ମୌଳିକ ସୁବିଧାରୁ ବଞ୍ଚିତ ବସ୍ତିବାସିନ୍ଦା

ତେଲକୋଇ, ୨୫।୪(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ କାଳିଆହତା ପଞ୍ଚାୟତରେ ରହିଛି ରଙ୍ଗମାଟିଆ ବସ୍ତି । ଏହି ବସ୍ତିରେ ୩୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ତେବେ ପ୍ରଶାସନର ଅଣଦେଖା ଓ ପଞ୍ଚାୟତ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ମୈାଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ବସ୍ତି ବାସିନ୍ଦା । ଗାଁ କୁ ରାସ୍ତା ନ ଥିବା ବେଳେ ଶିକ୍ଷା ସ୍ବାସ୍ଥ୍ୟ, ପାନୀୟଜଳ ଏହି ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଛି । ଏହି ଗ୍ରାମରେ ଶହେରୁ ଊର୍ଦ୍ଧ୍ୱ ଲୋକେ ବସବାସ କରନ୍ତି । ଅଦ୍ୟାବଧି ଗ୍ରାମରେ ଥିବା ବିଧବା ଓ ବାର୍ଦ୍ଧକ୍ୟଙ୍କ ପାଇଁ ଭତ୍ତା ହୋଇନଥିବା ବେଳେ ଇନ୍ଦିରା ଆବାସ ,ମୋ କୁଡିଆ କେହି ପାଇ ପାରିନାହାନ୍ତି। ଗ୍ରାମରେ ସ୍କୁଲ ନଥିବା ଯୋଗୁଁ ୩ କି.ମି. ଜଙ୍ଗଲ ରାସ୍ତା ଦୂରରେ ରହିଛି ଲକ୍ଷ୍ମୀନାରାୟଣ ପୁରର ପ୍ରାଥମିକ ବିଦ୍ୟାଳୟ। ଦୂରତା ଅଧିକା ହେଉଥିବା ଯୋଗୁଁ  ଗ୍ରାମରେ ପ୍ରାୟ ପିଲା  ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଗାଁ ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଓ ମୂଲ ମଜୁରୀ କରି ପରିବାର ଚଳାନ୍ତି । ପାନୀୟଜଳ ପାଇଁ ଝରଣାର ଚୁଆ ପାଣିକୁ ବର୍ଷ ତମାମ ଭରସା କରିଥାନ୍ତି । ସ୍ବାସ୍ଥ୍ୟ ସେବା ପାଇଁ ୧୦ କି.ମି. ଗଲେ କାଳିଆହତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ହେଲେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଦିର୍ଘଦିନ ହେବ ଡାକ୍ତର ରହୁନଥିବା ଯୋଗୁଁ ଗ୍ରାମବାସୀ ଚେରମୂଳି ଓ ଝଡାଫୁଙ୍କା ଉପରେ ନିର୍ଭର କରୁଥିବା ଗ୍ରାମର ଦୁଲି ହେମ୍ବ୍ରମ, ମହେଶ୍ୱର ଝୁଡୁ, ଖୁଦିଆ ଝୁଡୁ, ବାନୀ ସୋରେନ ପ୍ରକାଶ କରିଛନ୍ତି। ବିଦ୍ୟୁତ ଏହି ବସ୍ତି ପାଇଁ ସାତ ସପନ ହୋଇ ରହିଛି। ରାସ୍ତା ପାଇଁ କେବଳ ପ୍ରତଶ୍ରୁତି ଦେଇ ପ୍ରତି ପରିବାରର ମୁଖିଆଙ୍କ ନାମ ନେଉଥିବା ଉକ୍ତ ବସ୍ତିର ୱାର୍ଡମେମ୍ବର, ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ପାଖରେ ଲୋକଙ୍କ ଦୁଃଖ ଜଣାଇ ଦାବି ହାସଲ କାହିଁକି କରୁନ ପଚରାଯିବାରୁ  ବାରମ୍ବାର ଦୁଃଖ ଜଣାଇ ବିଫଳ ହୋଇଛୁ । ଏସମ୍ବନ୍ଧରେ ବିଡିଓ ଦିଲ୍ଲିପ କୁମାର ବାରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଏହି ବସ୍ତି ପାଇଁ ନିଶ୍ଚିତ ଦୃଷ୍ଟି ଦିଆଯିବା ସହ କାର୍ଯ୍ୟ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri