ଯାଜପୁରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦଶରଥପୁର ବ୍ଲକର ୫ ଗାଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା, ମେ’ ୧୦ ଯାଏ ବଳବତ୍ତର

ଯାଜପୁର ଅଫିସ, ୨୬।୪- ଯାଜପୁର ଜିଲା ଦଶରଥପୁର ବ୍ଲକର ୩ଟି ପଞ୍ଚାୟତର ୫ ଗ୍ରାମକୁ ରବିବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଜିଲାପାଳ ରଞ୍ଜନ କୁମାର ଦାସ ଘୋଷଣା କରିଛନ୍ତି। ପୂର୍ବରୁ ବିରଜାପୁର ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାରୁ ଏହାକୁ ମେ’ ମାସ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାବାଦ କଟିକଟା, ବିହିପୁର, ମହାନ୍ତିପାଟଣା ଓ ମଲ୍ଲିକାପୁର ଗ୍ରାମକୁ ରବିବାର ସକାଳ ୮ଟାରୁ ମେ ୧୦ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହିସବୁ ଗ୍ରାମରେ ୧୪୨୨ ଘର ରହିଥିବାବେଳେ ୬୩୫୩ ଲୋକ ବସବାସ କରନ୍ତି। ଶନିବାର ରାତିରେ ଦଶରଥପୁର ବ୍ଲକର ଉପରୋକ୍ତ ଗ୍ରାମମାନଙ୍କରେ ୬ ଜଣ କରୋନା ସଂକ୍ରମିତ ଘୋଷଣା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦଶରଥପୁର ତହସିଲଦାର ସୌଭାଗ୍ୟ ବେହେରା, ବିଡିଓ ନାରାୟଣ ଚନ୍ଦ୍ର ନାୟକ, ମେଡିକାଲ ଅଫିସର ଉମାକାନ୍ତ ମଲ୍ଲିକଙ୍କୁ ଏହି ଅଞ୍ଚଳର ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ସଂକ୍ରମିତ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହାସହ ସଂକ୍ରମିତଙ୍କୁ କଳିଙ୍ଗନଗର କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତାଙ୍କୁ କୋଭିଡ୍‌ ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜୀବନକୁ ବାଜି ଲଗାଇ ଖବର ପହଞ୍ଚାଉଥିବାରୁ କଲେ ପ୍ରଶଂସା

ଭୁବନେଶ୍ୱର,୨।୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଜୀବନ ହାରିଲେଣି ଅନେକ ସାମ୍ବାଦିକ। ତଥାପି ଜୀବନକୁ ବାଜି ଲଗାଇ ସେମାନେ ଖବର ପରିବେଷଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ଏନ୍‌ପିଆର୍‌, ଜନଗଣନା ସ୍ଥଗିତ

ନୂଆଦିଲ୍ଲୀ,୨୬ା୩(ପି.ଟି.) : ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଯୋଗୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏହି...

ରାବିଡ଼ି ଖାଇ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୧୧।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଟକ ଜିଲା ଅରିଲୋଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍‌ଫେଡର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ...

ମନୋରଞ୍ଜନ ମନସ୍କ ହେବ ଅନୁଗୋଳ

ଅନୁଗୋଳ ଅଫିସ,୮।୪ କରୋନା କଷଣ ଯୋଗୁ ଦୀର୍ଘ ୨ ବର୍ଷ ହେବ ସଜେଇ ହୋଇ ନ ଥିବା ମଞ୍ଚ ଶୁକ୍ରବାର ସଜ୍ଜିତ ହେବ। ଲାଇଟ୍‌, ସାଉଣ୍ଡ...

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା

ଭାପୁର,୧୪ା୮ (ଡି.ଏନ୍‌.ଏ.):ଭାପୁର ବ୍ଲକ ବାଇଗୁଣିଆ ଗ୍ରାମର ଦାଣ୍ଡ ସାହିରେ ରବିବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ ପରିବାରଙ୍କ ୨ ବଖରା ଜଳିିଯାଇଛି। ଅଗ୍ନିକାଣ୍ଡରେ ଗୋଟିଏ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା ଅଫିସ,୨୧ା୮-କେନ୍ଦ୍ର ସରକାରଙ୍କ ଜନବିରୋଧି କାର୍ଯ୍ୟକ୍ରମକୁ ବିରୋଧ କରି ମୟୂରଭଞ୍ଜ ଜିଲା କମ୍ୟୁନିଷ୍ଟ ପାର୍ଟି(ମାକର୍‌ସବାଦୀ) ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।...

ଯାଞ୍ଚ କରିବ ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ ଅଫିସ,୨୯।୮: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭରେ ଥିବା କିଛି ସୂକ୍ଷ୍ମ ଫାଟକୁ ନେଇ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଫାଟ ୧୯୭୦-୭୫ ମସିହାଠାରୁ ଦେଖିବାକୁ...

କଂଗ୍ରେସର ମିଡିଆ ସେଲ୍‌ ତାଲିକା ଭାଇରାଲକୁ ନେଇ ଅଡୁଆ: ସତ୍ୟ ପ୍ରକାଶ ଦଳ ଛାଡିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆ ମିଡିଆ ସେଲ୍‌ କମିଟି ଗଠନ କରିବା ଲାଗି ଯୋଜନା ଆରମ୍ଭ କରିଛନ୍ତି। ମିଡିଆ ସେଲ୍‌ରେ...

Advertisement
Archives

Model This Week