Posted inଜାତୀୟ

ମୋଦି ଦେଲେ ସଙ୍କେତ: ନୂଆ ରୂପରେ ହେବ ଲକ୍‌ଡାଉନ୍‌ ୪.୦

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଲକ୍‌ଡାଉନ୍‌-୪.୦ ନେଇ ମଧ୍ୟ ସଙ୍କେତ ଦେଇଛନ୍ତି। ତେବେ ଏହା ନୂଆ ପ୍ରକାର ହେବ। ମେ’ ୧୮ ପୂର୍ବରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ନେଇ ସୂଚନା ଦିଆଯିବ। କରୋନା ଆମ ଜୀବନରେ ଦୀର୍ଘ ସମୟ ଧରି ରହିବ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ହେଲେ ଆମେ ଚୁପ୍‌ ବସିବା ନାହିଁ, ସତର୍କ ହୋଇ କାମ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାଛଡ଼ା ସେ ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ ଭାରତୀୟ ଜିଡିପିର ପ୍ରାୟ ୧୦%। ଏହି ପ୍ୟାକେଜ୍‌ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ। ବୁଧବାରଠାରୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହାର ସୂଚନା ଦିଆଯିବ। ଅର୍ଥମନ୍ତ୍ରୀ ଏହି ପ୍ୟାକେଜ ବିଷୟରେ ବିସ୍ତାରରେ ସୂଚନା ଦେବେ। ଏହା ଚାଷୀ, ଉଦ୍ୟୋଗୀ ତଥା ସମସ୍ତଙ୍କୁ ସଶକ୍ତ କରିବ। ସମସ୍ତଙ୍କୁ ଦୃଷ୍ଟିରେ ରଖଇ ଏହି ପ୍ୟାକେଜ୍‌ କରାଯାଇଛି। ପ୍ରତି ଭାରତୀୟ ଲୋକାଲ ପ୍ରଡକ୍ଟ କିଣିବା ଆରମ୍ଭ କରନ୍ତୁ। ଏହାକୁ କେବଳ କିଣିବେ ନାହିଁ, ଉକ୍ତ ସାମଗ୍ରୀର ପ୍ରଚାର ମଧ୍ୟ କରନ୍ତୁ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନରେ ୫ କଏଦୀଙ୍କ ମୃତ୍ୟୁ, ଚିନ୍ତାରେ ପ୍ରଶାସନ…

ତିହାର, ୨୫।୧୨: ଦିଲ୍ଲୀର ତିହାର ଜେଲ୍‌ରେ ଗତ ୮ ଦିନ ମଧ୍ୟରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି। ଏନେଇ ଜେଲ ପ୍ରଶାସନଙ୍କ ଚିନ୍ତା ବଢ଼ିବାରେ...

ସୋନମ୍‌ କପୁରଙ୍କ ଫିଲ୍ମରେ ବିରାଟ କୋହଲିଙ୍କ ଏଣ୍ଟ୍ରି

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମରେ ଅସଲ ନୁହେଁ, ନକଲି ବିରାଟ...

ମୁଜଫରନଗରରେ ଘର ଭୁଷୁଡ଼ି ୩ ଶିଶୁ ମୃତ

ମୁଜଫରନଗର,୮।୭: ଉତ୍ତରପ୍ରଦେଶ ମୁଜଫରନଗରର ସିଖେଡା ଗଁ।ରେ ସୋମବାର ଘରର ଛାତ ଭୁଷୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛନ୍ତି। ସହରରେ...

ସବୁ ଜିଲାରେ ସ୍ଥାପନ ହେବ ବୃଦ୍ଧାଶ୍ରମ

ନୂଆଦିଲ୍ଲୀ,୬।୬: ଦେଶର ପ୍ରତି ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ସ୍ଥାନୀୟ ଏନ୍‌ଜିଓଗୁଡ଼ିକୁ ସାଙ୍ଗରେ ନେଇ ଜରା ନିବାସ ନିର୍ମାଣ...

ଭାରତ-ନେପାଳ ସୀମାରେ ଲଗାତାର ୪୫ ମିନିଟ ଧରି ଗୁଳି ଚାଳନା କଲେ ଯବାନ: ଫରଓ୍ବାର୍ଡ ପୋଷ୍ଟରେ ହଇଚଇ

କିଶନଗଞ୍ଜ,୧୨।୧: ବିହାର କିଶନଗଞ୍ଜର ଭାରତ-ନେପାଳ ସୀମାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମୁତୟନ ଥିବା ସଶସ୍ତ୍ର ସୀମା ସୁରକ୍ଷା ବଳ ଯବାନ ଅଭୟ କୁମାର...

ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ...

ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା; ଆତ୍ମହତ୍ୟା କରିଛନ୍ତି ଚାଷୀ: ପ୍ରିୟଙ୍କା

ସହାରନପୁର,୯।୩: ଉତ୍ତରପ୍ରଦେଶ ଭାଜପା ସରକାରଙ୍କୁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟାଗେର୍ଟ କରିଛନ୍ତି। ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା ଯୋଗୁ ସାହରନପୁରରେ ଜଣେ...

ଗର୍ଭବତୀମାନେ ଟିକା ନେବା ଜରୁରୀ

ନୂଆଦିଲ୍ଲୀ,୯ ।୭: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି କି ଦେଶରେ କୋଭିଡ-୧୯ର ୮୦ ପ୍ରତିଶତ ମାମଲା ୧୫ ରାଜ୍ୟ କେନ୍ଦ୍ର...

Advertisement
Archives

Model This Week