ମୟୂରଭଞ୍ଜ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର,୨।୨(ବ୍ୟୁରୋ)-  ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଉତ୍କଳ ମଣ୍ଡପଠାରେ ଚାଲିଥିବା ‘ମୟୂରଭଞ୍ଜ ଉତ୍ସବ-୨୦୨୦’ର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ଛାଉଣି ଛଉନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଚିତ୍ତାକର୍ଷକ ଛଉନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ନାରୀ ସଶକ୍ତୀକରଣ ଉପରେ ଆଧାରିତ ନୃତ୍ୟ ନାଟିକା ‘ଶକ୍ତିମୟୀ’କୁ ପରିବେଷଣ କରିଥିଲେ ବାରିପଦାର ଟ୍ରିପଲ୍‌-ଏ ୱିମେନ୍‌ ୱିଙ୍ଗ୍‌। ସେହିପରି କରଞ୍ଜିଆର ନୃତ୍ୟଶ୍ରୀ ଦଳ କ୍ରିଏଟିଭ୍‌ ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ପରେ ପରେ ସର୍ବଧର୍ମ ସମନ୍ବୟ ଉପରେ ଆଧାରିତ ‘ଆମେ ସବୁ ଭାଇଭାଇ’ ପରିବେଷଣ ହୋଇଥିଲା। ବାରିପଦାର ଗୁରୁକୁଳ ଡ୍ୟାନ୍ସ ଗ୍ରୁପ୍‌ ଓଡ଼ିଆ କ୍ଲାସିକ୍‌ ଗୀତରେ ମଡନର୍ର୍ କଣ୍ଟେମ୍ପୋରାରି ପରିବେଷଣ କରିଥିଲା। ସେହିଭଳି ଆଦିମ ଆଦିବାସୀ ମହାସଂଘ ଏବଂ କରଞ୍ଜିଆର ଫ୍ଲୋ-ଲେସ୍‌ ଗ୍ରୁପ୍‌ର ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲା। ଏହି ଅବସରରେ କଣ୍ଠଶିଳ୍ପୀ କୁମାର ସାଗର ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଦ୍ୱିତୀୟ ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ରହିଥିଲେ। ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସାଙ୍ଗକୁ ଦର୍ଶକ ଏଠାରେ ବାରିପଦାର ଖାସି ମାଂସ, ଦେଶୀ କୁକୁଡା ମାଂସ, ମୁଢ଼ି, କାକରା, ମଣ୍ଡା ପିଠା, ଦଳା ଖେଚୁଡ଼ିର ଭରପୂର ମଜା ନେଇଥିଲେ। ସୁକାନ୍ତ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଚିନ୍ମୟ ଦାସ ପଟ୍ଟନାୟକ ଏବଂ ଅଶୋକ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପ୍ରକାଶ ପାଇବ ମାଦ୍ରାସା ବୋର୍ଡ ପରୀକ୍ଷାଫଳ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଓଡ଼ିଶା ମାଦ୍ରାସା ବୋର୍ଡ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ଏ ନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷାଫଳ ପ୍ରକାଶ...

ବଢ଼ିପାରେ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପାସ୍‌ ହାର ତୁଳନାରେ କଲେଜରେ ସିଟ୍‌ କମ୍‌ ରହିଛି। ତେଣୁ ଆବଶ୍ୟକ ପଡ଼ିଲେ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା ବଢ଼ାଯାଇପାରେ ବୋଲି...

ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରିବେ ରାଷ୍ଟ୍ରପତି : ତଦନ୍ତରେ ଉତ୍କର୍ଷ ପାଇଁ ପୁରସ୍କୃତ ହେବେ ୨ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ତଦନ୍ତରେ ଉତ୍କର୍ଷ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଦୁଇ ଆଇପିଏସ୍‌ ଅଫିସର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ ହେବେ। ସେମାନେ ହେଲେ କୋରାପୁଟ ଏସ୍‌ପି...

ଶିକ୍ଷାରେ ଉତ୍କର୍ଷ ପାଇଁ ସଂଘର୍ଷ

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ସ୍କୁଲ ସ୍ତରରେ ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କ (ପିଜିଆଇ) ୨୦୨୦-୨୧ରେ ଓଡ଼ିଶା ଲେଭଲ ୩ (୮୫୧ରୁ ୯୦୦ ସ୍କୋର) ରେ ରହିଛି। ଯଦିଓ ପୂର୍ବାପେକ୍ଷା...

ଇଭିଏମ୍‌ରେ ଲାଗୁଛି ପ୍ରାର୍ଥୀଙ୍କ ନାମ, ଦଳ, ଚିହ୍ନ

ଭୁବନେଶ୍ୱର,୧୮।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୁରୁବାରଠାରୁ କମଶନିଂ ଆରମ୍ଭ ହୋଇଛି। ଖୋର୍ଦ୍ଧାରୁ ଇଭିଏମ୍‌...

ଏମାର ମଠ ଉଚ୍ଛେଦ ଜାରି: ମହନ୍ତଙ୍କୁ ନେଇ ବଢୁଛି ଉତ୍କଣ୍ଠା

ପୁରୀ ଅଫିସ, ୩୧ା୮: ବହୁଚର୍ଚ୍ଚିତ ଏମାର ମଠ ଭଙ୍ଗାକୁ ନେଇ ଦିନକୁ ଦିନ ନାନା ପ୍ରକାର ଚର୍ଚ୍ଚା ଚାଲିଛି। ତେବେ ଶୁକ୍ରବାର ବ୍ରିଟିଶ ଅମଳର ରଘୁନନ୍ଦନ...

୩ ରେଳ ଷ୍ଟେଶନରେ ହେବ ବାୟୋଗ୍ୟାସ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ବର୍ଜ୍ୟ ପରିଚାଳନା ପାଇଁ ପୁରୀ, କଟକ ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ବାୟୋଗ୍ୟାସ୍‌ ପ୍ଲାଣ୍ଟ ସ୍ଥାପନ ହେବ। ଷ୍ଟେଶନରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି...

ଅନନ୍ତ, କୁମ୍‌କୁମ୍‌ ପାଇଲେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର, ୩୧।୮ (ବ୍ୟୁରୋ): ଦୁଇବର୍ଷ ପାଇଁ ୩୪ଜଣ ଯଶସ୍ବୀ ଶିଳ୍ପୀଙ୍କୁ ସମ୍ମାନିତ କଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ। ସୋମବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ...

Advertisement
Archives

Model This Week