ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪୯

ଭୁବନେଶ୍ୱର,୧ା୫(ବୁ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ପୂର୍ବାହ୍ନରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅପରାହ୍ନରେ ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଜଣକ ୩୫ ବର୍ଷୀୟ ମହିଳା ବୋଲି ଜଣାପଡ଼ିଛି। ସେ ବାସୁଦେବପୁର ଅଞ୍ଚଳର ହୋଇଥିବାବେଳେ ତାହା କଣ୍ଟେନମେଣ୍ଟ ଜୋନରେ ଥିବା ଜଣାପଡ଼ିଛି। ଏ ନେଇ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ଦିଆଯାଇଛି। ତେବେ ଗୋଟିଏ ଦିନ ମଧ୍ୟରେ ଯାଜପୁର ଅଞ୍ଚଳରେ ୪ଜଣଙ୍କ କରୋନା ପଜିଟିଭ ବାହାରିଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛ ହେବ ବିନ୍ଦୁସାଗର

ଭୁବନେଶ୍ୱର, (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,୧୦।୧(ଡି.ଏନ୍‌.ଏ.): ସ୍ବଚ୍ଛ ହେବ ପବିତ୍ର ତୀର୍ଥ ପୁଷ୍କରିଣୀ ବିନ୍ଦୁସାଗରର ଜଳ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି କାର୍ଯ୍ୟକ୍ରମ ଅଧୀନ ଏକାମ୍ର ଯୋଜନାରେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରର ଖର୍ଚ୍ଚ ହିସାବ ମାଗିଲେ ସରକାର

ଭୁବନେଶ୍ୱର,୧୩ା୬(ବ୍ୟୁରୋ) : ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ଟିଏମ୍‌ସି ବା...

ବି.କେ. ଆର୍ଟ କଲେଜରେ ମିଳିତ ମୁଦ୍ରଣ କଳା ପ୍ରଦର୍ଶନୀ: ଛାତ୍ରାବାସ ମରାମତି ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୨୬।୯ (ବ୍ୟୁରୋ): ଓଡ଼ିଶାର ପାରମ୍ପରିକ ଚିତ୍ରକଳା, କାରୁକଳା ଓ ଭାସ୍କର୍ଯ୍ୟକୁ ବିଶ୍ୱବିଦିତ କରିବା ପାଇଁ ରାଜ୍ୟର ଚାରୁ ଓ କାରୁକଳା ଛାତ୍ରୀଛାତ୍ରମାନେ ପ୍ରୟାସ କରିବା...

ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

କଟକ ଅଫିସ୍‌,୨।୪: କରୋନା ଯୋଗୁ ସାରା ରାଜ୍ୟରେ କୋର୍ଟଗୁଡ଼ିକ ବନ୍ଦ ରହିଛି। ଫଳରେ ବହୁ ଆଇନ୍‌ଜୀବୀ ସାମୟିକ ଭାବେ ଜୀବିକା ହରାଇଛନ୍ତି। ବିଶେଷକରି କନିଷ୍ଠ ଆଇନ୍‌ଜୀବୀମାନେ...

କରୋନାରେ ୨୦ ଦିନର ଶିଶୁ ମୃତ

ଜୟପୁର,୪ା୫: ରାଜସ୍ଥାନର ଜୟପୁର ସହରରେ ୨୦ ଦିନର ଶିଶୁ କରୋନା ସଂକ୍ରମଣରେ ପ୍ରାଣ ହରାଇଛି। କୋଭିଡ୍‌-୧୯ ସଂକ୍ରମଣରେ ପ୍ରାଣ ହରାଇବାରେ ସେ ସମ୍ଭବତଃ ବିଶ୍ୱରେ ସର୍ବକନିଷ୍ଠ...

ରଥଯାତ୍ରା ପାଇଁ ଖୁବ୍‌ଶୀଘ୍ର ନିଷ୍ପତ୍ତି: ବିନା ଭକ୍ତରେ ହୋଇପାରେ ଚନ୍ଦନ ଯାତ୍ରା

ଭୁବନେଶ୍ୱର, ୧୫।୪(ବ୍ୟୁରୋ):  ଜୁନ୍‌ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଦିନ ପାଖେଇ ଆସୁଥିବାବେଳେ ରଥ ନିର୍ମାଣ ପାଇଁ ପୁରୀରେ ରଥକାଠ ପହଞ୍ଚତ୍ସାରିଛି। କିନ୍ତୁ କରୋନା ବିରୋଧରେ ଲଢ଼େଇ...

ପାଣିଟାଙ୍କିରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ନିଶା ସେବନ କରିଥିବାରୁ ଖସି ପଡ଼ିଥିବା ସନ୍ଦେହ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ସ୍ଥାନୀୟ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ-୯, ପ୍ଲଟ ନଂ-୧୨୯ରେ ଥିବା ଏକ ପାଣିଟାଙ୍କିରୁ ଗୁରୁବାର ଜଣେ ନାବାଳକଙ୍କ ମୃତଦେହକୁ ଖାରବେଳ ନଗର ପୋଲିସ...

ରାଜ୍ୟରେ ନୂତନ ନିଯୁକ୍ତି ବନ୍ଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ରଖିଲା ଅର୍ଥ ବିଭାଗ, ଜାଣନ୍ତୁ…

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜକୋଷକୁ ଦୁର୍ବଳ କଲାଣି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି ଖର୍ଚ୍ଚକାଟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨ ବର୍ଷ ଯାଏ...

Advertisement
Archives

Model This Week