Posted inଜାତୀୟ

ମୋଦିଙ୍କ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଅନୁଗାମୀ

ନୂଆଦିଲ୍ଲୀ, ୧୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏମିତିକି ସୋସିଆଲ ମିଡିଆରେ ମଧ୍ୟ ମୋଦି ଅନୁଗାମୀଙ୍କ ସଂଖ୍ୟା ଢ଼େର୍‌ ଅଧିକ। ଟୁଇଟରରେ ମୋଦିଙ୍କ ଜବରଦସ୍ତ ଦଖଲ ପରେ ଏବେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୩୦ ଲକ୍ଷ ଟପିଛି। ବିଶ୍ୱର ବଡ଼ ବଡ଼ ନେତାଙ୍କୁ ସେ ପଛରେ ପକାଇ ଚମତ୍କାରିତା ଦେଖାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କୁ ମଧ୍ୟ ସେ ଇନ୍‌ଷ୍ଟାଗ୍ରାମରେ ପଛରେ ପକାଇ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏତେ ସଂଖ୍ୟକ ଅନୁଗାମୀ ପାଇଥିବା ବିଶ୍ୱନେତାଙ୍କ ମଧ୍ୟରେ ମୋଦି ସର୍ବାଗ୍ରେ ଥିବା ଜଣାପଡ଼ିଛି। ଗତ ସେପ୍ଟେମ୍ବରରେ ମୋଦିଙ୍କ ଟୁଇଟର ଅନୁଗାମୀଙ୍କ ସଂଖ୍ୟା ୫୦ ନିୟୁତ ଟପିଥିଲା। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରୁ ସେ ମାଇକ୍ରୋବ୍ଲଗିଂ ସାଇଟ୍‌କୁ ଅଧିକ ଗୁରୁତ୍ୱ ଦେଇଆସୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ସେୟାର କରିବାରେ ତାଙ୍କର ଆଗ୍ରହ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ହର୍ମୁଜ୍‌ ସମୁଦ୍ର ତଳେ ଚାଲୁଥିବା ଆମେରିକା ଡ୍ରୋନ୍‌କୁ କବ୍‌ଜା କରିଛି ଇରାନ, ଦାବି କରି କହିଲା…

ଓ୍ବାଶିଂଟନ,୯ା୯: ହର୍ମୁଜ୍‌ ଜଳପଥର ପ୍ରବେଶପଥଠାରେ ଆମେରିକାର ଏକ କର୍ମଚାରୀବିହୀନ ସମୁଦ୍ର ତଳ ଯାନ (ଡ୍ରୋନ୍‌)କୁ କବ୍‌ଜା କରିଥିବା ଇରାନର ରିଭଲ୍ୟୁଶନାରି ଗାର୍ଡସ ଦାବି କରିଛି। ସାମରିକ କାର୍ଯ୍ୟାନୁଷ୍ଠାନରେ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri