ମେ’ ୧୫ ଯାଏ ବଢ଼ିଲା ସ୍ବାସ୍ଥ୍ୟ ଓ ମୋଟରଯାନ (ତୃତୀୟପକ୍ଷ) ବୀମା ଅବଧି: ପୂର୍ବଭଳି ପାଇପାରିବେ ସମସ୍ତ ସୁବିଧା

ଭୁବନେଶ୍ୱର,୧୬।୪(ବ୍ୟୁରୋ)- ସମଗ୍ର ଦେଶରେ କରୋନା (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଘରୋଇ ସଂସ୍ଥା, ଯାନବାହନ ସମ୍ପୂର୍ଣ୍ଣ ଚଳାଚଳ ବନ୍ଦ ରହିଛି। ଫଳରେ ଲୋକମାନେ ନିଜ ଘରେ ରହିଛନ୍ତି। ସ୍ବାସ୍ଥ୍ୟ ଓ ମୋଟରଯାନ ବୀମା ଅବଧି ସରିଥିଲେ ମଧ୍ୟ ତାହାକୁ ନବୀକରଣ ନେଇ ସମସ୍ୟା ଦେଖାଦେଇଛି। ଏହି ଲକ୍‌ଡାଉନ୍‌ ସମୟରେ ଲୋକମାନେ ନିଜର ବୀମା ନବୀକରଣ କରିବା ସମ୍ଭବ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଓ ମୋଟରଯାନ(ତୃତୀୟ ପକ୍ଷ) ବୀମା ପଲିସିର ନବୀକରଣ ତାରିଖକୁ କେନ୍ଦ୍ର ସରକାର ଆସନ୍ତା ମେ ୧୫ତାରିଖ ଯାଏ ଘୁଞ୍ଚାଇ ନେଇଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଏଥିରେ କୁହାଯାଇଛି ଯେ, କୋଭିଡ-୧୯ ଲକଡାଉନ ଜାରି ରହିଥିବାରୁ ଏଭଳି କଠିନ ସମୟରେ ବୀମାକାରୀମାନେ ସେମାନଙ୍କର ବୀମାକୁ ନବୀକରଣ କରିବା ସମ୍ଭବ ହେଉନାହିଁ । ଯଦି କୌଣସି ବୀମାଧାରୀଙ୍କ ପଲିସି ୨୦୨୦ ମାର୍ଚ୍ଚ ୨୫ରୁ ମେ ୩ ତାରିଖ ମଧ୍ୟରେ ନବୀକରଣ ଅବଧି ଶେଷ ହୋଇଥିବ । ସେମାନେ ମେ ୧୫ତାରିଖ ମଧ୍ୟରେ ନିଜର ଦେୟ ଜମା କରିପାରିବେ । ଏହି ସମୟରେ ବୀମା ଅବଧି ଶେଷ ହୋଇଥିଲେ ମଧ୍ୟ ପୂର୍ବଭଳି ବୀମା ବଳବତ୍ତର ରହିବ । ଯଦି ଏହି ସମୟରେ କୌଣସି ବୀମାଧାରୀ ବୀମା ପାଇବା ପାଇଁ ଆବେଦନ କରିବେ ତେବେ ଏହାକୁ ବୈଧ ଧରାଯିବ। ସମ୍ପୃକ୍ତ ବ୍ୟକ୍ତି ମେ ୧୫ତାରିଖ ଯାଏ ନିଜର ବୀମାର ସମସ୍ତ ସୁବିଧା ପାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?