ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି ‘ଟ୍ରାନ୍ସମେଲ’

ପୁରୀ ଅଫିସ,୨୮।୮: ଦେଶରେ ସମସ୍ତ ନାଗରିକଙ୍କୁ ନିଜସ୍ବ ହିସାବରେ ବଞ୍ଚତ୍ବାର ଅଧିକାର ଦିଆଯାଇଛି। ଜଣେ ସାଧାରଣ ନାଗରିକ ସମାଜରେ ଯେମିତି ସମ୍ମାନର ସହିତ ବଞ୍ଚୁଛି, ଠିକ୍‌ ସେମିତି ଜଣେ ଟ୍ରାନ୍ସ ଜେଣ୍ଡର ତଥା ତୃତୀୟ ନାଗରିକ ମଧ୍ୟ ସେମିତି ବଞ୍ଚତ୍ପାରିବେ। ହେଲେ ସମାଜରେ ବେଳେବେଳେ ଏଭଳି ମଣିଷକୁ ଅଣଦେଖା କରାଯାଉଛି। ଏପରିକି ସେମାନଙ୍କୁ ପରିବାର ଲୋକ ମଧ୍ୟ ସହଯୋଗ କରୁ ନ ଥିବାବେଳେ ପୋଲିସ ବି ହୀନଚକ୍ଷୁରେ ଦେଖୁଛି। ତେଣୁ ସେମାନଙ୍କୁ ମୌଳିକ ଅଧିକାର ମିଳୁ ନ ଥିବାରୁ ବଞ୍ଚତ୍ବାର ରାହା ନେଇ ଏଣେତେଣେ ବୁଲୁଛନ୍ତି। ଏଭଳି ଅବସ୍ଥା ପୁରୀ ଜିଲାର ଜଣେ ଟ୍ରାନ୍ସମେଲ୍‌ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ନିଜ ଅସ୍ତିତ୍ୱକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରିଚାଲିଛନ୍ତି। ପରିବାରଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିବା ସେ ବାରମ୍ବାର ଅଭିଯୋଗ କରୁଛନ୍ତି। ପରିବାର ଲୋକେ ଜବରଦସ୍ତ ତାଙ୍କ ଇଚ୍ଛା ବିରୋଧରେ ଜଣେ ଝିଅଙ୍କ ଭଳି ଚଳିବା ପାଇଁ ବାଧ୍ୟ କରୁଛନ୍ତି। ପୋଲିସମାନେ ଟ୍ରାନ୍ସ ମେଲ୍‌ ଶ୍ରେଣୀର ଲୋକଙ୍କୁ ସ୍ବତନ୍ତ୍ର ଭାବେ ବଞ୍ଚିବାର ସୁଯୋଗ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି।
ଘଟଣା ଅନୁଯାୟୀ, ବ୍ରହ୍ମଗିରି ଦହିଖିଆ ଅଞ୍ଚଳର ଟ୍ରାନ୍ସମେଲ୍‌ ଋତିକ୍‌ ଜେନା (ଜନ୍ମିତ ନାମ ଋତୁପର୍ଣ୍ଣା ଜେନା) ଝିଅଟିଏ ହୋଇ ଜନ୍ମ ହୋଇଥିବା ବେଳେ ପରେ ତାଙ୍କଠାରେ ପୁଅ ପିଲାଙ୍କ ସ୍ବଭାବ ଦେଖାଯାଇଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଘୃଣା କରିବା ସହ ଜଣେ ଝିଅ ଭଳି ବ୍ୟବହାର ଓ ଚାଲିଚଳନ ରଖିବାକୁ ବାଧ୍ୟ କରୁଥିଲେ। ଏହାପରେ ଋତିକ୍‌ ସାଥୀ(ସପୋର୍ଟ ଫର୍‌ ମାର୍ଜିନାଲାଇଜ୍‌ଡ ଇନଡିଭିଜୁଆଲ ଫର୍‌ ଲାଇଭ୍‌ଲିହୁଡ୍‌ ଆଣ୍ଡ ଏଣ୍ଟରପ୍ରାଇଜ୍‌) ଅନୁଷ୍ଠାନର ହେଲ୍ପଲାଇନ୍‌ ନମ୍ବର ସହ ଯୋଗାଯୋଗ କରି ତାଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଥିଲେ। ନିବେଦନକ୍ରମେ ସାଥୀ ଅନୁଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପୁରୀସ୍ଥିତ ଜଣେ କର୍ମଚାରୀଙ୍କ ଘରେ ରଖିଥିଲେ। ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ପରିବାର ଲୋକେ ଥାନାରେ ଅଭିଯୋଗ କଲେ ଓ ଝିଅକୁ ଖୋଜି ଆଣିବା ପାଇଁ ପୋଲିସ ଉପରେ ଚାପ ପକାଇଲେ। ବ୍ରହ୍ମଗିରି ପୋଲିସ ପୁରୀ ସହରର କୁମ୍ଭାରପଡ଼ା ପୋଲିସ ସହାୟତାରେ ଋତିକ୍‌ଙ୍କୁ ଖୋଜିଥିଲେ। ପୁରୀରେ ଥିବା ଜଣାପଡ଼ିବା ପରେ କୁମ୍ଭାରପଡ଼ା ଥାନା ପୋଲିସ ଋତିକଙ୍କୁ ଉଠାଇ ଆଣିଥିଲେ। ଶୁକ୍ରବାର ରାତିରେ ଋତିକଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା। ଏହାପରେ ସାଥୀ ଟିମ୍‌ ବ୍ରହ୍ମଗିରି ଥାନା ଓ ସାତପଡ଼ାଗଡ଼ ଫାଣ୍ଡିରେ ପହଞ୍ଚି ଋତିକ୍‌ଙ୍କ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ପରେ ଋତିକ୍‌ ଥାନାକୁ ଆସିଥିଲେ। ଋତିକ୍‌ ଥାନା ଅଧିକାରୀଙ୍କ ନିକଟରେ ନିଜର ଇଚ୍ଛା କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଓଲଟା ଟ୍ରାନ୍ସମେଲ୍‌ ହୋଇଥିବା କାରଣରୁ ଅସଭ୍ୟ ଭାଷାରେ ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ପୋଲିସ ଟ୍ରେନ୍ସମେଲ୍‌ ଭଳି ଏକ ଶ୍ରେଣୀକୁ ମାନସିକ ସ୍ତରରେ ଗ୍ରହଣ କରିପାରି ନ ଥିଲା। ଓଲଟା ସାଥୀ କର୍ମଚାରୀଙ୍କ ସହ ବୁଝାମଣା କରି ଋତିକ୍‌ଙ୍କ ଇଚ୍ଛା ବିରୋଧରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସାଥୀ କର୍ମଚାରୀମାନେ ପରିବାର ଲୋକଙ୍କୁ ବାଧ୍ୟ ହୋଇ ଋତିକ୍‌ଙ୍କ ଦାୟିତ୍ୱ ହସ୍ତାନ୍ତର କରିବା ସହ କିଛି ସର୍ତ୍ତ ମଧ୍ୟ ରଖିଥିଲେ। ଋତିକ୍‌ଙ୍କର ସାଥୀ ଅନୁଷ୍ଠାନ ସହ କ୍ରମାଗତ ଯୋଗାଯୋଗ ରହିବା ସହ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବ ନାହିଁ ବୋଲି ସାଥୀ କର୍ମଚାରୀମାନେ ଦାବି କରିଥିଲେ। ପୋଲିସ ସମ୍ପୃକ୍ତ ସର୍ତ୍ତକୁ ମାନି ଋତିକ୍‌ଙ୍କ ଦାୟିତ୍ୱ ପରିବାର ଲୋକଙ୍କୁ ଦେଇଛି। ଅନ୍ୟପକ୍ଷେ ଋତିକ୍‌ଙ୍କର କହିବା ଅନୁଯାୟୀ ଲିଙ୍ଗ ଦୃଷ୍ଟିକୋଣରୁ ସେ ଜଣେ ଝିଅ ହୋଇଥିବା ପରିବାର ଲୋକେ ମାନି ନେଇଛନ୍ତି। ମାତ୍ର ମୋର ଭାବପ୍ରବଣତା ଓ ଅନୁଭବକୁ ଧ୍ୟାନ ଦିଆଯାଉନାହିଁ। ମୁଁ ଜଣେ ପୁଅ ହୋଇ ରହିବାକୁ ଚାହେଁ। ଏପରିକି ମୁଁ ଏ ନେଇ କୋର୍ଟରେ ସତ୍ୟପାଠ ମଧ୍ୟ କରାଇନେଇଛି। ମୁଁ ସାବାଳକ ହୋଇଥିବା ହେତୁ ନିଜ ଇଚ୍ଛାରେ ବଞ୍ଚିବାକୁ ଚାହେଁ। ଏହା ମୋର ଜନ୍ମସିଦ୍ଧ ଅଧିକାର। ମାତ୍ର ପରିବାର ଲୋକେ ଜବରଦସ୍ତ ମୋ ବାହାଘର କରାଇବା ସହ ଜଣେ ଝିଅ ଭଳି ବ୍ୟବହାର କରିବାକୁ ବାଧ୍ୟ କରୁଛନ୍ତି। ସେମାନଙ୍କ ବ୍ୟବହାର ମୋ ପାଇଁ କ୍ରମାଗତ ଅସହ୍ୟ ହେଉଛି। ଏଭଳି ସ୍ଥିତିରେ ମୋତେ ସ୍ବାଧୀନତା ଦରକାର ବୋଲି ସେ କହୁଛନ୍ତି। ଅନ୍ୟପଟେ କୁମ୍ଭାରପଡ଼ା ଥାନା ଆଇଆଇସି ଦିଲୀପ ସ୍ବାଇଁ କହିଛନ୍ତି, ଏଭଳି ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି। କୁମ୍ଭାରପଡ଼ା ଥାନାକୁ ଏଭଳି ମାମଲା ଆସି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଠିକା ସଂସ୍ଥାକୁ ବର୍ଷେ, କର୍ମଚାରୀଙ୍କୁ ତଦୂର୍ଦ୍ଧ୍ୱ

ପାରାଦୀପ, ୨୮ା୧୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାରେ ଥିବା ଯୁବତୀଯୁବକମାନେ ଚାକିରି ପାଇଁ ଜିଲା ବାହାରକୁ ଯାଇ ଆବେଦନ କରୁଛନ୍ତି। ହେଲେ ଜିଲାରେ ଥିବା ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ...

‘ଭଦ୍ରକ ତ୍ୟାଗ ଓ ବଳିଦାନର ମାଟି’

ଭଦ୍ରକ ଅଫିସ, ୧୭ା୧୨- ଭଦ୍ରକ ଟାଉନ ହଲ ପରିସରରେ ୭ ଦିନ ଧରି ଚାଲିଥିବା ତ୍ୟାଗଭୂମି ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ...

ରାସ୍ତା, ପାନୀୟ ଜଳ, ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ

ଫୁଲବାଣୀ ଅଫିସ,୧୮ା୧୨- ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦୁଇ ଦିନିଆ କନ୍ଧମାଳ...

ପିଇଓଙ୍କ ସମ୍ପତ୍ତି ୧କୋଟିରୁ ଊର୍ଦ୍ଧ୍ୱ

ବରଗଡ଼ ଅଫିସ୍‌,୨୫।୧: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପାଲି ଓ କେଶେଇପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର...

ବିଶ୍ବାସ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଆର୍‌.ଉଦୟଗିରି,୧୯ା୪(ଡି.ଏନ୍‌.ଏ.)- ମୋହନା ନୀଳକଣ୍ଠେଶ୍ବର ମନ୍ଦିର ରାସ୍ତାରେ ଥିବା ବିଶ୍ବାସ କ୍ଲିନିକକୁ ଶନିବାର ସିଲ୍‌ କରିଛି ପ୍ରଶାସନ। କରୋନା ନିୟମ ଉଲ୍ଲଘଂନ ସହ ନଥିପତ୍ର ନଥାଇ ବେଆଇନ...

ମଧ୍ୟାହ୍ନଭୋଜନର ମାନ ପରୀକ୍ଷା କଲେ ସରପଞ୍ଚ

ଧର୍ମଶାଳା,୨୮।୮(ଡି.ଏନ.ଏ.):  ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ସରପଞ୍ଚ ଶନିବାର ଏକ ସ୍କୁଲକୁ ଯାଇ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟର ମାନ ପରୀକ୍ଷା...

ବଜ୍ରପାତରେ ୬ ମଇଁଷି ମୃତ

ଶଙ୍କରାଖୋଲ,୧୩।୬(ଡି.ଏନ୍‌.ଏ.)-ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ସୁନାପଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସାନନ୍ଦା ପ୍ରଧାନଙ୍କର ୬ଟି ମଇଁଷିଙ୍କ...

ମରୁଡ଼ି ଘୋଷଣା ଦାବି

ଛତ୍ରପୁର,୧୬। ୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୭୮ ପ୍ରତିଶତ ଜମିରେ ତଳି ନଷ୍ଟ ହୋଇଯାଇଥିବାରୁ ପ୍ରଶାସନ ତୁରନ୍ତ ମରୁଡ଼ି ଘୋଷଣା କରିବା ସହ ଫସଲ ବୀମା ଋଣ...

Advertisement
Archives

Model This Week