ମୈଥାନ କର୍ମଚାରୀଙ୍କ ଧାରଣା: ୩୮ଘଣ୍ଟା ପରେ ନଜରବନ୍ଦୀରୁ ମୁକୁଳିଲେ ରୀତା ସିଂ

କଳିଙ୍ଗନଗର,୫ା୧୨(ଡି.ଏନ.ଏ.): କଳିଙ୍ଗନଗରସ୍ଥିତ ମୈଥାନ କାରଖାନା କର୍ମଚାରୀଙ୍କ ଦ୍ୱାରା ନଜରବନ୍ଦୀ ଥିବା ମେସ୍କୋ ଗ୍ରୁପର ଅଧ୍ୟକ୍ଷା ରୀତା ସିଂ ୩୮ ଘଣ୍ଟା ପରେ ମୁକୁଳିଛନ୍ତି । ବୁଧବାର ରାତି ୮ଟାରେ ଜିଲା ପ୍ରଶାସନ ଓ ପୋଲିସ ସହାୟତାରେ ଅଧ୍ୟକ୍ଷା ରୀତା ହିଲଭ୍ୟୁ ହୋଟେଲରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି। ଅପରପକ୍ଷରେ ଧାରଣାରତ ମୈଥାନ କର୍ମଚାରୀ, ଅଧ୍ୟକ୍ଷା ସିଂ ଓ ପୋଲିସ ତଥା ଜିଲା ପ୍ରଶାସନ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ବୈଠକ ବିଫଳ ହୋଇଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେଇଛି। କର୍ମଚାରୀଙ୍କ ସମସ୍ତ ଦରମା ପ୍ରଦାନ ଓ ଅନ୍ୟାନ୍ୟ ଦାବି ସଂକ୍ରାନ୍ତରେ ସହଯୋଗ ନ କରି ଜିଲା ପ୍ରଶାସନ ଓ ପୋଲିସ କମ୍ପାନୀ ସପକ୍ଷରେ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ପୋଲିସ ଜୋରଜବରଦସ୍ତ ଧାରଣାରତ କର୍ମଚାରୀଙ୍କୁ ଗେଷ୍ଟହାଉସର ମୁଖ୍ୟଫାଟକ ନିକଟରୁ ଉଠାଇ ନେବାପରେ ମେସ୍କୋ ଅଧ୍ୟକ୍ଷା ସିଂ ନଜରବନ୍ଦୀରୁ ମୁକୁଳିବାରେ ସଫଳ ହୋଇଥିଲେ। ତେବେ ଏହି ଘଟଣାକୁ କର୍ମଚାରୀମାନେ ସହଜରେ ଗ୍ରହଣ ନ କରି ଆଗାମୀ ଦିନରେ ମୈଥାନ କାରଖାନା ଚାଲୁ କିମ୍ବା ବକୈୟା ଦରମା ପ୍ରଦାନ ନ କଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଧାରଣାରତ କର୍ମଚାରୀଙ୍କ ସହିତ ବୁଧବାର ଧାରଣାରେ ବସିଥିଲେ। ଏପରି କି ଆନ୍ଦୋଳନ ବିଫଳ ହେବାର ସୂଚନା ପାଇ ମୈଥାନ ଇସ୍ପାତର ଜଣେ କର୍ମଚାରୀ ଦେବେନ୍ଦ୍ର କୁମାର ଜେନା ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ।
ସୂଚନାଯୋଗ୍ୟ ଯେ, ମେସ୍କୋ ଗ୍ରୁପର ମାଲିକାନାରେ ଥିବା ମୈଥାନ କାରଖାନାର ପ୍ରାୟ ୩୦୦ କର୍ମଚାରୀ ମଙ୍ଗଳବାର ସକାଳ ସାଢେ ୬ଟାରୁ ଅଧ୍ୟକ୍ଷା ରୀତା ସିଂଙ୍କୁ ହିଲଭ୍ୟୁ ହୋଟେଲରେ ଘେରାଓ କରିଥିଲେ। ମୈଥାନ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଦୀର୍ଘ ୧୧ମାସ ହେଲା ପାଉଣା ମିଳି ନ ଥିବାବେଳେ କାରଖାନାକୁ କୌଣସି କାରଣ ନ ଦର୍ଶାଇ ଗତ ୮ ମାସ ହେଲା ବନ୍ଦ କରି ଦିଆଯାଇଛି। ଏନେଇ ୨୨ା୧୦ା୨୦୧୯ ତାରିଖରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲା ଶ୍ରମ ଅଧିକାରୀ ସୁନୀଲ କୁମାର ସାହୁ, ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମିନା ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ କମ୍ପାନୀ ପକ୍ଷରୁ ୩୦ା୧୦ା୨୦୧୯ ତାରିଖ ସୁଦ୍ଧା କର୍ମଚାରୀଙ୍କ ବକେୟା ଦରମା ସହିତ କାରଖାନା ଚାଲୁ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ କାରଖାନା କର୍ତ୍ତୃପକ୍ଷ କାରଖାନା ଚାଲୁ କରିବା ଦୂରର କଥା ଶ୍ରମିକଙ୍କ ବକେୟା ପାଉଣା ବି ଦେଇନାହାନ୍ତି। ଏହିକ୍ରମରେ ମଙ୍ଗଳବାର ମେସ୍କୋ ଗ୍ରୁପର ଅଧ୍ୟକ୍ଷା ସିଂ କଳିଙ୍ଗନଗର ଆସି ହୋଟେଲ ହିଲଭିୟୁରେ ରହିଥିବା ଜାଣି ସମସ୍ତ କର୍ମଚାରୀ ଏକାଠି ହୋଇ ହୋଟେଲ ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ। ବୁଧବାର ଅପରାହ୍ନ ୨ଟାରେ ସେହି ହୋଟେଲ ପରିସରରେ ଅଧ୍ୟକ୍ଷା ସିଂଙ୍କ ସହିତ ଜିଲା ପ୍ରଶାସନ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଏସ୍‌ପି ଚରଣସିଂ ମୀନା, ବିଧାୟକ ପ୍ରୀତିରଞ୍ଜନ ଘଡେଇ, ମୈଥାନ କର୍ମଚାରୀ ସଂଘର ସମ୍ପାଦକ ବିଜୟ କୁମାର ଦଳେଇଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କର୍ମଚାରୀଙ୍କ ପକ୍ଷରୁ ଅତିକମ୍‌ରେ ମାସକର ଦରମା ଓ କାରଖାନା ଚାଲୁ କରିବାକୁ ବୈଠକରେ ଦାବି ହୋଇଥିଲା। କିନ୍ତୁ ଏହି ପ୍ରସ୍ତାବକୁ ଅଧ୍ୟକ୍ଷା ରୀତା ସିଂ ଗ୍ରହଣ କରି ନ ଥିଲେ। ଏହାପରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେଇଥିଲା। ଏ ସଂକ୍ରାନ୍ତରେ ଅଧ୍ୟକ୍ଷା ସିଂ କହିଛନ୍ତି, ତାଙ୍କୁ ହୋଟେଲ ମଧ୍ୟରେ ନଜରବନ୍ଦୀ କରି ରଖିବା ଉଚିତ ନୁହେଁ। ମୈଥାନ ଇସ୍ପାତ କାରଖାନାର ଅଧ୍ୟକ୍ଷା ସେ ନୁହନ୍ତି। ତାଙ୍କ ଝିଅ ସିପ୍ରା ସିଂ ରାଣା ଏହି କାରଖାନାର ଅଧ୍ୟକ୍ଷା। ତେଣୁ ଆଇନ ଅନୁଯାୟୀ ନିଷ୍ପତ୍ତି ନେବାର କ୍ଷମତା ତାଙ୍କର ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri