ମୋଦିଙ୍କୁ ସର୍ପ ଦଂଶନରେ ମାରିବାକୁ ଧମକ ଦେଲେ ପାକିସ୍ତାନୀ ପପ୍‌ ଗାୟିକା

ଇସ୍‌ଲାମାବାଦ,୪।୯: ଏବେ ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ପପ୍‌ ଗାୟିକାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଦେଖି ଲୋକେ ହସି ହସି ବେଦମ୍‌ ହେଉଛନ୍ତି। କେବଳ ଭାରତୀୟ କାହିଁକି ପାକିସ୍ତାନୀମାନେ ମଧ୍ୟ ଏହାକୁ ଦେଖି ବିଭିନ୍ନ ପ୍ରକାର କମେଣ୍ଟ କରୁଥିବା ଦେଖାଯାଇଛି। ଉକ୍ତ ଭିଡିଓରେ ପପ୍‌ ଗାୟିକା ରାବି ଫିରଜାଦା ମୋଦିଙ୍କୁ ସର୍ପ ଦଂଶନର ଦମକ ଦେଉଛନ୍ତି। ୫୦ ସେକେଣ୍ଡର ଏହି ଭିଡିଓକୁ ଏବେ ବହୁ ପରିମାଣରେ ଶେୟାର କରାଯାଉଛି। ଏହି ଭିଡିଓରେ ରାବି ସାପ ଓ କୁମ୍ଭୀର ଜରିଆରେ ପ୍ରତିଶୋଧ ନେବାକୁ କହୁଛନ୍ତି। କେତେ ଗୁଡିଏ ସାପକୁ ହାତରେ ଧରି ସେ ଭାରତ ବିରୋଧରେ ବିଷ ଓଗାଳୁଛନ୍ତି। ସେ କହିଛନ୍ତି, ‘ମୋଦି ତୁମେ କଶ୍ମୀରବାସୀଙ୍କୁ ହଇରାଣ କରୁଛନା ଦେଖ ମୁଁ ତୁମ ପାଇଁ କ’ଣ ନେଇ ଆସିଛି। ସୋ ଗେଟ୍‌ ରେଡି ଟୁ ଡାଏ ଇନ୍‌ ହେଲ୍‌। ଆଉ ମୋର ଯେଉଁ ବନ୍ଧୁ ମାନେ ଅଛନ୍ତି ସେମାନେ ତୁମକୁ ନେଇ ଭୋଜି କରିବେ’ ବୋଲି ଶେଷରେ ରାବି କହିଛନ୍ତି। ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର ସଞ୍ଜୟ ଦାସଓ୍ବାନି କହିଛନ୍ତି, ‘ରାବିଙ୍କୁ କଶ୍ମୀର ନୁହେଁ ହମଦର୍ଦର ରୁଅବ୍‌ଜା ଦେଇ ଦିଅନ୍ତୁ ସେ ଥଣ୍ଡା ହୋଇଯିବେ’। କେବଳ ଏତିକି ନୁହେଁ ଆହୁରି କିଛି କମେଣ୍ଟ ମଧ୍ୟ ଆସିଛି ରାବିଙ୍କ ଏହି ଭିଡିଓ ଦେଖିବା ପରେ।


Enter your email to get our daily news in your inbox.

All Right Reserved By Dharitri.Com

‘ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା’

ମସ୍କୋ/କିଭ୍‌,୧୬।୪: ପାଖାପାଖି ଦୁଇମାସ ପୂରିବାକୁ ଯାଉଛି ମସ୍କୋର ୟୁକ୍ରେନ୍‌ ଆକ୍ରମଣକୁ। ରୁଷୀୟ ସୈନ୍ୟଙ୍କ ଘନଘନ ରକେଟ୍‌ ମାଡ଼ରେ କିଭ୍‌ ସମେତ ଅନେକ ସହର ଶ୍ମଶାନ ପାଲଟିବାକୁ...

ପେଟର ଉପରି ଭାଗରେ ଦିଶୁଛି ହାର୍ଟ

ଆମେରିକାରେ ରହୁଥିବା ଭିରସାଭ୍ୟା ଗୋଞ୍ଚାରୋଭା ନାମକ ଏକ ଛୋଟ ଝିଅ ବିରଳ ସମସ୍ୟା ଦେଇ ଗତି କରୁଛନ୍ତି। ସେ ପାଣ୍ଟାଲୋଜି ଅଫ କଣ୍ଟ୍ରୋଲ ନାମକ ଏକ...

ସ୍ବାମୀଙ୍କଠାରୁ ଛାଡ଼ପତ୍ର କଥା ଶୁଣି ସ୍ତ୍ରୀ ନେଲେ ଚରମ ପଦକ୍ଷେପ, ଜାଣିଲେ…

ବ୍ରାସିଲିଆ,୧୨ା୬: ବ୍ରାଜିଲରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କହିବାରୁ ସ୍ତ୍ରୀ ରାଗି କି ଏମିତି...

ଆଇଏସ୍‌ଆଇଏସ୍‌ ମୁଖ୍ୟଙ୍କୁ ନିପାତ କଲା ଆମେରିକା

ଓ୍ବାଶିଂଟନ,୩।୨: ଇସ୍ଲାମିକ ଷ୍ଟେଟ୍‌ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟଆବୁ ଇବ୍ରାହିମ ଅଲ ହାଶିମି ଅଲ କୁରାଶଙ୍କୁ ଯୁଦ୍ଧ କ୍ଷେତ୍ରରୁ ହଟାଇ ଦେଇଛି ଆମେରିକୀୟ ସେନା। ଏ ନେଇ...

ମହାକାଶରେ ୨୦୪ ଦିନ ରହିବା ପରେ ପୃଥିବୀକୁ ଫେରିଲେ ୩ ମହାକାଶଚାରୀ

ଓ୍ବାଶିଂଟନ,୨୫।୬: ମହାକାଶରେ ୨୦୪ ଦିନ ରହିବା ପରେ ୩ ମହାକାଶଚାରୀ ମଙ୍ଗଳବାର ପୃଥିବୀକୁ ଫେରିଛନ୍ତି। ସକାଳ ୮ଟା ୪୭ରେ ସେମାନେ କାଜାକସ୍ଥାନର କାରାଗାଣ୍ଡାଠାରେ ପୃଥିବୀ ପୃଷ୍ଠରେ...

ବନ୍ଦ ହେଲା ଅମୃତସର-ଲାହୋର ବସ୍‌ ସେବା

ନୂଆଦିଲ୍ଲୀ/ଇସଲାମାବାଦ,୧୦।୮: ବିଚଳିତ ପାକିସ୍ତାନ ଏବେ ଭାରତକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଥମେ କୁଟନୈତିକ ସମ୍ପର୍କ, ପରେ ଟ୍ରେନ୍‌ ସେବା ବନ୍ଦ କରିଥିବା...

୨୦୨୦ ଶେଷ ସୁଦ୍ଧା ଆର୍ଥିକ ସମସ୍ୟା ଯୋଗୁ ୮ କୋଟି ୬୦ ଲକ୍ଷ ଶିଶୁଙ୍କୁ ମିଳିବନି ଖାଦ୍ୟ

ଜେନେଭା,୨୮।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆଗାମୀ ଦିନରେ ଖାଦ୍ୟ ସଙ୍କଟ ଦେଖାଯିବ। ଫଳରେ ୮ କୋଟି ୬୦ ଲକ୍ଷ ଶିଶୁ ଆର୍ଥିକ ସମସ୍ୟା ଯୋଗୁ...

ଇରାନରେ ରୁଟି ହେଲା ମହଙ୍ଗା, ଅଟା ଦାମରେ ୩୦୦ ପ୍ରତିଶତ ବୃଦ୍ଧି…

ତେହେରାନ୍‌, ୧୫।୫ : ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଇରାନର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶର ଦକ୍ଷିଣ-ପଶ୍ଚିମ ଦେଶରେ ପ୍ରଦର୍ଶନ...

Advertisement
Archives

Model This Week