେବି ଆହୁରି ୧ ଲକ୍ଷ ୩୭ ହଜାର ୬୮୨ ସିଟ୍‌ ଖାଲିପଡ଼ିଛି।
କଳା ବିଭାଗରେ ୨ ଲକ୍ଷ ୩୯ ହଜାର ୬୬ଟି ସିଟ୍‌ ରହିଥିବା ବେଳେ ସେଥିମଧ୍ୟରୁ ୨ଲକ୍ଷ ୪ ହଜାର ୪୬୪ ସିଟ୍‌ ପୂରଣ ହୋଇଛି। ଆହୁରି ୩୪, ୬୦୨ ସିଟ୍‌ ଖାଲିପଡ଼ିଛି। ସେହିଭଳି ବିଜ୍ଞାନ ବିଭାଗରେ ସର୍ବାଧିକ ସିଟ୍‌ ଖାଲି ରହିଛି। ବିଜ୍ଞାନରେ ମୋଟ ୧ଲକ୍ଷ ୪୪ ହଜାର ୨୨୨ ସିଟ୍‌ ରହିଥିବା ବେଳେ ୭୬, ୨୩୩ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଆହୁରି ୬୭ ହଜାର ୯୮୯ ସିଟ୍‌ ବଳକା ରହିଛି। ଅନୁରୂପ ଭାବେ ବାଣିଜ୍ୟ ବିଭାଗରେ ୫୦ ପ୍ରତିଶତରୁ ଅଧିକ ସିଟ୍‌ ବଳକା ରହିଛି। ମୋଟ ୪୪, ୫୧୫ ସିଟ୍‌ ମଧ୍ୟରୁ ୨୦, ୬୧୪ ସିଟ୍‌ ପୂରଣ ହୋଇଛି। ଆହୁରି ୨୩, ୯୦୧ ସିଟ୍‌ ଖାଲି ରହିଥିବା ଜଣାପଡ଼ିଛି। ସଂସ୍କୃତରେ ଥିବା ୧୧, ୩୧୨ ସିଟ୍‌ ମଧ୍ୟରୁ ମାତ୍ର ୫, ୪୬୦ ସିଟ୍‌ ପୂରଣ ହୋଇଛି ଓ ୫ , ୮୫୨ ସିଟ୍‌ ଖାଲି ରହିଛି। ତେବେ ଧନ୍ଦାମୂଳକ ଶିକ୍ଷାରେ ଅଧିକ ପ୍ରତିଶତ ସିଟ୍‌ ଖାଲିରହିଛି। ଏହି ବିଭାଗରେ ୯, ୩୩୬ ସିଟ୍‌ ରହିଥିବା ବେଳେ ୩, ୯୯୮ ପୂରଣ ହୋଇଛି। ଏବେ ବି ୫, ୩୩୮ ସିଟ୍‌ ଖାଲି ପଡ଼ିଥିବା ସାମ୍‌ସ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ବାଣିଜ୍ୟ ପଢିବାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଉ ପୂର୍ବଭଳି ଆଗ୍ରହ ଦେଖିବାକୁ ମିଳୁନି। ଏହି ବିଭାଗରେ ବହୁ ସିଟ୍‌ ଖାଲିପଡୁଛି। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ମଧ୍ୟ ଚିନ୍ତାରେ ପଡିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ବୌଦ୍ଧ ଜିଲାରେ ବାଣିଜ୍ୟରେ ମାତ୍ର ୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଏଠାରେ ମୋଟ ୧୨୮ ସିଟ୍‌ ରହିଥିବା ବେଳେ ୧୨୩ ସିଟ୍‌ ଏବେ ବି ଖାଲିପଡ଼ିଛି। ଦେବଗଡ଼ ଜିଲାରେ ବାଣିଜ୍ୟ ବିଭାଗରେ ମାତ୍ର ୬୪ ସିଟ୍‌ ରହିଛି। ସେଥିମଧ୍ୟରୁ ୨୦ଟି ପୂରଣ ହୋଇଥିବା ବେଳେ ୪୪ ଖାଲିପଡ଼ିଛି। ସୋନପୁର ଜିଲାରେ ବି ବାଣିଜ୍ୟରେ ଥିବା ୩୭୯ ସିଟ୍‌ ମଧ୍ୟରୁ ୯୪ ପୂରଣ ହୋଇଛି। ୨୮୫ ଏବେବି ଫାଙ୍କା ପଡ଼ିଛି। ଏପଟେ କନ୍ଧମାଳ ଜିଲାରେ ବିଜ୍ଞାନରେ ଥିବା ୧୩୩୮ ସିଟ୍‌ ମଧ୍ୟରୁ ମାତ୍ର ୩୬୮ ପୂରଣ ହୋଇଥିବା ବେଳେ ୯୭୦ ସିଟ୍‌ ଖାଲିରହିଛି। ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଅଧିକାଂଶ ଜିଲାରେ ୧୦ ପ୍ରତିଶତ ସିଟ୍‌ ବି ପୂରଣ ହୋଇପାରିନାହିଁ। ୨୭ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ଚାଲିବାକୁ ଥିବାରୁ ଆଉ କିଛି ସିଟ୍‌ ପୂରଣ ହେବ ବୋଲି ଆଶା କରାଯାଉଛି। ଜୁଲାଇ ୨୯ରୁ ଯୁକ୍ତ ୨ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri