ଯନ୍ତ୍ରଣା ସହି ନପାରି ମାତ୍ର ୧୭ ବର୍ଷ ବୟସରେ ନାବାଳିକା ବାଛିନେଲେ ‘ଇଛାମୃତ୍ୟୁ’

ଆମଷ୍ଟରଡମ୍‌,୫।୬: ମାନସିକ ଯନ୍ତ୍ରଣା ଓ ଡିପ୍ରେସନରୁ ବାହାରି ନ ପାରି ଶେଷରେ ‘ଇଛାମୃତ୍ୟୁ’ ଦ୍ୱାରା ନାବାଳିକା ଜଣଙ୍କ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନେଦରଲ୍ୟାଣ୍ଡ ଅର୍ନହୋମରେ। ଉକ୍ତ ସହରର ୧୭ ବର୍ଷର ଝିଅ ପିିଲାଦିନେ ବଳାତ୍କାରର ଶୀକାର ହୋଇଥିଲେ। ମାତ୍ର ୧୧ବର୍ଷରେ ହିଁ ତାଙ୍କୁ ଯୌନ ଉତ୍ପୀଡନ ଓ ବଳାତ୍କାରର ନିର୍ଯ୍ୟାତନା ସହିବାକୁ ପଡ଼ିଥିଲା। ବର୍ଷ ବର୍ଷ ଧରି ଅକଥନୀୟ ଯନ୍ତ୍ରଣା ସହିବା ପରେ ସେ ଶାରୀରିକ ଓ ମାନସିକ ସମସ୍ୟା ଦେଇ ଗତି କରୁଥିଲେ। ଏହାରି ଭିତରେ ସେ ଡିପ୍ରେସନକୁ ଚାଲିଯାଇଥିଲେ। ଶେଷରେ ସେ ବାଧ୍ୟ ହୋଇ ସରକାରଙ୍କୁ ଇଛାମୃତ୍ୟୁ ପାଇଁ ଆବେଦନ କରିଥିଲେ।  ନିଜ ଘରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ଇଛାମୃତ୍ୟୁ ଦେଇଛନ୍ତି। ଏଭଳି ମାମଲାରେ ସରକାରଙ୍କ ପକ୍ଷରୁ ତିଆରି ହୋଇଥିବା ଇଛାମୃତ୍ୟୁ କମିଟିରୁ ଇଛାମୃତ୍ୟୁ ପାଇଁ ମଞ୍ଜୁରୀ ନେବାକୁ ପଡ଼ିଥାଏ। କିଛି ସମ୍ବେଦନଶୀଳ ପରିସ୍ଥିତିରେ ନେଦରଲ୍ୟାଣ୍ଡ ସରକାର ଇଛାମୃତ୍ୟୁ ପାଇଁ ମଞ୍ଜୁରୀ ଦେଇଥାନ୍ତି ବୋଲି ସୂଚନା ମିଳିଛି। ତେବେ ମୃତ୍ୟୁ ପୂର୍ବରୁ ପୀଡ଼ିତା ଜଣକ ଗୋଟିଏ ବହି ଲେଖିଥିଲେ। ତାଙ୍କ ଆତ୍ମଜୀବନୀ ମୂଳକ ବହିଟିର ନାଁ ହେଉଛି ‘ଉଇନିଙ୍ଗ ଅର୍‌ ଲର୍ଣ୍ଣିଙ୍ଗ’।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ, ୩୦ ଲକ୍ଷ ୟୁକ୍ରେନ୍‌ ଶିଶୁଙ୍କ ପାଠପଢ଼ା ବନ୍ଦ…

କ୍ୱିଭ୍‌, ୮।୬ : ୟୁକ୍ରେନ ଏବଂ ରୁଷିଆ ଯୁଦ୍ଧ ଯୋଗୁ ସାଧାରଣ ଲୋକଙ୍କ ଜୀବନ ସଙ୍କଟ ଜନକ ହୋଇ ପଡ଼ିଛି। ଲକ୍ଷ ଲକ୍ଷ ଲୋକ ଶରଣାର୍ଥୀ...

ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୬ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ...

ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି

ଓ୍ବାଶିଂଟନ,୨୦।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ସ୍ବର ଏବେ ବି ନରମି ନାହିଁ। ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବା ପୂର୍ବରୁ ଟ୍ରମ୍ପ୍‌ କଡ଼ା ସ୍ବରରେ...

ଓପେକ୍‌ ନୀତି ଅପରିବର୍ତ୍ତିତ

ଫ୍ରାଙ୍କଫୋର୍ଟ/ଲଣ୍ଡନ/ଦୁବାଇ,୫ା୧୨: ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସୋମବାରଠାରୁ ଲଗାଯିବାକୁ ଥିବା ନୂଆ କଟକଣାର ପ୍ରଭାବକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସମୟରେ ପେଟ୍ରୋଲିୟମ୍‌ ରପ୍ତାନିକାରୀ...

ଆତ୍ମଘାତୀ ମହିଳା ସ୍ନାତକୋତ୍ତର

କରାଚୀ, ୨୮ା୪: ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭ୍ୟାନ୍‌ରେ ମଙ୍ଗଳବାର ଆତ୍ମଘାତୀ ବିସ୍ଫୋରଣ କରିଥିବା ମହିଳା ଜଣେ ଉଚ୍ଚଶିକ୍ଷିତା ଏବଂ ୨ ପିଲାଙ୍କ ମା’...

ସର୍ବୋଚ୍ଚ ନେତାଙ୍କ ଉତ୍ତରାଧିକାରୀ ଖୋଜା

ତେହେରାନ,୧୪ା୧୨: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ସ୍ବାସ୍ଥ୍ୟକୁ ନେଇ ଉଠୁଥିବା ଗୁଜବରୁ ଗୋଟିଏ ପ୍ରଶ୍ନ ଛିଡ଼ାହୋଇଛି। ତାହା ହେଉଛି ଯଦି ସେ ଅଧିକ...

ବଢ଼ିଲା ଉତ୍ତେଜନା: ଦକ୍ଷିଣ କୋରିଆ ବାୟୁ ସୀମାରେ ଚାଇନା-ରୁଷିଆ ଯୁଦ୍ଧ ବିମାନ…

ସିଓଲ,୩୦।୧୧ : ଦକ୍ଷିଣ କୋରିଆ, ଚାଇନା ଏବଂ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଖବର ମୁତାବକ ଚାଇନା ଏବଂ ରୁଷିଆର...

ଇମ୍ରାନ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଖାରଜ

ଇସଲାମାବାଦ,୧୨ା୪: ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ଅନ୍ୟ ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଆସିଥିବା ଦେଶଦ୍ରୋହ ମାମଲାକୁ ଇସ୍‌ଲାମାବାଦ ହାଇକୋର୍ଟ ଖାରଜ କରିଛନ୍ତି। ଏହା...

Advertisement
Archives

Model This Week