Posted inଜାତୀୟ

ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌: ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସ ହୋଇଥିଲେ ନିଯୁକ୍ତ; ୨ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌

ନୂଆଦିଲ୍ଲୀ,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ଏହି କାର୍ଯ୍ୟରେ ୨ ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହଲ୍ଲାଦ ମୋଦିଙ୍କ ଝିଅ ଦମୟନ୍ତୀ ବେନ୍‌ ମୋଦି ଉତ୍ତରଦିଲ୍ଲୀର ଗୁଜରାଟୀ ସମାଜ ଭବନ ସମ୍ମୁଖରେ ଅଟୋ ରିକ୍ସାରୁ ଓହ୍ଲାଉଥିବାବେଳେ ତାଙ୍କ ପର୍ସକୁ ଅଭିଯୁକ୍ତ ୨୧ ବର୍ଷ ବୟସ୍କ ଗୌରବ ଓରଫ୍‌ ନାନୁ ସ୍କୁଟିରେ ତାଙ୍କ ଜଣେ ସାଥିଙ୍କ ସହ ଆସି ଲୁଟ୍‌ କରିଥିଲେ। ପୋଲିସ ପକ୍ଷରୁ ୨୦ଟି ଟିମ୍‌ ଗଠନ କରାଯାଇ ଯାଞ୍ଚ୍‌ ଆରମ୍ଭ କରାଯାଇଥିଲା। ଗୌରବଙ୍କୁ ସୋନିପତ୍‌ରୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ଗିରଫ କରିଥିବାବେଳେ ତାଙ୍କ ସାଥି ୨୨ ବର୍ଷ ବୟସ୍କ ବାଦଲଙ୍କୁ ସୁଲତାନ୍‌ପୁରୀରୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଲୁଟ୍‌ ହୋଇଥିବା ୫୬ ହଜାର ଟଙ୍କା, ୨ ମୋବାଇଲ୍‌ ଏବଂ ଲୁଟ୍‌ରେ ବ୍ୟବହାର ହୋଇଥିବା ସ୍କୁଟି ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-ଆର୍‌ଏସ୍‌ଏସ୍‌କୁ ସାଂପ୍ରଦାୟିକ ସଙ୍ଗଠନ ବୋଲି କହିଲେ ମୁଫତି, ଧର୍ମ ନାରେ କରୁଛନ୍ତି ହିଂସା

ଜମ୍ମୁ,୧୩ ।୧୧: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ମୁଫତି ଶନିବାର ଜମ୍ମୁ-କଶ୍ମୀର ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ସମୟରେ ସେ କହିଛନ୍ତି...

ଜନ୍ମପ୍ରମାଣ ପତ୍ର ସହିତ ଆଧାର କାର୍ଡ ପଞ୍ଜିକରଣ ଖୁବ୍‌ ଶୀଘ୍ର ସମସ୍ତ ରାଜ୍ୟରେ ହେବ ଆରମ୍ଭ…

ନୂଆଦିଲ୍ଲୀ,୧୫।୧୦ : ନବଜାତ ଶିଶୁମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ସହିତ ଆଧାର ପଞ୍ଜିକରଣ କରାଯିବା ସୁବିଧା ଆସନ୍ତା କିଛି ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଆରମ୍ଭ...

ଶାହାଙ୍କ ବାଲାଘାଟ ଗସ୍ତ ବାତିଲ, ମୁଖ୍ୟମନ୍ତ୍ରୀ ଶିବରାଜ କହିଲେ ଏହାର କାରଣ

ଭୋପାଳ,୨୨।୬: ମଧ୍ୟପ୍ରଦେଶର ବାଲାଘାଟରେ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଏହି ଘୋଷଣା କରିଛନ୍ତି।...

ପ୍ରିୟଙ୍କାଙ୍କ ଅନୁରୋଧ ରଖିଲେ ମୋଦି

ନୂଆଦିଲ୍ଲୀ,୧୫।୭: ସରକାରୀ ବଙ୍ଗଳା ଖାଲିକରିବା ଲାଗି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରିୟଙ୍କାଙ୍କ ଅନୁରୋଧକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଆଉ...

କ୍ୱାରାଣ୍ଟାଇନ୍‌ରେ ୩୧.୬ ଲକ୍ଷ

ନୂଆଦିଲ୍ଲୀ,୧୮।୭: ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି। ଦେଶରେ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୫,୬୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ଏପର୍ଯ୍ୟନ୍ତ...

ଭାଜପାରେ ମିଶିଲେ କ୍ରିକେଟର୍‌ ଦୀନେଶ ମୋଙ୍ଗିଆ

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ ମଙ୍ଗଳବାର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହି ସମୟରେ ଦଳର ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ।...

ଘୁଞ୍ଚିଲା ପ୍ରିୟଙ୍କାଙ୍କ ଭାଇ ବାହାଘର

ମୁମ୍ବାଇ,୩୦।୪: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ତାରିଖ ଘୁଞ୍ଚି ଯାଇଛି। ଚଳିତ ସପ୍ତାହରେ ଏହା ହେବାକୁ ଥିବା...

ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତିଙ୍କ ଆଇଭିଏଫ ପାଇଁ ପାରୋଲ ଆବେଦନ: ସହାନୁଭୂତି ପୂର୍ବକ ବିଚାର ଲାଗି ହାଇକୋର୍ଟଙ୍କୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୨ : ରାଜସ୍ଥାନ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦମ୍ପତି ସନ୍ତାନ ଜନ୍ମ ପାଇଁ ଆଇଭିଏଫ କରିବା ପାଇଁ ପାରୋଲ ମାଗିଛନ୍ତି। ଏ ସମ୍ପର୍କରେ ଏହି...

Advertisement
Archives

Model This Week