ମୟୂରଭଞ୍ଜ: ୪ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨।୩(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୪ ନେତାଙ୍କୁ ମୟୂରଭଞ୍ଜ ଜିଲାର ୮ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ଜଣେ ନେତାଙ୍କ ହାତରେ ମୟୂରଭଞ୍ଜ ଜିଲାର ଦୁଇଟି ଲେଖାଏ ବିଧାନସଭା କ୍ଷେତ୍ର ପ୍ରଦାନ କରାଯାଇଛି। ୨୦୧୬ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲାରେ ବିଜେଡି ଫଳାଫଳ ସେତେଟା ଆଖିଦୃଶିଆ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ମଧ୍ୟ ଶାସକ ଦଳ ସପକ୍ଷରେ ଗଲାନାହିଁ। ତେଣୁ ଏହାପରଠାରୁ ବିଜେଡି ସଭାପତି ମୟୂରଭଞ୍ଜ ଜିଲା ସାଙ୍ଗଠନିକ ସ୍ଥିତି ସଜାଡିବାକୁ ଏକ ପ୍ରକାର ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମୟୂରଭଞ୍ଜ ନିର୍ବାଚନମଣ୍ଡଳୀର କରଞ୍ଜିଆ ଏବଂ ଯଶିପୁର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାୟକ ସୁଶାନ୍ତ ରାଉତଙ୍କ ହାତରେ ବାରିପଦା ଏବଂ ମୋରଡା ବିଧାନସଭା କ୍ଷେତ୍ର ଦାୟିତ୍ୱ ଦିଆଯାଇଛି। ସେହିପରି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ରାଇରଙ୍ଗପୁର ଏବଂ ସାରଶକଣା ଦାୟିତ୍ୱ ଦିଆଯାଇଛି। ଭଦ୍ରକ ବିଧାୟକ ସଞ୍ଜୀବ ମଲିକଙ୍କ ହାତରେ ଉଦଳା ଓ ବଡସାହି ଦାୟିତ୍ୱ ପ୍ରଦାନ କରାଯାଇଛି। ଗତ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମୟୂରଭଞ୍ଜ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ତେଣୁ ୮ ନିର୍ବାଚନମଣ୍ଡଳୀ ଦାୟିତ୍ୱ ପାଇଥିବା ୪ ନେତା ବର୍ତ୍ତମାନ ପ୍ରଣବ ପ୍ରକାଶଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବେ। ଆଗକୁ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ଆସୁଥିବାରୁ ଏବେଠାରୁ ଉକ୍ତ ଜିଲାକୁ ବିଜେଡି ସଭାପତି ଅଧିକ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଲୋକ ସଭା ନିର୍ବାଚନମଣ୍ଡଳୀର ୭ ବିଧାନସଭା କ୍ଷେତ୍ର ମଧ୍ୟରୁ ୨ଟି ବିଜେଡି ହାତରେ ଥିବାବେଳେ ୫ଟି ଆସନ ଭାଜପା ଅକ୍ତିଆର କରିନେଇଛି। ମୟୁରଭଞ୍ଜ ଜିଲାର ଉଦଳା, ବାରିପଦା, ଜଶିପୁର, ସାରସକଣା, ରାଇରଙ୍ଗପୁର ବିଧାନସଭା ଆସନରେ ଭାଜପା ବିଜୟୀ ହୋଇଛି। ସେହିପରି ମୋରଡା ଏବଂ ବାଙ୍ଗିରପୋଷି ଆସନରେ ବିଜେଡି ବିଜୟୀ ହୋଇଛି। ସେହିପରି ମୟୁରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ଏମ୍‌ପି ଭାବେ ବିଜୟୀ ହୋଇଛନ୍ତି। ସେହିପରି ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ୮ ବିଧାନସଭା କ୍ଷେତ୍ର ମଧ୍ୟରୁ କରଞ୍ଜିଆ ନିର୍ବାଚନମଣ୍ଡଳୀ ମୟୂରଭଞ୍ଜ ଜିଲା ଭିତରେ ଥିଲେ ମଧ୍ୟ ଏହା କେନ୍ଦୁଝର ଲୋକ ସଭା କ୍ଷେତ୍ର ମଧ୍ୟରେ ଆସୁଛି। ଏହି ଆସନରେ ବିଜେଡି ହାତରେ ଅଛି। ଅନ୍ୟପଟେ ଉଦଳା ମଧ୍ୟ ସମାନଭାବେ ଏହି ଜିଲା ମଧ୍ୟରେ ରହିଥିଲେ ସୁଦ୍ଧା ବାଲେଶ୍ୱର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଆସୁଛି। ତେବେ ମୟୂରଭଞ୍ଜ ଜିଲାର ୮ଟି ବିଧାନସଭା କ୍ଷେତ୍ର ଦାୟିତ୍ୱ ଅନ୍ୟ ଜିଲା ନେତାଙ୍କ ହାତରେ ଦିଆଯାଇଥିଲେ ମଧ୍ୟ ବାଙ୍ଗିରପୋଷି ନିର୍ବାଚନମଣ୍ଡଳୀ ଏହି ଜିଲା ଭିତରେ ଥାଇ ସୁଦ୍ଧା କାହାକୁ ବଣ୍ଟାଯାଇନାହିଁ। ବରିଷ୍ଠ ବିଜେଡି ନେତା ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ଆସନରୁ ଜିତିଥିବାରୁ ଏହାର ଦାୟିତ୍ୱ କାହାକୁ ମିଳି ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଖୋଲିବ ନନ୍ଦନକାନନ, ବଟାନିକାଲ ଗାର୍ଡେନ

ବାରଙ୍ଗ,୨୧।୫(ଡି.ଏନ୍‌.ଏ.): ବାତ୍ୟା ପାଇଁ ୧୯ଦିନର ବନ୍ଦ ପରେ ମଙ୍ଗଳବାର ଖୋଲିବାକୁ ଯାଉଛି ନନ୍ଦନକାନନ। ବାତ୍ୟାର ଅବ୍ୟାହିତ ପୂର୍ବରୁ ନନ୍ଦନକାନନକୁ ୨ରୁ ୪ତାରିଖ ପର୍ଯ୍ୟନ୍ତ ବନ୍ଦ କରି...

ସିପିଙ୍କ ଜବାବପତ୍ରକୁ ନେଇ ବିବାଦ

କଟକ ଅଫିସ,୧୯। ୯: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ନିକଟରେ ପୋଲିସ କମିଶନର(ସିପି) ଡ. ସୁଧାଂଶୁ ଷଡଙ୍ଗୀ ଦାଖଲ କରିଥିବା...

ହୋମଗାର୍ଡ଼ଙ୍କ ସହ ମିଶି ଲୁଟ କରିଥିଲେ ବୋଲେରୋ

ସୋହେଲା,୧୨।୬୫: ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଅଞ୍ଚଳରୁ ଗତ ୮ ତାରିଖ ଏକ ବୋଲେରୋ ଗାଡ଼ି ଲୁଟ୍‌ ହୋଇଥିଲା। ଶନିବାର ଏହି ଘଟଣାର ପର୍ଦ୍ଦାଫାଶ...

ଅଧ୍ୟକ୍ଷ ଆଶାୟୀ ତାଲିକା ଲମ୍ବୁଛି

ତାଳଚେର,୫ ।୩(ନି.ପ୍ର.) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୩...

ଧରିତ୍ରୀ ପ୍ରଭାବ: ଗରିବ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ, ୪ା୪- କରୋନା ଲକ୍‌ଡାଉନ୍‌କୁ ନେଇ ଗରିବ ଲୋକେ ବଡ ଅସୁବିଧାରେ ପଡିଛନ୍ତି । ଦିନମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ଲୋକେ...

ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ରଶିରେ ବାନ୍ଧି ୨ କିଲୋମିଟର ଚଲାଇଲେ

ବାରିପଦା ଅଫିସ,୨୧ା୮: ମୋବାଇଲ ଚୋରି ଅଭିଯୋଗରେ ଅଞ୍ଚଳବାସୀ ଯୁବକଙ୍କୁ ନିର୍ଧୂମ ଛେଚିବା ସହିତ ୨ହାତକୁ ଦୌଡ଼ିରେ ବାନ୍ଧି ୨ କିଲୋମିଟର ଚଳାଇବା ଭଳି ଏକ ଅଭାବନୀୟ...

ଯୁଆଡ଼େ ଦେଖିବ ସିଆଡ଼େ ଖାଲ

ଭୁବନେଶ୍ୱର, ୨୭।୯ (ବ୍ୟୁରୋ):‘ସ୍ମାର୍ଟସିଟି ଭୁବନେଶ୍ୱର’ କେବଳ ନାମକୁମାତ୍ର। ରାସ୍ତାଠାରୁ ଆରମ୍ଭ କରି ପରିମଳ ପର୍ଯ୍ୟନ୍ତ ସବୁକିଛି ବିପର୍ଯ୍ୟସ୍ତ। ଯୁଆଡେ ଦେଖିବ ସିଆଡେ ଖାଲ। ସହରର ଏମିତି...

ବାଗଡିଆ ଫାଣ୍ଡି ସମ୍ମୁଖରେ ଜମୁଛି ପାଣି

ଛେଣ୍ଡିପଦା,୧୦ା୯(ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ପୁରୁଣା ହାଟପଦା ତଥା ବାଗଡିଆ ଫାଣ୍ଡି ସମ୍ମୁଖ ରାସ୍ତା ପାର୍ଶ୍ୱରେ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ଜମି...

Advertisement
Archives

Model This Week