ଯମ ଅଭିନୟରେ କରୋନା ସଚେତନତା କଲେ କଂସ ଅଭିନେତା ଭୁବନେଶ୍ବର

ବରଗଡ଼ ଅଫିସ,୧୬।୫: କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ କଟକଣା ଲାଗୁ ହୋଇଛି। ସେହିପରି ଏହି ସଂକ୍ରମଣକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ପ୍ରତିଷେଧକ ଔଷଧ ବାହାରି ପାରି ନ ଥିବା ଯୋଗୁ ଏବେ ସଚେତନତା ଏବଂ ସତର୍କତା ହିଁ ଏକମାତ୍ର ମାଧ୍ୟମ ପାଲଟିଛି । ଏହି ଦୃଷ୍ଟିରୁ ସାମାଜିକ ଦୂରତ୍ୱ ଅବଲମ୍ବନ ଏବଂ ମାସ୍କ ପିନ୍ଧିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ତେବେ ଏଭଳି ସଚେତନତା ପାଇଁ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର କଂସ ଅଭିନେତା ଭୁବନେଶ୍ବର ପ୍ରଧାନ ଏବଂ କଳାକାର ଉପଦେଷ୍ଟା ସମନ୍ବୟ କମିଟିର ସହ-ଆବାହକ ଅଶୋକ ବେହେରା ଆଗେଇ ଆସିଛନ୍ତି। ଭୁବନେଶ୍ବର ଯମ ଏବଂ ଅଶୋକ ଚିତ୍ରଗୁପ୍ତ ଚରିତ୍ରରେ ଅଭିନୟକରି ଶନିବାର ବରଗଡ଼ ସହରରେ ସଚେତନତା ସୃଷ୍ଟି କରିଛନ୍ତି। ନିଜ ଦୂତଙ୍କ ସହିତ ସେମାନେ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରୁ ଏକ ଘୋଡାଗାଡିରେ ବସି ବାହାରି ସହର ପରିକ୍ରମା କରି କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଥିଲେ। ଏଭଳି ଅଭିନବ ସଚେତନତା କାର୍ଯ୍ୟକ୍ରମ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ହସ୍ପିଟାଲରେ ଜନ୍ମ ନେଲେ ଦୁଇ ଶିଶୁ

ରାଉରକେଲା ଅଫିସ,୮।୭-ରାଉରକେଲା କୋଭିଡ୍‌ ହସ୍ପିଟାଲରେ ଆଡମିଟ ଥିବା ୨ଜଣ କରୋନା ଆକ୍ରାନ୍ତ ମହିଳା ସୁରକ୍ଷିତ ଭାବେ ଏକ କନ୍ୟା ଓ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।...

ଶହୀଦଙ୍କୁ ଚନ୍ଦ୍ରକାନ୍ତଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ରାଇକିଆ,୧୮ା୬(ଡ଼ି.ଏନ.ଏ)- ଚୀନ ସୈନ୍ୟଙ୍କ ସହ ସଂଘର୍ଷବେଳେ ଶହୀଦ ହୋଇଥିବା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ସହରର ବିଭିନ୍ନ ସଙ୍ଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନାଗରିକ ମଞ୍ଚ...

ସପ୍ତାହକୁ ଥରେ ବସିବ ହାଟ

ରଘୁନାଥପୁର,୨୮ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଲକ୍‌ଡାଉନକୁ ଅନେକେ ମାନୁ ନ ଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ କଠୋର ହୋଇଛି। ବ୍ଲକ ଅଧୀନ...

ଫୁଟବଲ ଟୁର୍ନାମେଣ୍ଟ, ତଣ୍ଡ୍ରିଗାଁ ଚାମ୍ପିୟନ

ଫିରିଙ୍ଗିଆ,୪ା୧୦- ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ବରେବାଟା ଗ୍ରାମରେ ଚକାଡୋଳା କ୍ଲବ ଆନୁକୂଲ୍ୟରେ ଚାଲିଥିବା ବନ୍ଦନା କହଁର ସ୍ମାରକୀ ଫୁଟବଲ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ...

୫ ଆଦିବାସୀ ଗ୍ରାମକୁ ପକ୍କାରାସ୍ତା ନାହିଁ

ଚିକିଟିି,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକରେ ଆଦିବାସୀ ଗ୍ରାମ ରହିଛି। ଏ ପର୍ଯ୍ୟନ୍ତ ସେହି ଗ୍ରାମଗୁଡିକୁ ଭଲ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଫଳରେ ଗମନାଗମନ କ୍ଷେତ୍ରରେ...

ଶାହାଙ୍କ ଗସ୍ତକୁ ସୁନ୍ଦରଗଡ଼ରେ ବିରୋଧ: କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

ସୁନ୍ଦରଗଡ଼,୨୮।୨(ଡି.ଏନ୍‌.ଏ.): ସ୍ଥାନୀୟ ଡିଆର୍‌ଡିଏ ଛକଠାରେ ଶୁକ୍ରବାର ମଧ୍ୟାହ୍ନରେ ପୂର୍ବତନ ଜିଲାସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ୱରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ସ୍ବେଚ୍ଛାଚାରୀ ଓ ହିଂସା...

ବିଭିନ୍ନ ଦାବିରେ ଗ୍ରାସୀମ କମ୍ପାନୀ ଠିକା ଶ୍ରମିକଙ୍କ ଧାରଣା

ଗଞ୍ଜାମ,୧୫।୨(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ଗଞ୍ଜାମ ସହର ନିକଟ ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶନିବାର ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି। ଶତାଧିକ ମହିଳା...

ଝାରସୁଗୁଡ଼ାରେ ନବ, ବ୍ରଜରାଜନଗରରେ କିଶୋର ଆଗୁଆ

ଲଖନପୁର,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗରେ ଅଛନ୍ତି। ନବ ୪୧୫୨୫ ଭୋଟ ପାଇଥିବାବେଳେ...

Coronavirus Update

Archives

Model This Week

Why Dharitri