ମୋ ସରକାର ଟିମ୍‌ର ପ୍ରଥମ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋରାପୁଟରେ ହେବ କମ୍ପୋଜିଟ୍‌ ହସ୍ପିଟାଲ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲାର ସଦର ମହକୁମା ଚିକିତ୍ସାଳୟ ଏବଂ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୪ଟି ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ଏହି ୩ଟି ଜିଲାର ଏସପିମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ। ମୋ ସରକାର କାର୍ଯ୍ୟକ୍ରମର ବରିଷ୍ଠ ଅଧିକାରୀମାନଙ୍କ ପ୍ରଥମ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ସୋମବାର ଏହି ଘୋଷଣା କରିଛନ୍ତି।
କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ଏକ କମ୍ପୋଜିଟ ହସ୍ପିଟାଲ ନିର୍ମାଣ କରାଯିବ। ଦୁଇ ବର୍ଷ ମଧ୍ୟରେ ଏହାର ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ। ରୋଗୀମାନଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ମେଡିକାଲ କ୍ୟାମ୍ପସରେ ଏକ ବିଶ୍ରାମାଗାର ନିର୍ମାଣ କରାଯିବ। ନୂତନ କମ୍ପୋଜିଟ କ୍ୟାମ୍ପସରେ କର୍ମଚାରୀମାନଙ୍କ ପାଇଁ ବାସଗୃହ ବ୍ୟବସ୍ଥା ଓ ଟ୍ରାନଜିଟ୍‌ ହୋମ ନିର୍ମାଣ ହେବ। ମେଡିକାଲ କଲେଜ ପାଇଁ ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ। କୋରାପୁଟ ସଦର ମହକୁମା ହସ୍ପିଟାଲରେ ବେଡ୍‌ ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବା ସହିତ ବର୍ତ୍ତମାନର ବିଲ୍ଡିଂ ଉପରେ ଏକ ନୂଆ ଓ୍ବାର୍ଡ ନିର୍ମାଣ କରାଯିବ। କର୍ମଚାରୀମାନଙ୍କ ପାଇଁ ସରକାରୀ ବାସଗୃହ ଏବଂ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ କରାଯିବ। ୨ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ। ସେହିପରି ମାଲକାନଗିରି ସଦର ମହକୁମା ହସ୍ପିଟାଲରେ ଡାକ୍ତରମାନଙ୍କ ପାଇଁ ବାସଗୃହ ଓ ଟ୍ରାନଜିଟ୍‌ ହୋମ ନିର୍ମାଣ ହେବ। ଶଯ୍ୟା ସଂଖ୍ୟା ୨୦୦କୁ ମଧ୍ୟ ବୃଦ୍ଧି କରାଯିବ। ମୋଟୁଠାରୁ ମାଲକାନଗିରି ପର୍ଯ୍ୟନ୍ତ ସବୁଦିନିଆ ବସ୍‌ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ। ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ କରାଯିବ। ସେହିପରି ନବରଙ୍ଗପୁର ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବା ସହିତ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ କରାଯିବ। ୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଯାନ ଯୋଗାଇ ଦିଆଯିବ। ୨୦୦ ବେଡ୍‌ ବିଶିଷ୍ଟ ନୂତନ ହସ୍ପିଟାଲ ବିଲ୍ଡିଂ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୋମବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଟି ଜିଲା ପାଇଁ କେତେକ ଘୋଷଣା କରିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ୧୦ ଦିନ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପୋଲିସ ଓ ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ଦୃଷ୍ଟି ନିବେଶ କରାଯାଇଥିଲା। ନିଜେ ୧୨୦ ଟି କଲ କରିଛି । ଲୋକମାନଙ୍କ ପ୍ରତିକ୍ରିୟା ବହୁତ ଉତ୍ସାହଜନକ ଥିଲା। ଯୋଜନା ଅନୁଯାୟୀ ପ୍ରଥମେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ଅତି କମ୍‌ରେ ୧୫ଟି ଜିଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଲୋକ ଦେଖାଣିଆ: ଭାଜପା
ମୋ ସରକାର ଯୋଜନା ପରିପ୍ରେକ୍ଷୀରେ ତିନି ପଛୁଆ ଜିଲା ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ସ୍ଥାନୀୟ ସମସ୍ୟା ସମାଧାନରେ ସହାୟକ ହେବନାହିଁ । ଏହା କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ନବରଙ୍ଗପୁର ପୂର୍ବତନ ଏମପି ବଳଭଦ୍ର ମାଝି ଓ କୋରାପୁଟ ପୂର୍ବତନ ଏମପି ଜୟରାମ ପାଙ୍ଗୀ ଏକ ମିଳିତ ପ୍ରେସ୍‌ ବିବୃତିରେ କହିଛନ୍ତି। ଭାଜପାର ଏହି ତିନି ତୁଙ୍ଗ ନେତା କହିଛନ୍ତି ଯେ, ସ୍ବାସ୍ଥ୍ୟମନ୍ତ୍ରୀ ଗତ ବିଧାନସଭାରେ କୋରାପୁଟ ଜିଲାରେ ୧୧୨ , ନବରଙ୍ଗପୁରରେ ୯୯ ଏବଂ ମାଲକାନଗିରିରେ ୬୪ ଡାକ୍ତର ପଦବୀ ଖାଲିଥିବା ଲିଖିତ ଉତ୍ତର ଦେଇଥିଲେ । ବିନା ଡାକ୍ତରରେ ନବୀନ ବାବୁ କି ରୋଗୀ ସେବା କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କୋରାପୁଟ ମେଡିକାଲ କଲେଜରେ ଥିବା ମୋଟ ୧୫ଟି ଆଇସିୟୁ ବେଡ୍‌ ମଧ୍ୟରୁ ମେଡିସିନ, ସର୍ଜରୀ ଓ ପେଡିଆଟ୍ରିକ ବିଭାଗକୁ ମାତ୍ର ୫ଟି ଲେଖାଏ ଦିଆଯିବା ସମୁଦ୍ରକୁ ଶଙ୍ଖେ। ଏହି ମେଡିକାଲ କଲେଜରେ ମେଡିସିନ ବିଭାଗର ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ରହିଛି। କାଜୁଆଲ୍‌ଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ୩୦ଟି ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ମାତ୍ର ୪ଟି ପୂରଣ ହୋଇଛି। ଏହି ତିନୋଟି ଯାକ ଜିଲା ରାଜ୍ୟରେ ଗର୍ଭବତୀ ମା’ ଓ ନବଜାତଶିଶୁ ମୃତ୍ୟୁ ହାରରେ ଅଗ୍ରଣୀ ସ୍ଥାନରେ ରହିଛିି ବୋଲି ସରକାରୀ ତଥ୍ୟ କହୁଛି। ୨୦ ବର୍ଷରେ ଏହି ଜିଲାର ସ୍ବାସ୍ଥ୍ୟ ସେବା କାହିଁକି ବିପର୍ଯ୍ୟସ୍ତ ହୋଇପଡିଛି ରାଜ୍ୟବାସୀଙ୍କୁ ଏହାର ଜବାବ ଦେବା ଦରକାର ବୋଲି ଭାଜପା ନେତାମାନେ କହିଛନ୍ତି।
ସେହିପରି ରବିବାର ସୁନ୍ଦରଗଡର ଭାରାପ୍ରାପ୍ତ ସିଡିଏମ୍‌ଓଙ୍କୁ ନିଲମ୍ବନ କରାଯିବା ନେଇ ସ୍ଥାନୀୟ ବିଧାୟିକା କୁସୁମ ଟେଟେ ପ୍ରତିବାଦ କରିଛନ୍ତି। ଏସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତିକୁ ତର୍ଜମା କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ ମଧ୍ୟ କରିଛନ୍ତି। ଏହି ନିଲମ୍ବନର ପ୍ରତିବାଦରେ ସୋମବାର ସ୍ଥାନୀୟ ଅଞ୍ଚଳରେ ୬ ଘଣ୍ଟିଆ ବନ୍ଦ ପାଳନ ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri