ମୋର ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ବାଟରେ କଣ୍ଟା ସାଜିଛି ଚାଇନା: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୪: ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟାଗେର୍ଟ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ମୋର ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ବାଟରେ ଚାଇନା କଣ୍ଟା ସାଜିଛି। ଗଣମାଧ୍ୟମ ସଂସ୍ଥା ରଏଟରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟମ୍ପ୍‌ ଏଭଳି କହିଛନ୍ତି। ଟ୍ରମ୍ପ୍‌ ପୁଣି ଥରେ ନିର୍ବାଚିତ ହୁଅନ୍ତୁ ବୋଲି ଚାଇନା ଚାହୁଁ ନ ଥିବା ସେ ପ୍ରକାଶ କରିଛନ୍ତି। କରୋନା ମହାମାରୀ ନେଇ ଚାଇନାର ଯେଭଳି ଆଭିମୁଖ୍ୟ ରହିଛି ସେଥିରୁ ଏହା ସ୍ପଷ୍ଟ ଜଣାପଡୁଛି। ଆମେରିକାରେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପଥରୁ ତାଙ୍କୁ ରୋକିବା ଚାଇନା ଯେ କୌଣସି ରଣନୀତି ଆପଣେଇ ପାରେ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ପୃଥିବୀରେ କରୋନା ସଂକ୍ରମଣ ଳାଗି ଚାଇନା ଦାୟୀ ବୋଲି ଟ୍ରମ୍ପ୍‌ ବାରମ୍ବାର ଅଭିଯୋଗ କରୁଛନ୍ତି। ଚାଇନାର ସଂକ୍ରମଣ ସମ୍ପର୍କିତ ତଥ୍ୟ ତଥା ଏହାକୁ ରୋକିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ସ୍ବଚ୍ଛତା ପରିଲକ୍ଷିତ କରି ନ ଥିବା ଟ୍ରମ୍ପ୍‌ କିଛି ଦିନ ତଳେ କହିଥିଲେ। ଏବେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରୁ କମିଲା ଦିନ

ନୂଆଦିଲ୍ଲୀ, ୧ା୮: ପୃଥିବୀ ନିଜ କକ୍ଷପଥରେ ଘୂରିବା ସମୟର ପୂର୍ବ ରେକର୍ଡକୁ ଭାଙ୍ଗିଛି। ୨୦୨୦ ଜୁଲାଇ ୧୯ରେ ୨୪ ଘଣ୍ଟାରୁ ୧.୪୭ ମିଲିସେକେଣ୍ଡ କମ୍‌ ଅବଧିରେ...

ୟୁରୋପରେ ଚଳିତ ବର୍ଷ ଗ୍ରୀଷ୍ମରେ ୧୫୦୦୦ ଲୋକଙ୍କର ହୋଇଛି ମୃତ୍ୟୁ: ଡବ୍ଲୁଏଚଓ

ଜେନେଭା,୮ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁରୋପର କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ହଂସ ହେନରି କ୍ଲୁଜ ସୋମବାର କହିଛନ୍ତି, ଚଳିତ ବର୍ଷ ୟୁରୋପରେ ଗରମ ଯୋଗୁ...

ମେଡିସିନ ପାଇଁ ଏହି ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ,୫।୧୦- ମେଡିସିନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଚଳିତ ବର୍ଷ ନୋବେଲ ପୁରସ୍କାର ଲାଗି ଆମେରିକାର ହାର୍ଭେ ଜେ ଅଲଟର, ବ୍ରିଟିଶ ବୈଜ୍ଞାନିକ ମାଇକେଲ...

ବାଇଡେନଙ୍କୁ କଟାକ୍ଷ କଲେ ଟ୍ରମ୍ପ

ଓ୍ବାଶିଂଟନ୍‌, ୨୨।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ସାଇକେଲରୁ ଖସିପଡ଼ିବାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ ଉପହାସ କଲାଭଳି ମନ୍ତବ୍ୟ ଦେଇଛନ୍ତି।...

‘ଅକ୍ସଫୋର୍ଡ’ର ସଫଳତାକୁ ନେଇ ପ୍ରଶ୍ନବାଚୀ

ଲଣ୍ଡନ, ୨୭।୧୧:ଅଷ୍ଟ୍ରାଜେନିକା ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ଟିକା ୯୦ ପ୍ରତିଶତ ଫଳପ୍ରଦ ହୋଇଛି ଓ ଏହା ସବୁଠୁ ଶସ୍ତାରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ...

ପୁଣି ଆତଙ୍କ: ଲଗାତାର ୩ ଦିନ ଧରି ଚାଇନାରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ…

ବେଜିଂ,୨୬।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି।...

ଉଇଗର ମୁସଲମାନ୍‌ଙ୍କୁ ଶୋଷଣ: ଆମେରିକା କଳା ତାଲିକାରେ ୨୮ ଚାଇନା କମ୍ପାନୀ

ଓ୍ବାଶିଂଟନ,୮।୧୦: ଚାଇନାରେ ଉଇଗର ମୁସଲମାନ୍‌ଙ୍କୁ ନିର୍ଯାତନା ଦିଆଯାଉଛି। ଶିନଜିୟାଙ୍ଗ୍‌ ପ୍ରଦେଶରେ ଥିବା ୨୮ଟି ଚାଇନା କମ୍ପାନୀ ଏହି ମୁସଲମାନ ସମ୍ପ୍ରଦାୟଙ୍କୁ ଶୋଷଣ କରୁଥିବାରୁ ସେସବୁ କମ୍ପାନୀକୁ...

ଉଇଗର ନିର୍ଯାତନା ବିରୋଧରେ ତୁର୍କୀରେ ସମ୍ମିଳନୀ …

ଇସ୍ତାନବୁଲ, ୧୫।୬ : ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ସିଙ୍ଗାପୁର ପୋଷ୍ଟ ଅନୁଯାୟୀ, ଚାଇନା ଜିନଜିଆନରେ ଉଇଗର ମୁସଲମାନ ଏବଂ ତିବ୍ଦତରେ...

Advertisement
Archives

Model This Week