ମୋଦି କାହିଁକି ଜିଣିଲେ

ସହଦେବ ସାହୁ
ମେ ୨୧ର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ସତ ହେଲା- ଆଉ ୫ବର୍ଷ ମିଳିଗଲା ମୋଦିଙ୍କୁ। ଭାରତର ପସନ୍ଦ- ଆମର ମୋଦି ନା ଏକ ଅସନା ଗଣତନ୍ତ୍ର (The Choice in India: ‘Our Trump’ or a Messier Democracy), ଏ ଥିଲା ମେ ୨୦ ନ୍ୟୁୟର୍କ ଟାଇମ୍‌ସରେ ଜେଫ୍ରି ଜେଣ୍ଟଲ୍‌ମ୍ୟାନ୍‌ଙ୍କ ଏକ ଲେଖାର ଶୀର୍ଷକ। ବଙ୍ଗ ଭଳି ଓଡ଼ିଶା ଚାହିଁଥିଲା ଜାତୀୟ ସ୍ତରରେ ଭାଜପା ରଥକୁ ଅଟକାଇବାକୁ। ଭାରତ କ’ଣ ଚାହେଁ ମୋଦିକୁ ହଁ କି ନା। ହଙ୍ଗେରୀରେ ଭିକ୍ଟର ଅର୍ବାନ୍‌, ଇମିଗ୍ରାଣ୍ଟମାନଙ୍କୁ ରାକ୍ଷସ ନାଁ ଦେଲେ, ପୁଣି ଗାଦିକୁ ଆସିଲେ। ଟର୍କିରେ ରିସେପ୍‌ ଟାଇପ୍‌ ଏର୍ଡୋଗାନ୍‌ ତାଙ୍କ ଶତ୍ରୁଙ୍କୁ ନିକାଲିି ଦେଇ ପୁଣି ଥରେ ନିର୍ବାଚିତ ହେଲେ। ଅଷ୍ଟ୍ରେଲିଆରେ ସ୍କଟ୍‌ ମୋରିସନ୍‌ କଡ଼ା କାର୍ବନ ଏମିସନ୍‌ ବିରୋଧରେ ଯାଇ ଦ୍ୱିତୀୟ ଥର ଜିତିଲେ। ବିଶ୍ୱସାରା ଯୁଗ ହେଉଛି ରାଜନୈତିକ ବଡ଼ମଣିଷର। ୬୦ ବର୍ଷ ଧରି ମୋଦି ଭଳି ବୃହତ୍ତମ ଶକ୍ତିକୁ ଭାରତ ଜନ୍ମ ଦେଇ ନ ଥିଲା। ସେ ବୃହତ୍‌ ଜନଭିଡ଼ ତିଆରି କରନ୍ତି, ପଶୁଭଳି ଆକାଙ୍‌କ୍ଷା ସୃଷ୍ଟି କରନ୍ତି। ଦଶ କୋଟି ପାଇଖାନା ୫ ବର୍ଷରେ। ପାରିଲେ ବି। କିନ୍ତୁ ଲକ୍ଷ ଲକ୍ଷ କାମ ଜୁଟାଇ ପାରିଲେ ନାହିଁ। ସିଏ ରାଷ୍ଟ୍ରପତି ଭଳି କାମ କରନ୍ତି, ପ୍ରଧାନମନ୍ତ୍ରୀ ଭଳି ନୁହେଁ। ଯୁକ୍ତରାଷ୍ଟ୍ର ଆମେରିକା ଓ ଚାଇନା ଭଳି ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ନେଉ ସେ ଚାହାନ୍ତି।
ଭାରତର ଲୋକେ ନେତାଙ୍କ ଭିତରେ ପୁରୁଷତ୍ୱ ଚାହାନ୍ତି। ୬୮ ବର୍ଷ ବୟସ୍କ ମୋଦି ପ୍ରତିଶ୍ରୁତିବଦ୍ଧତା ଦେଖାଉଛନ୍ତି, ପୌରୁଷ ଦେଖାଉଛନ୍ତି, କାମକରି ଦେଖାଇଦେବାର ଶକ୍ତି, ସାହସ, ଶକ୍ତି ପ୍ରଦର୍ଶନ- ଏକ ଜନାଦେଶ ଆକର୍ଷଣକାରୀ (ପପୁଲିଷ୍ଟ) ଲିଡର୍‌। ମୋଦି ଆଉ ଟ୍ରମ୍ପ- ମହାଦେଶୀୟ ବ୍ୟବଧାନ। ଜ୍ଞାନର ଅଭାବକୁ ଲୁଚାଇବାକୁ ଚାହାନ୍ତି; ଅତୀତକୁ ଗୌରବ ଭାବନ୍ତି। ନିଜକୁ କେନ୍ଦ୍ରାକର୍ଷଣ ଭାବନ୍ତି। ଟୁଇଟର ବ୍ୟବହାରରେ ରାଷ୍ଟ୍ରୀୟତା ବୃଦ୍ଧିରେ ସହାୟକ। ଭିତ୍ତିଭୂମିକୁ ଟାଣ କରିବାରେ, ଡର ବଢ଼ାଇବାରେ ସେ ସିଦ୍ଧହସ୍ତ। ଭାରତକୁ ବଡ଼ କର- ଏ ହେଉଛି ମୋଦିଙ୍କ ମନ୍ତ୍ର, ଟ୍ରମ୍ପ୍‌ଙ୍କ ‘ଆମେରିକାକୁ ବଡ଼ କର’ ଭଳି। ନିଜକୁ ବଡ଼ କରି ଦେଖାଇବାରେ ମୋଦି ସିଦ୍ଧହସ୍ତ। ନିର୍ବାଚନ ପ୍ରଚାର ସାରି ସେ କେଦାରନାଥ ମନ୍ଦିରରେ ପଥର ପାଚେରିରେ ଆଉଜି ପ୍ରାର୍ଥନା କରିବାର ଫିଲ୍ମ ଚାରିଆଡ଼େ ଦେଖାଇବା ଲୋକ।
ତାଙ୍କ ଦଳ ଭାଜପା ସବୁଠାରୁ ବେଶି ସଂଗଠିତ, ବେଶି ଧନୀ ନିର୍ବାଚନ ପ୍ରଚାର ଚଳାଇଥିଲା। ୫୦୦୦ କୋଟି ଟଙ୍କା ଆଦାୟ କରିଥିବାର ଅନେକ ମିଡ଼ିଆ କହନ୍ତି, ଯେଉଁ ପରିମାଣ ଅନ୍ୟ ସବୁ ଦଳର ଗାଏମୋଟ ମୂଲ୍ୟଠାରୁ ବହୁଗୁଣ ବେଶି। ବିଭିନ୍ନ ହିନ୍ଦୁ ଧର୍ମଗୋଷ୍ଠୀ ସହିତ ଭାଜପାର ସମ୍ପର୍କ ଭଲଥିବା ହେତୁ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀମାନେ ଭାରତ ସାରା ଘର ଘର ବୁଲି ଏପରିକି ଆପାର୍ଟମେଣ୍ଟ ବ୍ଲକ୍‌ର ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରି ଭାଜପା ସପକ୍ଷରେ ଭୋଟ ଦେବା ପାଇଁ କଥାବାର୍ତ୍ତା କରନ୍ତି। ଯେଉଁମାନେ କଂଗ୍ରେସକୁ ନିକଟ ଅତୀତରେ ରାଜ୍ୟଗୁଡ଼ିକରେ ଭୋଟ ଦେଇଥିଲେ ସେମାନେ ବି ମାନନ୍ତି ମୋଦିଙ୍କ ଭଳି ଜାତୀୟ ସ୍ତରର ନେତା ଆଉ କେହି ନାହିଁ।
ନେତାମାନେ ସମୟ ଅନୁଯାୟୀ ଜନ୍ମ ନିଅନ୍ତି, ବିଭିନ୍ନ ସମାଜରେ ଜଗତୀକରଣ ଲୋକଙ୍କୁ ହଇରାଣରେ ପକାଇଛି। ଲୋକଙ୍କ ଭିତରେ ଫେରିବାର ଇଚ୍ଛା ସେହି ପୁରୁଣା ସରଳ ଓ ଗର୍ବର ଅତୀତକୁ; ସେମାନେ ଚାହାନ୍ତି ନୂଆ ପିଢ଼ିର ଟାଣୁଆ ନେତା। ସେମାନଙ୍କ ସଫଳତାର ଅଙ୍ଗ ହେଉଛି ଭୋଟରମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା। ଦୈନିକ ବଡ଼ ବଡ଼ କଥା କହନ୍ତି; ବନ୍ଧୁ ଭାବାପନ୍ନ ଟେଲିଭିଜନ୍‌ ନେଟ୍‌ୱର୍କରେ ସେଗୁଡ଼ିକ ପ୍ରକାଶ ପାଏ। ଟ୍ରମ୍ପଙ୍କ ଟୁଇଟରରେ ୬ କୋଟି ଅନୁଗାମୀ ଥିବା ବେଳେ ମୋଦିଙ୍କ ଅନୁଗାମୀ ସଂଖ୍ୟା ୪ କୋଟି ୭୦ଲକ୍ଷ। ଦୁନିଆରେ ଦ୍ୱିତୀୟ ବୃହତ୍ତମ ଅନୁଗାମୀ ରାଜନେତା ସେ। ଟେକ୍‌ନିକ୍‌ ଦୃଷ୍ଟିରୁ ଗଣତନ୍ତ୍ରରେ ସ୍ବୈରତନ୍ତ୍ରୀ ବା ଅଟୋକ୍ରାଟ୍‌ମାନେ ଉଧେଇ ପାରନ୍ତି ନାହିଁ। ସୁପ୍ରିମ୍‌କୋର୍ଟ ବା ଗଣମାଧ୍ୟମ ସାଧାରଣ ଗାର୍ଡିଆନ୍‌ ହିସାବରେ କାମ କରେ। ଜବାହରଲାଲ ନେହେରୁ, ରାହୁଲଙ୍କ ପ୍ରପିତାମହ ୧୭ ବର୍ଷକାଳ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବ୍ୟକ୍ତିତନ୍ତ୍ର ଚଳାଇଥିଲେ। ୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀ ଜରୁରୀ ପରିସ୍ଥିତି ଜାରି କରିଥିଲେ, ରାଜନୈତିକ ବିରୋଧୀମାନଙ୍କୁ ଜେଲ୍‌ରେ ପୂରାଇଥିଲେ। ତାଙ୍କ ଉପରେ ଲୋକେ ରାଗି ହରାଇ ଦେଇଥିଲେ। ତେଣୁ ବ୍ୟକ୍ତିବିଶେଷର ଶାସନ ବା ଅଟୋକ୍ରାସି ନ ଚାଲିବା ସପକ୍ଷରେ ଭାରତର ଗଣତନ୍ତ୍ର କାମ କରୁଛି।
ଫେବୃୟାରୀରେ ସେ ପ୍ରାୟ ପାକିସ୍ତାନ ସହ ଯୁଦ୍ଧ କରିବା ଅବସ୍ଥାକୁ ଆସିଥିଲେ। ପରବର୍ତ୍ତୀ ମାସରେ ସେ ମହାକାଶରେ ଭାସୁଥିବା ଉପଗ୍ରହଗୁଡ଼ିକୁ ଧ୍ୱଂସ କରିଦେବାର ଶକ୍ତି ପ୍ରଦର୍ଶନ କଲେ। ବିଭିନ୍ନ ଜନସମୁଦାୟ ତାଙ୍କ ଜରିଆରେ ଭାରତ ମହାନ ହେବା ଚାହାନ୍ତି। ଗରିବକୁ ସାହାଯ୍ୟ କରିବାର, ଭାରତକୁ ମହାନ୍‌ କରିବାର ଇଚ୍ଛାଶକ୍ତି ତାଙ୍କର ଅଛି। ସୋସିଆଲ୍‌ ମିଡିଆ ଛାଣି ଛାଣି ଲୋକଙ୍କୁ ଜଣାଏ ସେମାନେ କ’ଣ ଚାହାନ୍ତି ନାହିଁ। ମୋଦି-ଅମିତ ଶାହ ସବୁବେଳେ କହିହେଲେ ଯେତେ ତାଳି ପକାଇଲେ ବି ଛିଣ୍ଡାକପଡା କେବେ ଗୋଟିକିଆ ଭଲ କପଡା ଭଳି କାମ କରିବ ନାହିଁ। କେବଳ ଅଙ୍କ କଷିଦେଲେ ଯେ କାମ କରିହେବ ତା’ ଠିକ୍‌ ନୁହେଁ। ମାୟାବତୀ-ଅଖିଳେଶ ମହାଗଠବନ୍ଧନ ଉତ୍ତରପ୍ରଦେଶରେ ଭାଜପାକୁ ଆହ୍ବାନ ଦେଇପାରେ। କିନ୍ତୁ ସେମାନେ ବରଂ ପଦାରେ ପଡ଼ି ଯାଇଥିବା ଦଳଗୁଡ଼ିକୁ ଜାତି ବା ଧର୍ମ ବା ଉଭୟ ଭିତ୍ତିରେ ଯୋଡ଼ିିହୋଇ ଏନ୍‌ଡିଏକୁ ସାହାଯ୍ୟ କଲେ।
ମହାଗଠବନ୍ଧନ ଦେଖାଇଦେଲା ଯେ, ବଡ଼ ଜାତୀୟ ଦଳ ନ ଥିଲେ ମିଳିତ ସରକାର ଭୁଶୁଡି ପଡ଼େ। କେହି ଠିକଣା ନିଷ୍ପତ୍ତି ନେଲା ଭଳି ନ ଥାନ୍ତି। ମାୟାବତୀ, ଅଖିଳେଶ କଂଗ୍ରେସକୁ ବାହାର କରିଦେଲେ, ମମତା ବାନାର୍ଜୀ କଂଗ୍ରେସ ବା ବାମପନ୍ଥୀ ସହ ହାତ ମିଳାଇ ଭାଜପାକୁ ଦୂରରେ ରଖିବା ଚେଷ୍ଟାରେ ଫେଲ୍‌ ମାରିଲେ, ଅମିତ ଶାହ ସାଙ୍ଗେ ସାଙ୍ଗେ ଶିବସେନା ଓ ଜେଡିୟୁ ସହ ଆସନ ବୁଝାମଣା କରିଦେଲେ। ଏପରିକି ଚନ୍ଦ୍ରାବାବୁ ନାଇଡୁ ଓ୍ବାଇଏସ୍‌ଆର କଂଗ୍ରେସର ଆହ୍ବାନ ସତ୍ତ୍ବେ କଂଗ୍ରେସ ସହ ହାତ ମିଳାଇଲେ ନାହିଁ।
ଅର୍ଥନୈତିକ ସକ୍ରିୟତା ବା ନିଷ୍କ୍ରିୟତା ଏକଲା କିଛି ନୁହେଁ, ମୋଦି ବହୁତ କିଛି ଆଇନ ଆଣିଛନ୍ତି, ଦୀର୍ଘକାଳୀନ ଫଳ ଦେବ। ସ୍ବଚ୍ଛ ଭାରତ ଗଢ଼ିବାରେ ମୋଦିଙ୍କ ସଫଳତା ଅବର୍ଣ୍ଣନୀୟ। ଗାଁ ଗହଳରେ ଦୁଃଖକଷ୍ଟ ଅଛି, ଭଲ କାମଦାମର ଅଭାବ, ଜିଏସ୍‌ଟି ସେତେ ଭଲ ନୁହେଁ, ବହୁତ ଛୋଟ ଦୋକାନୀଙ୍କୁ ଅସନ୍ତୁଷ୍ଟ କଲାଭଳି ଆଦି କହି ମୋଦିଙ୍କ ଦୋଷ ଧରିବା ଲୋକେ ଭାବୁଛନ୍ତି ଯେଉଁମାନେ ଭୋଟ ଦେଲେ ସେମାନେ କିଛି ପାଇଥିବେ।
ମିଛ ସେକୁଲାରିଜମ୍‌ ଆଉ ଚଳୁନାହିଁ। ଏକ୍‌ଜିଟ୍‌ ପୋଲ୍‌ ଠିକ୍‌ ହେବାରୁ ଭାଜପା ବିରୋଧରେ ଭୋଟ ଦେଇଛନ୍ତି ବୋଲି ସଂଖ୍ୟାଲଘୁ ମୁସଲିମ୍‌ ବେଶି ହରାଇବେ। ସମ୍ଭବତଃ କଂଗ୍ରେସରୁ ତୃଣମୂଳ କଂଗ୍ରେସ ଯାଏ ସମସ୍ତେ ଭାଜପାଠାରୁ ବେଶି ହିନ୍ଦୁପଣିଆ ଦେଖାଇଲେ। ସେକୁଲାରିଜମ୍‌ ମାନେ ସବୁ ଧର୍ମର ଲୋକଙ୍କୁ ସାଙ୍ଗରେ ନେବା। ସଂଖ୍ୟାଗରିଷ୍ଠକୁ ହତାଦର କରିବା ନୁହେଁ- ଏ କଥା ଭାଜପାର ମୋଦି ଶିଖାଇଲେ। ଅନ୍ୟମାନଙ୍କୁ ନୀଚ ଦେଖୁଥିବା ‘ଲୁଟିଏଣ୍ଟ ଇଲାଇଟ୍‌’ ବା ‘କାବାଲ୍‌’ ଯାହାକୁ ମୋଦି ଖାଁ ମାର୍କେଟ୍‌ ଗ୍ୟାଙ୍ଗ ନାମ ଦେଉଛନ୍ତି, ସେମାନେ ୨୦୧୪ର ଇଲାଇଟ୍‌ଙ୍କ ଉଠିବା ସହି ପାରିଲେନି। ସବୁ ସ୍ଥାନୀୟ ଦୁର୍ଘଟଣାକୁ (ଲୋକେ ଜମାହୋଇ ମାରିଦେବା ବା ଲିଞ୍ଚିଂ ବା ଦଳିତ ହତ୍ୟା) ଜାତୀୟ ବା ଅନ୍ତର୍ଜାତୀୟ ଗଣମାଧ୍ୟମ ମୋଦି ବା ଭାଜପା ବିରୋଧୀ ବିବରଣୀରେ ପ୍ରକାଶ କଲେ। ସେମାନେ ଭାବିିପାରିଲେ ନାହିଁ ଯେ ଭାରତ ଏକ ଆକାଙ୍‌କ୍ଷିତ ମଧ୍ୟବିତ୍ତ ଆୟ ଶ୍ରେଣୀକୁ ଉନ୍ନୀତ ହେଉଛି, ମୁଣ୍ଡପିଛା ବାର୍ଷିକ ୨୦୦୦ ଡଲାରରୁ ବେଶି ଆୟର ପରିବାର ସଂଖ୍ୟା ବଢୁଛି। ସେମାନେ ଚାହାନ୍ତି ନାହିଁ ମାଗଣା କିଛି, ସରକାରଙ୍କଠୁଁ ଭିକ ମାଗି ବଞ୍ଚିବାକୁ ଚାହାନ୍ତି ନାହିଁ। ମୋଦି ନବ-ଭୋଟରମାନଙ୍କ ଭାଷା କହୁଛନ୍ତି।
କେମିତି ସେ ଅସଫଳ ଅର୍ଥନୀତି, ସ୍ଥାଣୁ ନିବେଶ, ଖାଉଟି ଚାହିଦା କମିବା, କୃଷି ଯନ୍ତ୍ରଣା, କାମ ଅଭାବ, ଋଣ ସଙ୍କୋଚନ ଆଦି ସତ୍ତ୍ବେ ଏନ୍‌ଡିଏକୁ ଜିତାଇଲେ? ସ୍ବଚ୍ଛ ଭାରତ ଯୋଜନା, ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ଗ୍ରାମ୍ୟ ରାସ୍ତା ଓ ବିଜୁଳି ଯୋଗାଣ ଆଦିରେ ଉପା ସରକାରଠାରୁ ଭଲ କରିଛନ୍ତି। ଗରିବ ଲୋକେ ସମ୍ଭବତଃ ସଫା ପାଇଖାନା ଓ ଗ୍ୟାସ୍‌ ପ୍ରତି ବେଶି ଆକୃଷ୍ଟ। ବେଶି ତ୍ୱରାନ୍ବିତ ବିକାଶ ଲୋକେ ଚାହାନ୍ତି। ରାହୁଲଙ୍କ ଲୋକପ୍ରଭାବୀ ‘ସୁଟ୍‌ ବୁଟ୍‌ କି ସରକାର’ ମୋଦିଙ୍କୁ ଧିମେଇଦେଲା। ଏ ଏକ ବାଇନାରୀ ବା ଦ୍ୱିପାକ୍ଷିକ ମିଛବାର୍ତ୍ତା ପ୍ରମାଣିତ ହେଲା। ଗରିବ ଲୋକ ବି ସୁଟ୍‌ ବୁଟ୍‌ ପିନ୍ଧିବା ଚାହେଁ। ଶିକ୍ଷାରେ ପରିବର୍ତ୍ତନ ଚାହେଁ। ମାନବ ସମ୍ବଳର ବିକାଶ ଚାହେଁ।
ରାଜ୍ୟରେ ଆଞ୍ଚଳିକ ଦଳ ସରକାର ରହିଲେ ବି ଜାତୀୟ ସ୍ତରରେ ଭିନ୍ନ ଦଳ ଦରକାର ବୋଲି ଓଡ଼ିଶା ଲୋକେ ଭାବନ୍ତି। ଜାତୀୟ ଦଳ ଏକ ପର୍ଯ୍ୟବେକ୍ଷକ ପଠାଇ ମୁଖ୍ୟମନ୍ତ୍ରୀ ତିଆରି କରନ୍ତି, ସେ ତ ହାଇକମାଣ୍ଡଙ୍କ ବଚସ୍କର ରହନ୍ତି। ପ୍ରଦେଶ ପାଇଁ କାମ ନ କରି ସେମାନେ ଜାତୀୟ ଦଳର ଚିନ୍ତାରେ ବ୍ୟସ୍ତ ରହନ୍ତି। ସେମାନଙ୍କର ଚିନ୍ତା, ପଇସା ଆଦାୟ କରି ଦଳର ଭଣ୍ଡାରକୁ କିପରି ପୂରଣ କରିବା। ଓଡ଼ିଆ ସ୍ବାଭିମାନର ରକ୍ଷା ପାଇଁ ରାଜ୍ୟବାସୀ ବିଜେଡିକୁ ପାଞ୍ଚ ଥର ପାଇଁ ଭୋଟ ଦେଇଛନ୍ତି।
ଇ-ମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?