ମୋବାଇଲ ଟର୍ଚ୍ଚରେ ରୋଗୀ ଦେଖିଲେ ଡାକ୍ତର: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୧୫ା୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟୁତ୍‌ କଟିଯାଇଥିବା ବେଳେ ଜଣେ ଡାକ୍ତର ମୋବାଇଲ୍‌ ଟର୍ଚ୍ଚରେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଜଣକ ପରେ ଜଣେ ୭ ଜଣ ରୋଗୀଙ୍କୁ ଦେଖି ସେମାନଙ୍କ ପାଇଁ ମେଡିସିନ୍‌ ମଧ୍ୟ ଲେଖିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟର ଏଭଳି ଘଟଣା ଜିଲା ସ୍ବାସ୍ଥ୍ୟ ସମିତିର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଡାକ୍ତର ରାଉଣ୍ଡରେ ବାହାରିଥିଲେ। ପ୍ରଥମେ ସେ ମେଡିସିନ ୱାର୍ଡ଼ର ଦୁଇଟି କୋଠରି ବୁଲିବା ପରେ ୩ ନମ୍ବର କୋଠରିକୁ ଯାଇଥିଲେ। ସେହି ସମୟରେ ହଠାତ୍‌ ବିଦ୍ୟୁତ୍‌ କଟିଯାଇଥିଲା। ୫ ମିନିଟ ବିତିବା ପରେ ମଧ୍ୟ ଲାଇନ୍‌ ଆସି ନ ଥିଲା। ଫଳରେ ସେଠାରେ ଥିବା ଜଣେ ବ୍ୟକ୍ତି ମୋବାଇଲ୍‌ରେ ଟର୍ଚ୍ଚ ଲାଇଟ ପକାଇବାରୁ ଡାକ୍ତର ରୋଗୀଙ୍କୁ ଦେଖିଥିଲେ। ଏହା ପରେ ୱାର୍ଡ଼ରେ ଥିବା ଦିଦି ଜଣକ ଲାଇନମ୍ୟାନ୍‌ଙ୍କୁ ଫୋନ୍‌ କରି କହିବା ପରେ ବିଦ୍ୟୁତ୍‌ ଯୋଗାଣ ହୋଇଥିଲା। ହେଲେ ଜେନେରେଟର ଦ୍ୱାରା ଲାଇନ୍‌ ସଂଯୋଗ କରାଯାଇଥିଲେ ମଧ୍ୟ ୫ ମିନିଟ ପରେ ପୁନର୍ବାର କଟିଯାଇଥିଲା। ଏଭଳି ପ୍ରାୟ ଅଧଘଣ୍ଟା କାଳ ବିଦ୍ୟୁତ୍‌ର ଲୁଚକାଳି ଖେଳ ଦେଖିବାକୁ ମିଳିଥିଲା। ଡାକ୍ତର ଅପେକ୍ଷା ନ କରି ଜଣକ ପରେ ଜଣେ ମେଡ଼ିସିନ୍‌ ୱାର୍ଡ଼ରେ ଥିବା ୭ ଜଣ ରୋଗୀଙ୍କୁ ମୋବାଇଲ୍‌ ଲାଇଟ୍‌ରେ ଦେଖିଥିଲେ। ସେମାନଙ୍କ ପାଇଁ ଔଷଧ ମଧ୍ୟ ଲେଖିଥିଲେ। ପୂର୍ବରୁ ୨୭ ସେପ୍ଟେମ୍ବର ୨୦୧୮ରେ ବିଦ୍ୟୁତ୍‌ କଟିଯାଇଥିବା ବେଳେ ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଟର୍ଚ୍ଚ ଲାଇଟରେ ଚିକିତ୍ସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ଖୋଲିଲା ୨୪ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର

ବାରିପଦା ଅଫିସ,୨ା୬- ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ କୋଭିଡ୍‌ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜିଲାର ସମସ୍ତ ଉପଖଣ୍ଡ ଅନ୍ତର୍ଗତ ସହରାଞ୍ଚଳ ଓ ବ୍ଲକର...

କେନ୍ଦ୍ର ଦ୍ୱିତୀୟ ପାଳି ସରକାରର ୧୦୦ଦିନ ପୂରଣ: ଓଡ଼ିଶା ଆସି ରିପୋର୍ଟ କାର୍ଡ ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧୦।୯(ବ୍ୟୁରୋ): କେନ୍ଦ୍ରରେ ଭାଜପାର ଦ୍ୱିତୀୟ ପାଳି ସରକାରର ୧୦୦ ଦିନ ପୂରଣ ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ...

କଟକ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗର ଚଢ଼ାଉ: ୫୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଶୁକ୍ରବାର ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି।...

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଓଏଏସ ସ୍ତରରେ ସୋମବାର ଛୋଟ ଧରଣର ଅଦଳ ବଦଳ ହୋଇଛି। ସାଧାରଣ ପ୍ରଶାନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଏକ...

ଅନୁଭୂତି: ମହାପ୍ରଭୁଙ୍କ ସେବା ଲାଗି ଜ୍ୱର ଭଲ ହୋଇଯାଇଥିଲା

ମହାପ୍ରଭୁଙ୍କ ଅଣସର ଗୁପ୍ତ ନୀତି ପାଇଁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦେଉଛି। ମହାପ୍ରଭୁଙ୍କ ଏହି ଅନନ୍ୟ ସେବା କରିଆସୁଥିବା...

ସରିଲା ରଥଯାତ୍ରା: ରହିବ ସ୍ମରଣୀୟ

ପୁରୀ ଅଫିସ,୫।୭: ଶେଷ ହୋଇଛି ୨୦୨୦ର ସ୍ବତନ୍ତ୍ର ଓ ସ୍ମରଣୀୟ ରଥଯାତ୍ରା। ବିଗତ ବର୍ଷରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି। ୧୮ଥର ଶ୍ରୀମନ୍ଦିର ଆକ୍ରମଣ ଯୋଗୁ...

ରାଜ୍ୟରେ ପୁଣି ୨୬୩ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୨ଜଣ...

‘ପୃଥିବୀ ମନ୍ଥନ’କୁ ଜାତିସଂଘର ସମର୍ଥନ

ଭୁବନେଶ୍ୱର, ୩୧।୫(ବ୍ୟୁରୋ):ପୁଣି ବିଶ୍ୱସ୍ତରରେ ଚମକିଛନ୍ତି ଓଡ଼ିଆ କଳାକାର। ଆସନ୍ତା ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ପ୍ରଦୂଷଣ ଓ ପରିବେଶକୁ ନେଇ ପ୍ରସ୍ତୁତ ହୋଇଛି...

Advertisement


Archives

Model This Week

Why Dharitri