ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଦେଖି ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୨୫।୮: କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟଦ’ରେ ସମ୍ମାନୀତ କରିଛନ୍ତି। ଏହାପରେ ମୋଦି କହିଛନ୍ତି ଏହି ସମ୍ମାନ ଦୁଇ ଦେଶ ମଧ୍ୟରେ ସୁରକ୍ଷା, ଶାନ୍ତି ଓ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ। ଏହା ମୋର ସମ୍ମାନ ନୁହେଁ ୧.୩ ଅରବ ଭାରତୀୟଙ୍କ ସମ୍ମାନ। ଆଉ ଏବେ ଏହା ଜାଣିବା ପରେ ପୁଣି ରାଗରେ ଲାଲ ହେଲାଣି ପାକିସ୍ତାନ। ମୁସଲମାନଙ୍କ ଦେଶ ୟୁଏଇ କେମିତି ମୋଦିଙ୍କ ଭଳି ଜଣେ ପ୍ରତାରକଙ୍କୁ ସମ୍ମାନୀତ କରିଛି ବୋଲି ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର୍ସ ନିଜ ନିଜର ମତ ପ୍ରକାଶ କଲେଣି। କେହି କେହି କହିଛନ୍ତି ୟୁଏଇର ଏହି କାମ ଇତିହାସରେ ଲିପିବଦ୍ଧ ହୋଇ ରହିବ। କାରଣ ଭାରତ କଶ୍ମୀର ସମସ୍ୟାକୁ ସମାଧାନ ନ କରୁଥିବା ବେଳେ ୟୁଏଇ ମୋଦିଙ୍କୁ କେମିତି ସମ୍ମାନୀତ କରୁଛି ବୋଲି ୟୁଜର୍ସମାନେ ପ୍ରଶ୍ନ କରିଛନ୍ତି। ତେଣୁ ଏମିତି କେତେଜଣ ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଦେଖିବା ପରେ ଲାଗୁଛି ଏବେବି ପାକିସ୍ତାନ କଶ୍ମୀରରୁ ହଟାଯାଇଥିବା ଅନୁଚ୍ଛେଦ ୩୭୦କୁ ନେଇ ରକ୍ତ ଚାଉଳ ଚୋବାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡିବାରୁ ତାକୁ ଦାନ୍ତରେ ଦୁଇଖଣ୍ଡ କରିଦେଲେ ୨ ବର୍ଷର ଝିଅ

ଆଙ୍କରା,୧୪।୮: ତୁର୍କୀରେ ଏକ ରୋଚକ ଘଟଣା ଘଟିଛି। ଜଣେ ୨ ବର୍ଷର ଝିଅକୁ ସାପ କାମୁଡିବାରୁ ସେ ରାଗିଯାଇ ଦାନ୍ତରେ ସାପଟିକୁ କାମୁଡି ଦୁଇଖଣ୍ଡ କରିଦେଇଛନ୍ତି।...

ଟାଇଫୁନ୍‌ ‘ଲେକିମା’ ତାଣ୍ଡବ: ୧୦ ଲକ୍ଷ ଲୋକ ସ୍ଥାନାନ୍ତର

ବେଜିଂ,୧୦।୮: ଚାଇନାରେ ଟାଇଫୁନ୍‌ ‘ଲେକିମା’ ତାଣ୍ଡବ ରଚିଛି। ସ୍ଥାନୀୟ ପୂର୍ବ ଉପକୂଳରେ ଦେଖାଦେଇଥିବା ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ଇତିମଧ୍ୟରେ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ...

ରୁଷିଆକୁ ଟାର୍ଗେଟ ପାଇଁ ୟୁକ୍ରେନ୍‌କୁ ରକେଟ୍‌ ଦେବନି ଆମେରିକା

ଓ୍ବାଶିଂଟନ୍‌, ୩୧ା୫: ୟୁକ୍ରେନ୍‌ ସୀମାରୁ ରୁଷିଆ ପର୍ଯ୍ୟନ୍ତ ରେଞ୍ଜ୍‌ର ରକେଟ୍‌ ଆମେରିକା ଏହି ପୂର୍ବ ୟୁରୋପୀୟ ଦେଶକୁ ପଠାଇବ ନାହିଁ। ଓ୍ବାଶିଂଟନ୍‌ ୟୁକ୍ରେନ୍‌କୁ ଦୀର୍ଘ ଲକ୍ଷ୍ୟସ୍ଥଳ...

ଆଫଗାନିସ୍ତାନରେ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ

କାବୁଲ,୨୭।୧: ଆଫଗାନିସ୍ତାନରେ ଏକ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବ ଗଜନି ଅଞ୍ଚଳର ଦେହ ୟାକ ଜିଲାରେ ସୋମବାର ଅପରାହ୍ନରେ ଏରିୟାନା ଆଫଗାନ ଏୟାରଲାଇନ୍ସର ବିମାନ...

ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ୟୁଏଇ

ଆବୁଧାବି,୨।୭: ଭାରତକୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ଏକ ବଡ଼ ଝଟ୍‌କା ମିଳିଛି। ଭାରତୀୟ ନାଗରିକଙ୍କ ଯାତ୍ରା ଉପରେ ୟୁଏଇ ପ୍ରତିବନ୍ଧକ ଲଗାଇଛି। ଭାରତ...

ବରଯାତ୍ରୀଙ୍କ ଉପରେ ଆକାଶରୁ ଟଙ୍କା ବର୍ଷା

କରାଚୀ,୧୬।୩ : ବରଯାତ୍ରୀଙ୍କ ଉପରେ ଫୁଲ ବର୍ଷା ହେବା ସାଧାରଣ କଥା। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆକାଶରୁ ଟଙ୍କା...

ଆସନ୍ତା ବର୍ଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ରୁଷିଆ…

ମସ୍କୋ,୪।୧୨: ୟୁକ୍ରେନ ଏବଂ ରୁଷିଆ ସୀମାରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏନେଇ ୟୁକ୍ରେନ ଦାବି କରିଛି ରୁଷିଆ ସୀମାରେ ୯୪ ହଜାରରୁ ଅଧିକ...

ଜେଲରୁ ଭିଡିଓ ଜାରି କଲେ ଲସ୍କର ନେତା ମକ୍କି, କହିଲେ ଅଲକାଏଦା ଅବା ଆଇଏସ ସହ ନାହିଁ କୌଣସି ସମ୍ପର୍କ

ଲାହୋର,୨୦ ।୧: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା(ଏଲଟିଇ)ର ଉପ ନେତା ଅବଦୁଲ ରହମାନ ମକ୍କି ଗୁରୁବାର ଲାହୋରର କୋଟ ଲଖପତ ଜେଲରୁ ଏକ ଭିଡିଓ...

Advertisement
Archives

Model This Week