ଯାଜପୁର ଜିଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ : ବ୍ରହ୍ମବରଦା ଅଞ୍ଚଳ ସିଲ

ଯାଜପୁର ଅଫିସ/ରସୁଲପୁର,୪।୪(ଡି.ଏନ.ଏ.)-ଯାଜପୁର ଜିଲା ବ୍ରହ୍ମବରଦାରେ ଶୁକ୍ରବାର ରାତିରେ ଜଣେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପରେ ବ୍ରହ୍ମବରଦା ଅଞ୍ଚଳକୁ ସିଲ କରି ଦିଆଯାଇଛି ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ଜିଲା ପ୍ରଶାସନର ଏକ ଉଚ୍ଚସ୍ତରୀୟ ବୈଠକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ବୈଠକରେ ନିଷ୍ପତ୍ତି ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତେବେ କରୋନା ସଂକ୍ରମିତ ଜଣକ ନୂଆଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ତବଲିଘି ଜମାତ ଧର୍ମସଭାରେ ଯୋଗଦେଇ ଫେରିଥିଲେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜାଣିବା ପରେ ସାରା ଜିଲାରେ ଏବେ ଭୟର ଆତଙ୍କ ଖେଳିଯାଇଛି। କରୋନା ସଂକ୍ରମିତ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି। କରୋନା ଆକ୍ରାନ୍ତ ବ୍ୟକ୍ତି ମାର୍ଚ୍ଚ ୧୫ରେ ନୂଆଦିଲ୍ଲୀରୁ ବିମାନଯୋଗେ ରାଞ୍ଚିରେ ପହଞ୍ଚିଥିଲେ। ସେଠାରୁ ସେ ଟ୍ରେନ ଯୋଗେ କଟକରେ ପହଞ୍ଚି ଏକ ଘରୋଇ ଗାଡିରେ ବ୍ରହ୍ମବରଦାକୁ ଯାଇଥିଲେ। ସେତେବେଳେ ତାଙ୍କ ସହ ଆଉ କିଏ ଥିଲେ ତାହା ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଏବେ କରୋନା ଆକ୍ରାନ୍ତ ବ୍ୟକ୍ତି ଓ ତାଙ୍କ ପରିବାରବର୍ଗଙ୍କୁ ସଙ୍ଗରୋଧରେ ରଖାଯାଇଛି। ବୈଠକର ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲରାପତରିଆ ବାଘୁଣୀ ବର୍ଷା ମୃତ

ବାରଙ୍ଗ,୩୧ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ବେଶ ଖୁସିରେ ପ୍ରତିଷ୍ଠା ଦିବସ ପାଳନ କରିଥିବାବେଳେ ସୋମବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ୧୯ନଂ. ଏନ୍‌କ୍ଲୋଜରରେ ଥିବା...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୪ ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨ା୭(ବ୍ୟୁରୋ): ବାଂଲାଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓ ଏହାର ପାର୍ଶ୍ୱବର୍ତ୍ତୀ...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍‌: ୩୧ ତାରିଖ ମଧ୍ୟରେ ଚଳଚ୍ଚିତ୍ର, ଟେଲି ଧାରାବାହିକ ଲାଗି ଆବେଦନ

ଭୁବନେଶ୍ୱର,୩ା୭(ବ୍ୟୁରୋ): ୨୦୧୮ ରାଜ୍ୟ ଚଳଚ୍ଚିତ୍ର ଜଗତ ପାଇଁ ଥିଲା ନବାଗତମାନଙ୍କର ବର୍ଷ। ଏହିବର୍ଷ ରିଲିଜ ହୋଇଥିବା ପ୍ରାୟ ୩୦ଟି ଫିଲ୍ମ ମଧ୍ୟରୁ ଅଧିକାଂଶରେ ନବାଗତ ନାୟିକା,...

କୋମାରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟକୁ ୭ଟି ଭୟଙ୍କର ବାତ୍ୟାର...

ଗାଇଡ୍‌ଲାଇନ୍‌ ସାମାନ୍ୟ ସଂଶୋଧନ କଲା ବିଏମ୍‌ସି

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଡେଲ୍ଟା ଓ ଓମିକ୍ରନ ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପାଇଁ...

ଆଜି ରାଜ୍ୟରୁ ୩୩୨୯ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୩୩୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୯,୨୪୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

୨୪ରୁ ଜାଗୃତି ଯାତ୍ରା: ଯୋଗଦେବେ ଓଡ଼ିଶାର ୨୦ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଓଡ଼ିଶାରୁ ୨୦ ଉଦ୍ୟୋଗୀ ଜାଗୃତି ଯାତ୍ରାରେ ସାରା ଭାରତ ଭ୍ରମଣ କରିବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ତତ୍ତ୍ୱାବଧାନରେ ଓଡ଼ିଶାରୁ ୧୦...

ଯେଉଁଠି ପିସିଆର୍‌, ସେଇଠି ନିଶା ବେପାର

ଭୁବନେଶ୍ୱର,୨୨ା୧୧: ଯେଉଁଠି ପିସିଆର୍‌, ସେଇଠି ବି ଚାଲିଛି ବେଆଇନ ବେପାର। ଯେଉଁଥିପାଇଁ ରାଜଧାନୀରେ ଦିନକୁ ଦିନ ଅସାମାଜିକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅପରାଧୀମାନେ ସରକାରୀ ଜମି...

Advertisement
Archives

Model This Week