ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ: ବଡ଼ବଡ଼ିଆଙ୍କ ଇଙ୍ଗିତରେ ଆତ୍ମସାତ୍‌

ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ତିତ୍‌ଲି ଓ ଫନୀ ବାତ୍ୟା ନାମରେ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୧କୋଟି ୯୦ଲକ୍ଷ ୮୫ହଜାର ଟଙ୍କା ଆତ୍ମସାତ୍‌ ହୋଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହା ସ୍ପଷ୍ଟ ହୋଇଛି। ଏହାବାଦ ଆରଡବ୍ଲ୍ୟୁଏସ୍‌ଏସ୍‌ ଯାଜପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦାଖଲ କରିଥିବା ବିନିଯୋଗ ପତ୍ର(ୟୁସି)ରେ ବ୍ୟାପକ ତ୍ରୁଟି ଆତ୍ମସାତ୍‌ ସନ୍ଦେହକୁ ଘନୀଭୂତ କରିଛି। ଯଦ୍ୱାରା ଆରଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ଓଜିଏଫଆର(ଓଡିଶା ଜେନେରାଲ ଫାଇନାନ୍ସିଆଲ ରୁଲ୍‌ସ)-୭-ଏ ର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଉଦ୍‌ବେଗ ପ୍ରକାଶ କରିବା ସହିତ ତ୍ରୁଟିପୂର୍ଣ୍ଣ ୟୁସିକୁ ଫେରସ୍ତ କରିଛନ୍ତି। ଏହି ମହାଦୁନୀତିରେ ଜିଲାର କେତେକ ବଡ଼ବଡିଆ ଅଧିକାରୀଙ୍କ ହାତ ଥିବା କୁହାଯାଉଛି। ତେବେ ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସି ପାରିବ ବୋଲି ମତପ୍ରକାଶ ପାଇଛି।
୨୦୧୮ ଅକ୍ଟୋବର ୧୧ରେ ତିତ୍‌ଲି ବାତ୍ୟା ଆସିଥିଲା। ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜିଲାର କେବଳ ଯାଜପୁର, ଦର୍ପଣ ଓ ବ୍ୟାସନଗର ତହସିଲର କେତେକ ଚାଷଜମି ତିତ୍‌ଲି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ବାତ୍ୟାର ସୁଯୋଗ ନେଇ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ୧୦୪ଟି ପାଇପ ଜଳଯୋଗାଣ ପ୍ରକଳ୍ପ ନଷ୍ଟ ହୋଇଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ୨ କୋଟି ୫୦ଲକ୍ଷ ୩୨ ହଜାର ଟଙ୍କା ଅନୁଦାନ ଦେବାକୁ ଅନୁରୋଧ କରାଯାଇଥିଲା। ଏହି ରିପୋର୍ଟକୁ ଯାଜପୁର ଜିଲାପାଳ ମଧ୍ୟ ପ୍ରମାଣିତ କରିଥିଲେ। ଏହାପରେ ଏସ୍‌ଆର୍‌ସି ପାଣ୍ଠିରୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫଙ୍କ ପତ୍ରସଂଖ୍ୟା ୧୦୫୨ ଓ ୧୮୪୩/୧ା୨ା୨୦୧୯ ଜରିଆରେ ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌କୁ ୧କୋଟି ୫୩ଲକ୍ଷ ୯୭ହଜାର ଟଙ୍କା ଆବଣ୍ଟନ କରିଥିଲେ। ଏହି ଆବଣ୍ଟିତ ଅର୍ଥ ମଧ୍ୟରୁ ୧କୋଟି ୫୨ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ୟୁସିରେ ଦର୍ଶାଯାଇଛି। ୟୁସି ରିପୋର୍ଟ ଅନୁସାରେ ଯାଜପୁର ବ୍ଲକର ୨୦, ବିଞ୍ଝାରପୁର ବ୍ଲକର ୨୩, ଦଶରଥପୁର ବ୍ଲକର ୧୪ଟି ପ୍ରକଳ୍ପ, ବଡ଼ଚଣା ବ୍ଲକର ୧୧ ପ୍ରକଳ୍ପ, ବରୀ ବ୍ଲକର ୧୩ ପ୍ରକଳ୍ପ, ଧର୍ମଶାଳା ବ୍ଲକର ୭ ପ୍ରକଳ୍ପ, ରସୁଲପୁର ବ୍ଲକର ୧୦ ପ୍ରକଳ୍ପ ଏବଂ କୋରେଇ ବ୍ଲକର ୬ ପ୍ରକଳ୍ପରେ ପ୍ରାୟ ୧ଲକ୍ଷ ୫୦ହଜାର ଟଙ୍କା ଲେଖାଏ ଖର୍ଚ୍ଚ କରାଯାଇଛି। କିନ୍ତୁ ବାସ୍ତବରେ ଏହିସବୁ ପ୍ରକଳ୍ପ ତିତ୍‌ଲି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇ ନ ଥିଲେ ହେଁ ମିଥ୍ୟା ବିଲ୍‌ ଭାଉଚର ଦର୍ଶାଇ ସମୁଦାୟ ଟଙ୍କାକୁ ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତ ୨ବର୍ଷ ହେଲା ଧର୍ମଶାଳା ବ୍ଲକରେ କେଉଁ କେଉଁ ପ୍ରକଳ୍ପର ମରାମତି ହୋଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହାସଲ ହୋଇଛି। ଏଥିରେ ବୃନ୍ଦାଦେଈପୁର ପଞ୍ଚାୟତର ବୃନ୍ଦାଦେଇପୁର ଜଳଯୋଗାଣ ପ୍ରକଳ୍ପ, ଉତ୍ତରପ୍ରତାପ ପଞ୍ଚାୟତର ନରସିଂହପୁର, ସାହାଣିଡିହ ପଞ୍ଚାୟତର ସାହାଣିଡିହ, ସମ୍ପାରୁ ପଞ୍ଚାୟତର କାଦୁଆମାଗୁରା, ରାଇଛନ୍ଦା ପଞ୍ଚାୟତର ବାଲିକୁଦିଆ ଓ ମହିଶରା ପଞ୍ଚାୟତର କୁରିକଣା ଜଳଯୋଗାଣ ପ୍ରକଳ୍ପରେ ମରାମତି ନାମରେ ୧୨ ଲକ୍ଷ ୧୩ ହଜାର ୯୯୫ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ତିତ୍‌ଲି ଓ ଫନି ବାତ୍ୟାରେ ଖର୍ଚ୍ଚ ହୋଇଥିବା ତାଲିକାରେ ଧର୍ମଶାଳା ବ୍ଲକର ଉପରୋକ୍ତ କୌଣସି ପ୍ରକଳ୍ପର ନାମ ନାହିଁ। ତିତ୍‌ଲି ବାତ୍ୟାରେ ଖର୍ଚ୍ଚ ହୋଇଥିବା ତାଲିକାରେ ଧର୍ମଶାଳା ବ୍ଲକର ଜାରକା, କୁମାରୀ, ଅଣ୍ଟିଆ, କବାଟବନ୍ଧ, ନେଉଳପୁର, ଥାନୁଆଳ ଓ ମଧୁରପୁରଗଡ଼ ପାନୀୟ ଜଳ ପ୍ରକଳ୍ପର ନାମ ରହିଛି। ଏହିସବୁ ପ୍ରକଳ୍ପରେ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଖର୍ଚ୍ଚ ହୋଇଛି। ଏଥିରୁ ଗତ ୨ବର୍ଷ ମଧ୍ୟରେ ମରାମତି ତାଲିକାରେ କୌଣସି ତାଳମେଳ ରହୁ ନାହିଁ। ବାସ୍ତବରେ ଜିଲାର କୌଣସି ପ୍ରକଳ୍ପ ଫନୀ ଓ ତିତ୍‌ଲି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇ ନ ଥିଲେ ହେଁ ଆବଣ୍ଟିତ ୨କୋଟି ୯୦ ଲକ୍ଷ ୮୫ ହଜାର ଟଙ୍କା ଏବେ କୁଆଡେ ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରେ ଜିଲାର ଜଣେ ପ୍ରଶାସନିକ ଅଧିକାରୀଙ୍କ ଇଙ୍ଗିତରେ ଯୋଜନାବଦ୍ଧ ଭାବେ ଆତ୍ମସାତ୍‌ ହୋଇଥିବା ଚର୍ଚ୍ଚା ହେଉଛି। ଏପରି କି ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ପରିଜାଙ୍କୁ ପଚାରିବାରେ ସେ କହିଛନ୍ତି ମରାମତି ସଂକ୍ରାନ୍ତୀୟ ଖର୍ଚ୍ଚ ରେକର୍ଡ ଦେଖିଲା ପରେ କହିହେବ। ତେବେ ମରାମତି ନାମରେ ହୋଇଥିବା ଖର୍ଚ୍ଚ ବାସ୍ତବରେ ଖର୍ଚ୍ଚ କରାଯାଇଛି । ଏଥିରେ କୌଣସି ପ୍ରକାର ଆତ୍ମସାତ୍‌ ହୋଇନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପମ୍ପ ହାଉସରେ ପଶି ହାତଗୋଡ଼ ବାନ୍ଧି ଲୁଟିନେଲେ

କାମାକ୍ଷାନଗର, ୧୭।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ରେକୁଳାଠାରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ପମ୍ପ ହାଉସରେ ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ପଶିଥିଲେ । ଡ୍ରାଇଭରଙ୍କୁ ମାରଣାସ୍ତ୍ର...

ଚୋରକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଛେଣ୍ଡିପଦା ,୧୩।୯(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା କୋରଡ଼ା ଆମ୍ବୁରି ସାହିରେ ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଛନ୍ତି ଚୋର। ନିର୍ଦ୍ଧୁମ ମାଡ଼...

ହଳବେଳେ ଜମିରୁ ବାହାରିଲେ ଭଗବାନ…

କଣାସ,୧୫।୭(ସ୍ବ.ପ୍ର.)-କଣାସ ବ୍ଲକ ଅନ୍ତର୍ଗତ ସାହୁପଡା ପଞ୍ଚାୟତର ଟଣମଣ ଗ୍ରାମରେ ବୁଧବାର ଜଣେ ଚାଷୀ ଜମିରେ ହଳ କରୁଥିବା ସମୟରେ ଏକ ଶିବ ଲିଙ୍ଗ ବାହାରିଥିବା ଜଣାପଡିଛି।...

ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ:ପ୍ରଥମ ସ୍ତ୍ରୀ କହି ଧାରଣା

କାମାକ୍ଷାନଗର, ୨୫ା୬(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ କଲିକତାରୁ ଆସିଥିବା ଜନୈକା ମହିଳା ରବିବାର ରାତିରୁ ଧାରଣାରେ ବସିଥିବା ଦେଖିବାକୁ...

ଚୋରା ମଦବେପାରୀ ଗିରଫ

ଭଣ୍ଡାରିପୋଖରୀ , ୨୮।୫ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଭୁତିଆ ଗ୍ରାମରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ବୁଧବାର ସନ୍ଧ୍ୟାରେ ଜଣଙ୍କୁ ଗିରଫ...

ଛାୟା ମା’ଙ୍କ ପରଲୋକ

ନିଶ୍ଚିନ୍ତକୋଇଲି,୨୧(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘବର୍ଷ ହେବ ଭିକ୍ଷାବୃତ୍ତି କରି ଶନିଶ୍ଚରଙ୍କ ବିଗ୍ରହ ପ୍ରତିଷ୍ଠା କରିଥିବା ଛାୟା ଦେବୀ ଓରଫ ଛାୟା ମା’ଙ୍କ ଶନିବାର ସକାଳେ ମୃତ୍ୟୁ...

ଅନ୍‌ଲାଇନରେ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ: ୬୫ ଅଧ୍ୟାପିକା, ଅଧ୍ୟାପକ ନିଯୁକ୍ତ

କଟକ ଅଫିସ,୧।୬: ଯୁକ୍ତଦୁଇ ପରୀକ୍ଷାର ଉତ୍ତର ଖାତାଦେଖା ସୋମବାରଠାରୁ ଆରମ୍ଭ ହୋଇଛି। କେବଳ ଅନ୍‌ଲାଇନରେ ଭୁବନେଶ୍ୱର ଏବଂ କଟକରେ ଖାତା ଦେଖାଯାଉଛି। କଟକ ଲିଙ୍କ୍‌ରୋଡ଼ସ୍ଥିତ ଏକ...

ମୋବାଇଲ ପାଇ ଫେରାଇଲେ ଖବରଦାତା

ଧର୍ମଶାଳା,୨୩ା୨(ଡି.ଏନ୍‌.ଏ.): ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ପଡ଼ିଥିବା ଏକ ସ୍ମାର୍ଟ ମୋବାଇଲ ଫୋନ ପାଇ ଫେରାଇଛନ୍ତି ଜଣେ ଖବରଦାତା। ମିଳିଥିବା ସୂଚନା ଅନୁସାରେ ୪ଦିନ...

Advertisement
Archives

Model This Week