‘ମୋ ବସ’ରୁ ପାଇଥିବା ଟଙ୍କା ଫେରାଇଲେ ଡ୍ରାଇଭର: ସମ୍ବର୍ଦ୍ଧିତ କଲା କ୍ରୁଟ

ଭୁବନେଶ୍ୱର, ୨୭ା୬(ବ୍ୟୁରୋ)- ରାଜଧାନୀ ରାସ୍ତାରେ ଟଙ୍କା ଲୁଟିବାକୁ ଲୁଟେରା ଚାହିଁ ରହିଛନ୍ତି। କିଛି ଲୋଭି ମଣିଷ ଅଛନ୍ତି ରାତାରାତି ଧନୀ ହେବାକୁ ଭଗବାନଙ୍କୁ ଡାକିଥାନ୍ତି। ରାସ୍ତାରେ ଟଙ୍କା ଥଳି ମିଳିଯାଆନ୍ତା କି, କାହା ପକେଟରୁ ପର୍ସ ଗଳିପଡ଼ନ୍ତା କି, ଏମିତି ଅନେକ ସୁଯୋଗ ଖୋଜିଥାନ୍ତି। ହେଲେ ସମାଜରେ ଅନେକ ନିଆରା ମଣିଷ ଅଛନ୍ତି, ଯେଉଁମାନେ ଟଙ୍କା ପାଇଲେବି ତାହାକୁ ଫେରାଇବାକୁ ବହୁ ପରିଶ୍ରମ କରନ୍ତି। ଏମିତି ଜଣେ ସଚ୍ଚୋଟ ଭଲ ମଣିଷଟିଏ ହେଉଛନ୍ତି ବିଶ୍ୱନାଥ ଖୁଣ୍ଟିଆ। ବିଶ୍ୱନାଥ ହେଉଛନ୍ତି ‘ମୋ ବସ୍‌’ ଡ୍ରାଇଭର। ସେ ବସ୍‌ରୁ ପାଇଥିବା ଜଣେ ଯାତ୍ରୀଙ୍କ ଟଙ୍କା ବ୍ୟାଗ୍‌ ଫେରାଇ ଆଜି ଉଦାହରଣ ପାଲଟିଛନ୍ତି।
ମିଳିଥିବା ସୂଚନାନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ବସ୍‌’ ଚାଲୁଛି। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଏହାର ପରିଚାଳନା କରୁଛି। ଟ୍ରାଭେଲ ଟାଇମ୍‌ ସଂସ୍ଥା ଅଧୀନରେ ବିଶ୍ୱନାଥ ରୁଟ୍‌ ନଂ.୨୫ରେ ଚାଲୁଥିବା ମୋ ବସ୍‌ର ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି। ଗତ ବୁଧବାର ସକାଳେ ବସ୍‌ଟି ମଞ୍ଚେଶ୍ୱରରୁ ଡୁମୁଡୁମା ଯାଇ ଫେରିଥିଲା। ଯାତ୍ରୀମାନେ ଓହ୍ଲାଇଯିବା ପରେ ବିଶ୍ୱନାଥ ବସ୍‌ଟିକୁ ମଞ୍ଚେଶ୍ୱର ଡିପୋକୁ ନେଉଥିଲେ। ତେବେ ବସ୍‌ର ସିଟ୍‌ ଉପରେ ଏକ ବ୍ୟାଗ୍‌ ଦେଖିଥିଲେ। ସେଥିରେ ନଗଦ ୪୯ହଜାର ୫ଶହ ଟଙ୍କା ଥିଲା। ହେଲେ ଟଙ୍କା ଦେଖି ତାଙ୍କର ଲୋଭ ହୋଇ ନ ଥିଲା। ବରଂ କିଏ କେଉଁ ଜରୁରୀ କାର୍ଯ୍ୟରେ ଟଙ୍କା ନେଉଥିବ ଭାବି ଫେରାଇବାକୁ ତାଙ୍କ ମନ ବ୍ୟାକୁଳ ହୋଇଥିଲା। ଯାଉଥିବା ରୁଟ୍‌ରେ ବସ୍‌ ଅଟକୁଥିବା ସ୍ଥାନରେ ଜଣଜଣ କରି ଲୋକଙ୍କୁ ପଚାରୁଥିଲେ। ହେଲେ କେହି କିଛି ବ୍ୟାଗ୍‌ ଛାଡ଼ିଥିବା କହି ନ ଥିଲେ। ଅଢ଼େଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଖୋଜାଖୋଜି ପରେ ବିଶ୍ୱନାଥ ଉକ୍ତ ଟଙ୍କା ବ୍ୟାଗକୁ ନିଜ ଅଫିସ୍‌ରେ ଫେରାଇଥିଲେ। ଗୁରୁବାର ସକାଳେ ପହଞ୍ଚତ୍ବା ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଟଙ୍କା ବ୍ୟାଗ୍‌ ଛାଡିଥିବା ଲୋକଙ୍କ ସନ୍ଧାନ ପାଇବାରେ ଲାଗିପଡିଲେ। ଶେଷରେ ପ୍ରକୃତ ବ୍ୟକ୍ତିଙ୍କୁ ଟଙ୍କା ବ୍ୟାଗ୍‌ ଫେରାଇ ମହାନତାର ପରିଚୟ ଦେଇଥିଲେ। ବିଶ୍ୱନାଥଙ୍କର ଏପରି ମାନବିକତା ଓ ସଚ୍ଚୋଟତା ପାଇଁ କ୍ରୁଟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri