Posted inଖେଳ

ମୋର୍ଗାନଙ୍କ ଛକା ରେକର୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ୧୭ଟି ଛକା ମାରି ଏକ ବିରଳ ସଫଳତା ହାସଲ କରିଛନ୍ତି। ୭୧ଟି ବଲର ସମ୍ମୁଖୀନ ହୋଇ ସେ ୧୪୮ ରନର ଶତକୀୟ ପାଳି ଖେଳି ଗୁଲବଦିନ ନାଇବଙ୍କ ବଲ୍‌ରେ ରହମତ ସାହାଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦିନିକିଆରେ ସର୍ବାଧିକ ଛକା ମାରିବାରେ ସେ ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମା, ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ପଛରେ ପକାଇଛନ୍ତି। ୨୦୧୩ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୧୬ଟି ଛକା ମାରିଥିଲେ। ସେହିପରି ଗେଲ୍‌ ୨୦୧୫ର ଜିମ୍ବାଓ୍ବେ ବିପକ୍ଷରେ ଓ ଡିଭିଲର୍ସ ୨୦୧୫ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୬ଟି ଛକା ମାରିଥିଲେ। ମୋର୍ଗାନଙ୍କ ଏହି ଧୂଆଁଧାର ଇନିଂସ ବଳରେ ଇଂଲଣ୍ଡ ଆଫଗାନିସ୍ତାନକୁ ୧୫୦ ରନରେ ପରାସ୍ତ କରିଛି। ମୋର୍ଗାନଙ୍କ ପାଇଁ ଏହା କ୍ୟାରିୟରର ଶ୍ରେଷ୍ଠ ଶତକ ତଥା ଇନିଂସ ସାବ୍ୟସ୍ତ ହୋଇଛି। ଏଥି ସହିତ ବିଶ୍ୱକପ୍‌ ଇତିହାସରେ ସେ ଚତୁର୍ଥ ଦ୍ରୁତତମ ଶତକ ଅର୍ଜନ କରିଛନ୍ତି। ସେ କ୍ୟାରିୟରର ୧୩ତମ ଦିନିକିଆ ଶତକ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ରିକେଟର୍‌ଙ୍କ ଅଭିଯୋଗ: ପଶୁଙ୍କ ଭଳି ଆମ ସହ ବ୍ୟବହାର ନ କରାଯାଉ

ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଲାଯାଉଥିବା ବର୍ଡର-ଗାର୍ଭସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ମ୍ୟାଚ୍‌ ପୂର୍ବରୁ...

ପନ୍ତ କଲେ ଏମିତି କାମ, ଡରିଗଲେ ବିରାଟ କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବୁଧବାରଠାରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଦିବାରାତ୍ର...

ପଡ଼ିଆରେ ଏମିତି କାର୍ଯ୍ୟ ହୃଦୟ ଜିତିଲେ ପନ୍ତ: ଦେଖନ୍ତୁ ଭିଡିଓ

ଦୁବାଇ,୯।୧୧:ଭାରତ ଟି -୨୦ ବିଶ୍ୱକପ ୨୦୨୧ର ଶେଷ ଲିଗ ମ୍ୟାଚରେ ନାମ୍ବିଆ ବିପକ୍ଷରେ ୯ ଉଇକେଟ ବିଜୟ ହାସଲ କରିଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି...

ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଲେ ସିମନ ଫ୍ରାଏ, ଜନ୍‌ ଓ୍ବାର୍ଡ

ମେଲବୋର୍ନ, ୧୭।୪(ପି.ଟି.): ଅଷ୍ଟ୍ରେଲିଆର ଦୁଇ ଅମ୍ପାୟର ସିମନ ଫ୍ରାଏ ଓ ଜନ୍‌ ଓ୍ବାର୍ଡ ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଏ...

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ପ୍ରସ୍ତୁତି

ମେଲବୋର୍ନ, ୨୪।୧୨(ପି.ଟି.)- ପ୍ରଥମ ଟେଷ୍ଟର ଲଜ୍ଜାଜନକ ପ୍ରଦର୍ଶନକୁ ପଛରେ ପକାଇ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ...

ଆଜି ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି କେନିଙ୍ଗଷ୍ଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ...

ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ

ଲସ୍‌ ଏଞ୍ଜେଲ୍ସ, ୩୦।୧(ଏଏଫ୍‌ପି)- ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବ ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଏଥିସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା...

ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ

କଳିଙ୍ଗରେ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଶକ୍ତିଶାଳୀ ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ପଦକ ବିଜୟୀ ଅଷ୍ଟ୍ରେଲିଆ ସ୍ବାଭାବିକଭାବେ ଫେଭରାଉଟ ବିବେଚିତ ହେଉଛି। ଅଷ୍ଟ୍ରେଲିଆ ୧୯୮୬,...

Advertisement
Archives

Model This Week