ମୌଳିକ ସୁବିଧାରୁ ବଞ୍ଚିତ ୭ ଭୂମିହୀନ ପରିବାର

ବନ୍ତ, ୨୨।୪ (ସ୍ବ.ପ୍ର.) – ଜମିପଟ୍ଟା ଥାଇ ମଧ୍ୟ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଘର କରିପାରୁନାହାନ୍ତି ୭ ଭୂମିହୀନ ପରିବାର। ଏଥିସହ ସେମାନଙ୍କୁ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଫଳରେ ସେମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ବିଭିନ୍ନ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି। ଏ ଦିଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ଉଲ୍ଲେଖନୀୟ ଯେ, ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ୨୦୦୮ରେ ଏହି ଭୂମିହୀନ ପରିବାରକୁ ମାଗଣାରେ ଜମିପଟ୍ଟା ଯୋଗାଇ ଦିଆଯାଇଥିଲା। ବନ୍ତ ତହସିଲ ଅଧୀନ ଆଡ଼ିଆ ପଞ୍ଚାୟତ ଓଲଡାଙ୍ଗ ଗ୍ରାମର ମାନତ୍ରୀ ମାଝି, ସଲପି ହାଁସଦା, ସୀତା ମାରାଣ୍ଡି, କୁନି ମାଝି, ସୁଦାମ ମାରାଣ୍ଡି, ରାମ ମାଝି, ଚମ୍ପା ମାଝି ପ୍ରତ୍ୟେକଙ୍କୁ ତତ୍କାଳୀନ ତହସିଲଦାର ୪ ଡିସିମିଲ ଲେଖାଏ ଘରଡିହ ପଟ୍ଟା ପ୍ରଦାନ କରିଥିଲେ। ହେଲେ ଏହାମଧ୍ୟରେ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଜାଗା ଚିହ୍ନଟ ହୋଇପାରି ନାହିଁ। ଉକ୍ତ ଜାଗା ଦଖଲରେ ନ ଥାଇ ମଧ୍ୟ ସେବେଠାରୁ ପ୍ରତିବର୍ଷ ସେମାନେ ଏହି ଜାଗାର ଭୂମିକର ଓ ଖଜଣା ପାଉତି ରାଜସ୍ବ ବିଭାଗକୁ ପୈଠ କରୁଛନ୍ତି। କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ବୀଣାପାଟିଆ ଅଞ୍ଚଳରୁ ଆସିଥିବା ଏହି ୭ ପରିବାର ୨୦ ବର୍ଷ ପୂର୍ବରୁ ବନ୍ତ ତହସିଲ ଓଲଡାଙ୍ଗ ମୌଜାର ଏକ ସରକାରୀ ଜମିରେ ବସତି ସ୍ଥାପନ କରିଥିଲେ। ସମସ୍ତ ପରିବାର ଭୂମିହୀନ ହୋଇଥିବାରୁ ବାରମ୍ବାର ଆବେଦନ ପରେ ତାଙ୍କୁ ଆଡ଼ିଆ ମୌଜାରେ ଏହି ଘରଡିହ ପଟ୍ଟା ମିଳିଥିଲା। ପଟ୍ଟା ପାଇବାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ମିଳିଥିବା ପ୍ଲଟ କେଉଁ ଜାଗାରେ ରହିଛି ତାହା ଦଖଲ କି ବେଦଖଲରେ ଅଛି ସେମାନଙ୍କୁ ଜଣା ନ ଥିବା ପ୍ରକାଶ କରିଛନ୍ତି। ବିଲ ମଝିରେ ଥିବା ସେହି ବସତିରେ ଏବେ ୯ ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଦୁର୍ଘଟଣା ବେଳେ ଦମକଳ କିମ୍ବା ଆମ୍ବୁଲାନ୍ସ ଯିବା ତ ଦୂରର କଥା ପାଦଚଲା ରାସ୍ତାଟିଏ ମଧ୍ୟ ନାହିଁ। ପଟ୍ଟାଭୁକ୍ତ ଜାଗା ହୋଇ ନ ଥିବାରୁ ରାସ୍ତା, ବିଜୁଳି, ଘର ଓ ସ୍ବଚ୍ଛ ଭାରତ ମିଶନରେ ଶୌଚାଳୟ ଆଦି ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଏହି ଆଦିବାସୀ ପରିବାର।
ଜମି ପଟ୍ଟା ପାଇବା ପରେ କେତେ ଯେ ତହସିଲଦାର ବଦଳି ଗଲେଣି ହେଲେ କେହି ଆମ ଗୁହାରି ଶୁଣୁନାହାନ୍ତି ବୋଲି କହିଛନ୍ତି ଗୋପୀନାଥ ମାଝି। ଭୂମିହୀନ ସଲପି ହଁାସଦା ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବର୍ଷାଦିନେ ପାଣିଘେରରେ ରହୁଛୁ। ବସ୍ତିକୁ ରାସ୍ତା ନାହିଁ। ଆମ ପିଲାଛୁଆ ପାଠ ପଢିବାକୁ ଯାଇପାରୁ ନାହାନ୍ତି। ରୋଗରେ ପଡ଼ିଲେ ଡାକ୍ତରଖାନା ଯିବାକୁ ହେଲେ ରୋଗୀକୁ କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ନେବାକୁ ପଡ଼େ ବୋଲି ଆଉଜଣେ ଭୂମିହୀନ ଶଙ୍କର ମାରାଣ୍ଡି କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀଙ୍କୁ ପଚାରିବାରୁ ଅଫିସରେ ରେକର୍ଡ ଅନୁଧ୍ୟାନ ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଏ ସମ୍ପର୍କରେ ଅନୁରୂପ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ବାଲେଶ୍ୱର,୧୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା ଗ୍ରାମର ଯୁବକଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ଯୁବକଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ...

୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ

ବାଲେଶ୍ୱର,୧୭।୩(ବାଞ୍ଛାନିଧି ଦେ)- ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ରୂପସା ସାମିଲ ହାସନପୁର ଗ୍ରାମରେ ଏକ ବଡ଼ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ...

ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ

ପାଟଣା,୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଗୋରାଣ୍ଡି ଯୋଡି ନିକଟରେ ଶନିବାର ଅପରାହ୍ନରେ ଦୁଇ ବାଇକ...

କୋର୍ଟରେ ହାଜର ପରେ ଜେଲ୍‌ ଗଲେ ରାଜା ଚକ୍ର

ବାଲେଶ୍ୱର,୧୪ା୩(ବାଞ୍ଛାନିଧି ଦେ): ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗାନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ୍‌ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ଲିଃ ରେ ବହୁ...

ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବାଙ୍କ ଚୈତ୍ର ଚଡକ ମେଳା, ଭକ୍ତଙ୍କ ଟିକେଟ ଧାର୍ଯ୍ୟ ୧0ଟଙ୍କା

ଭୋଗରାଇ,୧୨।୩ ( ପ୍ରଦୀପ ଦାସ): ବାଲେଶର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶପ୍ରସିଦ୍ଧ ଚୈତ୍ର ଚଡକ ମେଳା ଆସନ୍ତା...

ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ

ଭୁବନେଶ୍ୱର, ୯।୩: ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ।  ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ତଥା ଚାରି ଚାରି ଥର...

ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ବାଲେଶ୍ୱର ,୬।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନହରପାଟଣା ଛକ ନିକଟ ରାସ୍ତା ପାର୍ଶ୍ଵରେ ଗୁରୁବାର ଏକ...

ବାଲିଆପାଳ ଜଗନ୍ନାଥ ମନ୍ଦିରରୁ ଲୁଟ, ହୁଣ୍ଡି ବାକ୍ସକୁ ଛାଡିଲେନି ଦୁର୍ବୃତ୍ତ

ବାଲେଶ୍ୱର,୬।୩(ବାଞ୍ଛାନିଧି ଦେ) : ଜଗନ୍ନାଥ ମନ୍ଦିରରୁ ଲୁଟ୍‌। ବିଳମ୍ବିତ ରାତିରେ ମନ୍ଦିରରୁ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri