ବାରିପଦା ଅଫିସ, ୨୯ା୪- ମୟୂରଭଞ୍ଜ ବ୍ୟବସାୟୀ ସଂଘ ପକ୍ଷରୁ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶ ତଥା ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନାର ମୁକାବିଲା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲା ରହୁଛି। ତେଣୁ ଦୋକାନ ଖୋଲା ସମୟରେ କିପରି ସମସ୍ତ ନୀତିନିୟମ ପାଳନ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ସାମାଜିକ ଦୁରତ୍ୱ ରକ୍ଷା କରିବା, ଜିଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସମୟରେ ଦୋକାନ ଖୋଲିବା, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲିବା ସହିତ ମାସ୍କ ପରିଧାନ କରିବା ନିୟମ ସେମାନେ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଆଲୋଚନାରେ ଜିଲା ସଂଘର ସଭାପତି ଅକ୍ଷୟ କୁମାର ଅଗ୍ରୱାଲ, ସମ୍ପାଦକ ଅରୂପ କୁମାର ଦାସ, ସଙ୍ଗଠନ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପରିଡ଼ା, ଉପସଭାପତି ସରୋଜ କୁମାର ବୋଷ, କୋଷାଧ୍ୟକ୍ଷ ମନୋଜ ଦାସ, ସହ ସମ୍ପାଦିକା ବୈଶାଖୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ଶ୍ରୀକ୍ଷେତ୍ରରେ ପୁଣି ପର୍ଯ୍ୟଟକଙ୍କୁ ମାଡ଼
ପୁରୀ ଅଫିସ,୧୩।୨: ଶ୍ରୀକ୍ଷେତ୍ରରେ ପୁଣି ଥରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାଡ଼ ମରାଯାଇଛି। ଏଥର କିନ୍ତୁ ସ୍ଥାନୀୟ ଲୋକ ନୁହେଁ ବରଂ ପୋଲିସ ମାଡ଼ ମାରିଥିବା ଅଭିଯୋଗ...

କଣ୍ଟାକ୍ଟ ଟ୍ରେସିଂ ପାଇଁ ଘାଣ୍ଟି ହେଉଛି ପ୍ରଶାସନ
ପୁରୀ ଅଫିସ,୧୯ା୫: ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀ ପୋଲିସ ଏବଂ ପ୍ରଶାସନର ଚିନ୍ତା ବଢିଯାଇଛି। ଚିହ୍ନଟ ପୂର୍ବରୁ ଅଭିଯୁକ୍ତ ଜଣକ...

ଟ୍ରେନ ଅଟକାଇ ବସ୍ତା ଷ୍ଟେଶନରେ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ
ବସ୍ତା, ୨୭ା୬(ଡି.ଏନ.ଏ.)-ବସ୍ତା ରେଳଷ୍ଟେଶନରେ ଶୁକ୍ରବାର ଏକ ସ୍ପେଶାଲ ଟ୍ରେନକୁ ଅଟକାଇ ପ୍ରବାସୀ ଓଡ଼ିଆମାନେ ଓହ୍ଲାଇଛନ୍ତି। ବାଙ୍ଗାଲୋରରୁ ହାଓ୍ବଡ଼ା ଯାଉଥିବା ଏକ ସ୍ପେଶାଲ ଟ୍ରେନ ବସ୍ତାରେ ଅଟକିଥିଲା।...

ଫଳ ବେପାରୀଙ୍କ କବ୍ଜାରେ ରାମରାମ ଗଳି
କେନ୍ଦୁଝର, ୨୯ା୫(ଡି.ଏନ୍.ଏ.)-କେନ୍ଦୁଝର ସହରରେ ଅବୈଧ କବ୍ଜା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଟ୍ରାଫିକ ସମସ୍ୟା ଲାଗି ରହିଛି। ପୌରପାଳିକା ଅଧୀନ ଥିବା ବିଭିନ୍ନ ଗଳିକନ୍ଦି ଏପରିକି...

ବ୍ରାହ୍ମଣୀ ନଦୀବନ୍ଧ : ବର୍ଷାରେ ଉଭୟ ପାର୍ଶ୍ୱରେରେନ୍ କର୍ଟ ସୃଷ୍ଟି
ବରୀ,୧୨।୮(ସ୍ବ.ପ୍ର.)- ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱ ବନ୍ଧରେ ଗତ ବୁଧବାର ଲଗାଣ ବର୍ଷାରେ ଶହେରୁ ଊର୍ଦ୍ଧ୍ୱ ରେନ୍ କର୍ଟ ସୃଷ୍ଟି ହୋଇଛି। ବର୍ଷା ଯୋର୍ଗୁ ଏବେ...

କରୋନା ଭୟ: ଛତ୍ରପୁର ସବ୍ଜେଲରେ ହେବ ଯାଞ୍ଚ
ଛତ୍ରପୁର, ୨୩।୭(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ସବଜେଲ୍କୁ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀ ପରିଦର୍ଶନ କରିଛନ୍ତି। ଅନ୍ତେବାସୀଙ୍କ କରୋନା ଲକ୍ଷଣ ଅଛି କି ନାହିଁ ସେନେଇ...
ଅଁଳା ପଞ୍ଚାୟତ ସରପଞ୍ଚଙ୍କୁ ଅଟକ ରଖିଲେ ଗ୍ରାମବାସୀ
ବେତନଟୀ/ବୈଶିଙ୍ଗା,୧୮ା୫(ଡି.ଏନ୍.ଏ.)- ପ୍ରବାସୀଙ୍କୁ ବାଇକ୍ରେ ବସାଇ ଆଣିଥିବା ଜଣେ ଯୁବକ ହୋମ୍ କ୍ୱାରାଣ୍ଟାଇନ୍ରେ ନ ରହିବାରୁ ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତରେ ଉତ୍ତେଜନା...

ବରଗଡ଼ ଧନୁଯାତ୍ରା: ମଥୁରା ବୁଲିଲେ କୃଷ୍ଣ ବଳରାମ
ମଥୁରାନଗରୀ,୧୦।୧ – ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଦଶମ ଦିବସରେ ଅନ୍ୟ ଦିନ ଭଳି କଂସ ମହାରାଜା ମଥୁରା ନଗରୀ ପରିକ୍ରମା କରିଥିବାବେଳେ ଶ୍ରୀକୃଷ୍ଣ ଓ...