ମୋବାଇଲ ଟାୱାରରୁ ଚୋରି, ୩ ଗିରଫ

ବଡବିଲ, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୋଲିସ ଏକ ମୋବାଇଲ ଟାୱାରରୁ ଚୋରି ଅଭିଯୋଗରେ ୨ଚୋରଙ୍କ ସହ ଜଣେ ରିସିଭରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହେଲେ ବଡବିଲ ସେଡିଂ ବସ୍ତି ଅଞ୍ଚଳର ଶ୍ରୀନାଥ କାରୁଆ, କେ ଅଲ୍ଲୀ ବସ୍ତିର ଏମଡି ଜିସାନ ଏବଂ ଚୋରି ତମ୍ବା ତାର ରିସିଭ କରିଥିବା ଅଭିଯୁକ୍ତ ହେଲେ ଅମୁଲ ଦାସ। ସୂଚନା ଅନୁଯାୟୀ, ବଡବିଲ ଥାନା ଠାକୁରାଣୀ ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀ ମୋବାଇଲ ଟାୱାରରୁ ଚୋରି ହୋଇଥିବା ନେଇ ବଡବିଲ ଥାନାରେ ଗତ ୧୨ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ କରି ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଉଛି ଅଟୋରିକ୍ସା ଯାତ୍ରୀଙ୍କ ସଂଖ୍ୟା

ବ୍ରହ୍ମପୁର ଅଫିସ, ୧ା୨-ବ୍ରହ୍ମପୁର ମହାନଗର ନିଗମରେ ସିଟି ବସ ଚାଳାଚଳ ଯୋଗୁ ଅଟୋର ଚାହିଦା କ୍ରମଶଃ କମିବାରେ ଲାଗିଛି। ବ୍ରହ୍ମପୁରରେ ପୂର୍ବରୁ ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ...

ସରପଞ୍ଚଙ୍କ ସ୍ବାମୀ,ଖବରଦାତାଙ୍କୁ ହାଣି ହତ୍ୟା

ବାଙ୍କୀ, ୧୫ା୨ (ସ୍ବ.ପ୍ର.)- ବାଙ୍କୀରେ ଘଟିଛି ଡବଲ ମର୍ଡର। ବରପୁଟ ପଞ୍ଚାୟତର ଜୋକଲାଞ୍ଜି ପ୍ରକଳ୍ପ ନିକଟରେ ନୂଆଗଁା ସରପଞ୍ଚଙ୍କ ସ୍ବାମୀ ଓ ଜଣେ ଖବରଦାତାଙ୍କୁ ଶନିବାର...

ଆଲୋଚନା ବିଫଳ, ଜମିହରାଙ୍କ ଧାରଣା ଜାରି

ପାରାଦୀପ,୨ା୭(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ଆଗରେ ଗତମାସ ୨୪ ତାରିଖରୁ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ନିଯୁକ୍ତି ଦାବିରେ ଧାରଣା ଜାରି ରହିଛି। ଏ...

ଆଜିଠୁ ୯ ଦିନ ୪ ୱାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌

ପୁରୀ ଅଫିସ, ୨୪। ୭: ପୁରୀ ସହରସ୍ଥ ପେଣ୍ଠକଟା ଅଞ୍ଚଳ ଏବେ ପ୍ରଶାସନର ଚିନ୍ତା ବଢାଇଛି। ଦୁଇଦିନରେ ୨୦ରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହେବା ପରେ...

ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌/ସରଣ୍ଡା,୨।୬ ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ କେତେକ ମଣ୍ଡିରେ ଚାଷୀଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି । ମଣ୍ଡିରେ...

ଗଞ୍ଜମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଅନ୍‌ଲାଇନ୍‌ରେ ୧୪ ଦିନିଆ ମାଗଣା ଡ୍ରଇଂ, ଫଟୋଶପ୍‌ ଶିକ୍ଷା

ଛତ୍ରପୁର,୧୬ା୪(ଡି.ଏନ୍‌.ଏ.): କରୋନା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଓ ପ୍ରତ୍ୟହ ୧୯ଘଣ୍ଟା ସଟ୍‌ଡାଉନ୍‌ ଜାରି ରହିଛି। ସମସ୍ତେ ଘରେ ଅଛନ୍ତି। ବୋରିଂରୁ ମୁକ୍ତି ପାଇବା ସହ...

ମୃତ ଡାକ୍ତରଙ୍କ ଶରୀରଦାନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ୍‌,୨୧୧୦-ବ୍ରହ୍ମପୁର ଭାବାନଗର ବାସିନ୍ଦା ଡା. ଗୌର ଚନ୍ଦ୍ର ଚୌଧୁରୀ (୭୮)ଙ୍କର ରବିବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା...

ମିଶନରେ କେନ୍ଦୁଝର ବୈଜ୍ଞାନିକ ଅଟଳକୃଷ୍ଣ

କେନ୍ଦୁଝର, ୨୧ା୮(ସ୍ବ.ପ୍ର.)-ଚନ୍ଦ୍ରାୟନ-୨ରେ କେନ୍ଦୁଝର ଜିଲାର ଯୁବ ବୈଜ୍ଞାନିକ ଅଟଳକୃଷ୍ଣ ଖଟୁଆଙ୍କ ଉଦ୍ୟମ ଏବେ ରାଜ୍ୟ ପାଇଁ ଗୌରବ ଆଣିଛି। ଅଟଳକୃଷ୍ଣ ଇସ୍ରୋର ରିଲାଇବିଲିଟି ବିଭାଗରେ ଦୀର୍ଘ...

Coronavirus Update

Archives

Model This Week

Why Dharitri