ମୟୂରଭଞ୍ଜର ୭ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଲା ପ୍ରଶାସନ

ବୌଦ୍ଧ,୧୬।୫ (ସ୍ବ.ପ୍ର.): ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। ଏଣୁ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରହି କାମଧନ୍ଦା କରୁଥିବା ଶ୍ରମିକ ଶ୍ରେଣୀର ଲୋକେ ସେମାନଙ୍କ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଅନେକ ଲୋକ ଚାଲି ଚାଲି ନିଜ ଘରକୁ ଫେରିବାକୁ ପଛାଉ ନାହାନ୍ତି। ତେବେ ବୌଦ୍ଧ ଜିଲା ପ୍ରଶାସନ ମୟୂରଭଞ୍ଜ ଜିଲା ତିରିଂ ବ୍ଲକର ୭ ଜଣ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇଛି। ଏମାନେ ବୌଦ୍ଧ ଏନ୍‌ଏସିର ରାତ୍ରୀ ଆଶ୍ରୟସ୍ଥଳରେ ରହିଥିଲେ। ଶନିବାର ଏମାନଙ୍କୁ ଏକ ସ୍ବତନ୍ତ୍ର ଗାଡି ଯୋଗେ ନିଜ ଘରକୁ ଜିଲା ପ୍ରଶାସନ ପକ୍ଷରୁ ପଠାଯାଇଛି। ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆ, ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ଓ ରାତ୍ରୀ ଆଶ୍ରୟସ୍ଥଳର କେୟାରଟେକର କୃପାସିନ୍ଧୁ ଷଡଙ୍ଗୀ ଏହି ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବ ଦୀପାବଳି ଆରମ୍ଭ

ପୁରୀ ଅଫିସ, ୧୪ା୧୨:ଶ୍ରୀମନ୍ଦିରରେ ରବିବାରଠାରୁ ଦେବ ଦୀପାବଳି ଆରମ୍ଭ ହୋଇଛି। ଏହା ୩ଦିନ ଧରି ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ କାଶ ଧଡ଼ିିଆ ବସ୍ତ୍ର...

ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ

ଅନୁଗୋଳ ଅଫିସ, ୨।୧: ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାରେ ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ ସ୍ଥାନ...

ଶ୍ମଶାନ ସ୍ଥାନ, ନାଳରେ ଆବର୍ଜନାକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୩-ଫୁଲବାଣୀ ପୌର ପରିଷଦ ଅଧୀନ ପେଞ୍ଜିସାହିର ଶ୍ମଶାନ ସ୍ଥାନକୁ ଏବେ ପୌର ପରିଷଦ ନିଜ ଦଖଲକୁ ନେଇଛି। ଶ୍ମଶାନ ପାଇଁ ପୌର ପରିଷଦ...

ପୁରୀ: କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୧୫ା୪: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମଙ୍ଗଳବାରଠାରୁ ପୁରୀରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ ଶଯ୍ୟା...

ମୁକ୍ତା ଯୋଜନାରେ ଶିଶୁ ଉଦ୍ୟାନ ଉନ୍ନତୀକରଣ ବିଫଳ

ବ୍ରହ୍ମପୁର ଅଫିସ,୧୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ରହ୍ମପୁର ସହରର ଖୋଲା ସ୍ଥାନଗୁଡିକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ସହରରେ ଏଭଳି ଭାବେ ପ୍ରାୟ...

ପ୍ରାର୍ଥୀ ଚୟନ ନେଇ ଅଙ୍କକଷା

ସୁୁନ୍ଦରଗଡ଼,୧୫।୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା ପରେ ସୁନ୍ଦରଗଡ଼ ଜିଲାର ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏପଟେ କରୋନା ସଂକ୍ରମଣ...

ଡବେରୀ ଅଙ୍ଗନାୱାଡି କେନ୍ଦ୍ରରେ ଅବ୍ୟବସ୍ଥା: ୧୧ଟା ପର୍ଯ୍ୟନ୍ତ ବାହାରେ ଠିଆ ହେଲେ ଶିଶୁ

ଦାରିଙ୍ଗବାଡ଼ି,୧।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଡବେରୀଠାରେ ଥିବା ଅଙ୍ଗନାୱାଡ଼ି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ମଙ୍ଗଳବାର ଶିଶୁମାନେ ସକାଳ ୯ଟାରୁ ଆସି କେନ୍ଦ୍ର ସମ୍ମୁଖରେ ବହୁ ସମୟ...

ପାଣି ଉଛୁଳିବା ପରେ ବଢ଼ିଲା ଚିନ୍ତା

ଢେଙ୍କାନାଳ ଅଫିସ,୧୯।୮: ଲଗାଣବର୍ଷା ହେଲେ ଢେଙ୍କାନାଳର ଐତିହାସିକ କୁଞ୍ଜକାନ୍ତ ପୋଖରୀର ଚିତ୍ର ବଦଳିଯାଉଛି। ପାଣି ନିଷ୍କାସନ ହୋଇ ନ ପାରି ୩ନଂ. ଓ୍ବାର୍ଡରେ ପ୍ରବାହିତ ହେଉଛି।...

Advertisement
Archives

Model This Week