ମୋଦିଙ୍କ ଶାସନରେ ଗରିବ ଲାଭାନ୍ବିତ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଗରିବମାନେ ସର୍ବାଧିକ ଲାଭାନ୍ବିତ ହୋଇଛନ୍ତି। ଭୁବନେଶ୍ୱରଠାରେ ଶନିବାର ମୋଦିଙ୍କ ଜନ୍ମ ସପ୍ତାହ ଅବସରରେ ଭାଜପା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସେବା ସପ୍ତାହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ସ୍ଥାନୀୟ ଭରତପୁର ଅଞ୍ଚଳରେ ସେବା ସପ୍ତାହ ଉପଲକ୍ଷେ ରକ୍ତଦାନ ଶିବିର, ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ ଓ ସ୍ବାସ୍ଥ୍ୟ ଶିବିର ଆୟୋଜନ ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଜଳ ସଂରକ୍ଷଣ ସହ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ୨ଟି ପଦକ୍ଷେପ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ୧୨୫ କୋଟି ଜନତା ନିଜେ ଦାୟିତ୍ୱ ନେଇ ପାଦେ ଆଗକୁ ବଢାଇଲେ ସେବା ସପ୍ତାହର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ। ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀଙ୍କ ୬୯ ବର୍ଷ ପୂର୍ତ୍ତି ଅବସରରେ ଦେଶର ପ୍ରଧାନ ସେବକଙ୍କ ଆଦର୍ଶକୁ ଦେଶର ସାମାନ୍ୟ ଲୋକ ପାଳନ କରିବା ପାଇଁ ସେବା ଦିବସ ଅଭିଯାନ ପାଳନ କରାଯାଉଥିବା କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହି ଅଭିଯାନ ଆସନ୍ତା ୨୦ ଯାଏ ଚାଲିବ। ସେହିପରି ସ୍ବାସ୍ଥ୍ୟ ଓ ରକ୍ତଦାନ ଶିବିର ପଞ୍ଚାୟତସ୍ତରରେ ମଧ୍ୟ ଚାଲିବ। ଏହିପରି କଳ୍ପନା ତଥା ବିଚାର ସଭାସମିତିରେ ସୀମିତ ନ ରହୁ। ସେହିପରି ସେବା ସପ୍ତାହ ବାର୍ତ୍ତାକୁ ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କୁ ନିବେଦନ କରିବା ସହ ନିଜେ କରିଥିବା ସେବା କାର୍ଯ୍ୟର ଫଟୋ, ଫେସବୁକ୍‌ ଏବଂ ଟୁଇଟରରେ ଛାଡିବା ସହ ବନ୍ଧୁମାନଙ୍କୁ ପ୍ରେରିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏମ୍‌ସି କେଶରୀ ମଲ୍‌ରେ ଲାଗିଛି ନିଆଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି । ରବିବାର କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ...

ସ୍ତ୍ରୀ ହତ୍ୟା ଲାଗି ସୁପାରି

ନୟାଗଡ ଅଫିସ,୧୩।୨: ହତ୍ୟାର ୧୫ ଦିନ ପରେ ନୟାଗଡ ଜିଲା ଶରଣକୁଳ ଥାନା ସୁଆରସାହିର ସସ୍ମିତା ମହାପାତ୍ର ହତ୍ୟା ଘଟଣାର ଗୁମର ଫିଟିଛି । ସ୍ତ୍ରୀଙ୍କୁ...

ଭେଣ୍ଟିଲେଟର ଅଭାବରୁ ରୋଗୀ ମରୁଛନ୍ତି: କଂଗ୍ରେସ

ଭୁବନେଶ୍ୱର ୨୨।୯(ବ୍ୟୁରୋ):ରାଜ୍ୟରେ ଦୈନିକ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ବାହାରୁଛନ୍ତି। ଦୈନିକ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ କେରୋନା ଆକ୍ରାନ୍ତ ମୃତ୍ୟୁ...

ପେନ୍‌ସନ୍‌ ପାଇଁ ଟ୍ରଲିରେ ଆସିଲେ ବୃଦ୍ଧ

ତିହିଡ଼ି, ୧୦ା୮(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ୟୁକୋ ବ୍ୟାଙ୍କ ଶାଖାରୁ ପେନସନ ନେବା ପାଇଁ ଜଣେ ଅସହାୟ ବୃଦ୍ଧ ଟ୍ରଲିରେ ବୁହାହୋଇ ବ୍ୟାଙ୍କକୁ ଆସିଥିବା ଦେଖିବାକୁ ମିଳିଥିଲା।...

ଗରିବ ହୃଦ୍‌ରୋଗୀ ଶିଶୁଙ୍କୁ ମାଗଣା ଚିକିତ୍ସା ଜାରି ରହିବ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ଗରିବ ହୃଦ୍‌ରୋଗୀ ଶିଶୁଙ୍କୁ ରାଜ୍ୟ ସରକାର ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି। ଏହି ସୁବିଧା ଜାରି ରଖିବା ପାଇଁ ଗୁରୁବାର ଓଡ଼ିଶା ସରକାର ପ୍ରଶାନ୍ତି...

୪୮ଘଣ୍ଟାରେ ଅବପାତ: ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର,୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ...

ସଚେତନ ରହିଲେ ସୁରକ୍ଷିତ ରହିବେ : କମିଶନର

ଭୁବନେଶ୍ୱର,୧୯।୧(ବ୍ୟୁରେ): ଗଣତାନ୍ତ୍ରିକ ଦେଶରେ ଯେ ପର୍ଯ୍ୟନ୍ତ ସାଧାରଣ ଲୋକେ ସଚେତନ ନ ହେବେ ସେ ପର୍ଯ୍ୟନ୍ତ ଆଇନ୍‌କୁ କଡାକଡି ପାଳନ କରିବା ଓ ଜନସାଧାରଣଙ୍କୁ ସୁରକ୍ଷିତ...

ଆନ୍ଧ୍ର ଆବେଦନକାରୀଙ୍କ ପିଟିଶନ ଖାରଜ

ନୂଆଦିଲ୍ଲୀ, ୨୨।୩:କୋରାପୁଟ ଜିଲାର ବିବାଦୀୟ କୋଟିଆର ୨୧ଟି ଗ୍ରାମକୁ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା କରିବା ସହ ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ପଞ୍ଚାୟତ ନିର୍ବାଚନକୁ...

Advertisement
Archives

Model This Week