ମୋବାଇଲ ଚୋରି, ଲୁଟ୍‌ ଘଟଣାରେ ୯ ଗିରଫ

ସୋନପୁର/ଉଲୁଣ୍ଡା,୨୨।୪(ନି.ପ୍ର./ଡି.ଏନ.ଏ.): ସୋନପୁର ଟାଉନ ଥାନା ପୋଲିସ ମୋବାଇଲ ଚୋରି ଓ ଉଲୁଣ୍ଡା ପୋଲିସ ମୋବାଇଲ ଲୁଟ୍‌ ଘଟଣାରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ସୁବର୍ଣ୍ଣପୁର ସହର ଜୟ ଗୁରୁ ମାର୍କେଟ୍‌ କମ୍ପ୍ଲେକ୍ସ ସ୍ଥିତ ମିଶ୍ର ମୋବାଇଲ ଓ୍ବାର୍ଲ୍‌ଡ୍‌ ସପ୍‌ରୁ ଚୋରି ହୋଇଥିଲା। ଗତ ୧୦ ତାରିଖ ବିଳମ୍ବିତ ରାତିରେ ପ୍ରାୟ ୧୩୦ଟି ମୋବାଇଲ ଓ ବିଭିନ୍ନ ପ୍ରକାର ମୋବାଇଲ ସାମଗ୍ରୀ ଚୋରି ହୋଇଥିବା ଦୋକାନ ମାଲିକ ସୁରୋଜ କ୍‌ୁମାର ମିଶ୍ର ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି କରିଥିବା ସୋନପୁର ସହର କଳିଙ୍ଗନଗରର ନମ ମୁଖି(୧୯), ହେମନ୍ତ ବାଗ(୨୫), ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଇଁଳାଚୁଆର ସୁଶାନ୍ତ କର୍ମୀ(୨୬), ମଧ୍ୟପ୍ରଦେଶ ସିଙ୍ଗ୍ରମପୁର ଅଞ୍ଚଳର ସଞ୍ଜୟ ବନସ୍କାର(୨୦) ଓ ମୋବାଇଲ କିଣିଥିବା ୨ମହିଳାଙ୍କୁ ଗିରଫ କରିଥିଲା।
ସେହିପରି ଉଲୁଣ୍ଡା ଥାନା ଉଲୁଣ୍ଡା-ମାଉଲିମାଲ ଜଙ୍ଗଲ ରାସ୍ତାରେ ରଞ୍ଜିତ ବାରିକଙ୍କ ନିକଟରୁ ମୋବାଇଲ ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଗତ ୧୧ ତାରିଖ ସନ୍ଧ୍ୟାରେ ବାରିକ୍‌ ଘରକୁ ଫେରୁଥିବା ବେଳେ ୨ଟି ବାଇକ୍‌ରେ ୪ ଜଣ ଦୁର୍ବୁତ୍ତ ତାଙ୍କୁ ମାଡ ମାରି ମୋବାଇଲ ଲୁଟି ନେଇଥିଲେ । ପୋଲିସ ତନାଘନା କରିବା ପରେ ଲୁଟେରା ବୀରମହାରାଜପୁର ଥାନା ଫୁଲଚରା ନୂଆଗଡ ଗ୍ରାମର ଅନିଲ ଜଗଦଲା(୨୪), ଆକାଶ ଜଗଦଲା(୧୯), ହିଲୁଙ୍ଗର ହଲନ୍ତା କୁମ୍ଭାର(୩୩)ଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ତେବେ ଅନ୍ୟତମ ଅଭିଯୁକ୍ତ ଉଲୁଣ୍ଡା ଥାନା ତେଲେଣ୍ଡା ଗ୍ରାମର ନରେଶ ବଗର୍ତ୍ତି(୩୩) ଫେରାର ଅଛନ୍ତି। ଏ ସମ୍ପର୍କରେ ଏସ୍‌ପି ଦେବୀ ପ୍ରସାଦ ଦାଶ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୋନପୁର ଏସ୍‌ଡିପିଓ ମିହିର କୁମାର ପଣ୍ଡା, ବୀରମହାରାଜପୁର ଏସଡିପିଓ ଧୀରଜ ଚୋପଦାର, ସୋନପୁର ଆଇଆଇସି ଲୋକେଶ କୁମାର ସାହୁ ଓ ଉଲୁଣ୍ଡା ଆଇଆଇସି ବିଧୁ ଭୂଷଣ ତ୍ରିପାଠୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri