ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ପାପଡ଼ାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୃଗବିହାର ନିକଟରେ ଶନିବାର ଏକ ଘରୋଇ ବସ୍‌ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ଆହତଙ୍କ ସଂଖ୍ୟା୨୫କୁ ବୃଦ୍ଧି ପାଇଛି। ତେବେ ସେଥିମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପାପଡ଼ାହାଣ୍ଡି ଚିକିତ୍ସାଳୟରୁ ନବରଙ୍ଗପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପୋକ୍‌ଲିନ ସାହାଯ୍ୟରେ ବସଟିକୁ ଉଠାଯାଇଥିବା ବେଳେ ଗୋଟିଏ ଗାଈ ଓ ବାଛୁରୀର ମୃତଦେହ ମିଳିଛି ।
ସୂଚନାଯୋଗ୍ୟ, ବସ୍‌ ଜଗା କାଳିଆ (ଓଡି-୧୦ସି-୧୧୧୪ ) ଜୟପୁରରୁ ପାପଡାହାଣ୍ଡି ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଜାରି ରଖିଛନ୍ତି। ବସ ସାମ୍ନାକୁ ଗୋରୁ ଚାଲିଆସିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ପିଅନଙ୍କୁ କରୋନା

ଚିତ୍ରଡ଼ା,୨୨ା୭(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳର ଜଣେ ପୋଷ୍ଟ ପିଅନ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି।...

ମହିଳାଙ୍କ ଉପରେ ଢାଳି ଦେଲେ ଗରମ ପେଜ

ଖଇରା, ୩ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଶ୍ବଶୁର ଘର ଲୋକେ ସୋମବାର ଗରମ ପେଜ ଢାଳି ମାରିବାକୁ ଉଦ୍ୟମ କରିଥିଲେ। ଖଇରା...

ପୁଅ ହତ୍ୟାକାରୀଙ୍କୁ ଗିରଫ ଦାବି ଅତିରିକ୍ତ ଏସ୍‌ପିଙ୍କୁ ଭେଟିଲେ ମା’

ଛତ୍ରପୁର,୨୦ା୮(ଡି.ଏନ.ଏ)-କବିସୂର୍ଯ୍ୟନଗର ଥାନା ଆଠଗଡପାଟଣା ଗ୍ରାମର ଶୋଭା ସେଠୀ ସୋମବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କ ସାନପୁଅର ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଦାବି...

ଦିଶା ବୈଠକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ

ନୟାଗଡ଼ ଅଫିସ/ଗଣିଆ (ଡି.ଏନ୍‌.ଏ.),୨୩ା୧: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ଡାକବଙ୍ଗଳାଠାରେ ବୁଧବାର ଡିଷ୍ଟ୍ରିକ୍ଟ ଡେଭଲପ୍‌ମେଣ୍ଟ କୋ ଅର୍ଡ଼ିନେସନ୍‌ ଆଣ୍ଡ ମନିଟରିଂ କମିଟି (ଦିଶା) ବୈଠକ...

ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଅସ୍ତ୍ରୋପଚାର ଘଟଣା : କ୍ଷତିପୂରଣ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧।୧୧ବ୍ୟୁରୋ) : ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ (ଭିମ୍‌ସାର) ଦନ୍ତ ବିଭାଗରେ ଏଚ୍‌ଆଇଭି ସଂକ୍ରମିତ ଉପରକରଣରେ ୧୨ଜଣ...

ମାନସିକ ବିକୃତ ମହିଳାଙ୍କୁ ଥଇଥାନ କେନ୍ଦ୍ରକୁ ପଠାଗଲା

ଧର୍ମଗଡ଼,୯।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ବୁଲୁଥିବା ଜଣେ ମାନସିକ ବିକୃତ ମହିଳାଙ୍କୁ ଧର୍ମଗଡ଼ସ୍ଥିତ ଏକ ଥଇଥାନ କେନ୍ଦ୍ରକୁ ଶୁକ୍ରବାର ହସ୍ତାନ୍ତର କରାଯାଇଛି। ମାନସିକ ବିକୃତି...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ଖପୁରି

ପୁରୀ ଅଫିସ,୨୩ା୨: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ମଣିଷ ଖପୁରି। ଟାଉନ ହଲ୍‌ ପଟୁ ସାଇ ମନ୍ଦିର ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ...

ପାଟପୁର ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟପୁର,୧୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ପୋଲିସ କର୍ମଚାରୀ କରୋନା ଲକ୍‌ଡାଉନ୍‌ ସମୟରେ ଗରିବ ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ପାଟପୁର ଥାନାଧିକାରୀ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *