ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି

ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ଥର ୫ଟି ମାର୍କେଟ୍‌ ୟାର୍ଡ, ୫୪ଟି ପ୍ୟାକ୍ସ ଓ ୨୬ଟି ମହିଳା ଏସ୍‌ଏଚ୍‌ଜି ଜରିଆରେ ଯୋଗାଣ ନିଗମ ଧାନ ସଂଗ୍ରହ କରିବ। କଷ୍ଟମ ମିଲିଂ ମାଧ୍ୟମରେ ସୁବର୍ଣ୍ଣପୁର ଜିଲାର ୪୧ଟି ମିଲର୍ସ ସାମିଲ ହେବେ। ଆବଶ୍ୟକ ହେଲେ ଅନ୍ୟ ଜିଲାର ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶୀଘ୍ର ମୌସୁମୀ ଆଗମନ ଓ ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଜୁନ୍‌ ୧୫ ତାରିଖ ସୁଦ୍ଧା ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରିବାକୁ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁତ୍ୱାରୋପ କରିଥିଲେ। ଧାନ ସଂଗ୍ରହ କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ପ୍ୟାକ୍ସଗୁଡିକ ସମ୍ପ୍ରସାରଣ କେନ୍ଦ୍ର(ମଣ୍ଡି) ଜରିଆରେ ଧାନ ସଂଗ୍ରହ କରିବାକୁ ଚାଷୀ ପ୍ରତିନିଧି ସଜ୍ଜନ ପଣ୍ଡା ଦାବି ଜଣାଇଥିଲେ। ତେବେ ଭଲ ଅମଳ ହେବାର ସମ୍ଭାବନା ଥିବା ବେଳେ ଏକର ପ୍ରତି କେତେ ପରିମାଣରେ ଧାନ ସଂଗ୍ରହ ହେବ, ତାହା ବୈଠକରେ ଚୁଡାନ୍ତ ହୋଇପାରି ନ ଥିଲା। ଗତଥର ଏକର ପ୍ରତି ୨୬ କୁଇଣ୍ଟାଲ ନିର୍ଦ୍ଧାରିତ ହୋଇଥିଲା । ଏହି ପରିମାଣ ଏଥର ବୃଦ୍ଧି କରିବାକୁ ମତପ୍ରକାଶ ପାଇଥିଲା। ଜିଲାର ମିଲର୍ସ ମାନେ ଗତ ଖରିଫ ଧାନ ସଂଗ୍ରହର ମାତ୍ର ୬୨% କଷ୍ଟମ ମିଲିଂ ଚାଉଳ ସରକାରଙ୍କୁ ଦେଇଛନ୍ତି। ଏଫସିଆଇ ଓ ଆରଆରସି ଗୋଦାମ ଖାଲିଥିଲେ ମଧ୍ୟ ଚାଉଳ ସଂଗ୍ରହ ହେଉ ନଥିବାରୁ ସମସ୍ୟା ହେଉଛି। ବୀରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ ମିଲର୍ସଙ୍କ ଚାଉଳ କିଭଳି ଏଫସିଆଇ ଓ ଆରଆରସି ନେବ ସେ ଦିଗରେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସମୟ ଅବଧି ବୃଦ୍ଧି କରିବା ଓ କଟ୍‌ନି ଛଟ୍‌ନି ରୋକିବା ଦିଗରେ ପଦକ୍ଷେପ ନେବାକୁ ଏମ୍‌ପି ପରାମର୍ଶ ଦେଇଥିଲେ । କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡିରେ ଚାଷୀ, ଏସଏଚଜିର ମହିଳା ଓ ପ୍ୟାକ୍ସ କର୍ମଚାରୀମାନେ ସାମାଜିକ ଦୂରତା ଅବଲମ୍ବନ ସହିତ ମାସ୍କ, ରୁମାଲ, ଗାମୁଛାରେ ମୁହଁକୁ ଘୋଡାଇ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜିଲାର ୩୫ହଜାର ୯୭୭ହେକ୍ଟର ଜମିରେ ଧାନ ଚାଷ ହୋଇଛି। ୨୨ହଜାର ୭୩୨ଚାଷୀଙ୍କ ପଞ୍ଜୀକରଣ ନବୀକରଣ ହୋଇଛି। ୬ହଜାର ୬ଜଣ ଚାଷୀ ନୂତନ ଭାବେ ପଞ୍ଜୀକରଣ କରିଥିବା ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୬୬ହଜାର ୯୧୧ ମେଟ୍ରିକ ଟନ ଧାନକ୍ରୟ ପାଇଁ ରାଜ୍ୟ ସରକାର ଟାର୍ଗେଟ୍‌ ଦେଇଛନ୍ତି। ଧାନକ୍ରୟର ୭ଦିନ ପୂର୍ବରୁ ଚାଷୀଙ୍କୁ ଅନଲାଇନରେ ଟୋକନ ଇସ୍ୟୁ କରାଯିବ। ଏହି ଟୋକନ ଯେପରି କ୍ୟାନସେଲ ନ ହୁଏ ଚାଷୀ ଓ ମିଲର୍ସ ଯତ୍ନବାନ ହେବାକୁ ଜିଲାପାଳ ତଥା କମିଟି ଅଧ୍ୟକ୍ଷ ମୋନିଷା ବାନାର୍ଜୀ ପରାମର୍ଶ ଦେଇଥିଲେ। ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ସୋନପୁର ଉପଜିଲାପାଳ ବଳରାମ ମଲ୍ଳିକ, ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ଜେନା, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଆସ୍ତେରିଆ କେର୍କେଟା, ଡୁଙ୍ଗୁରିପାଲି ଆରଏମସି ସମ୍ପାଦକ ଉଦିତ କୁମାର ବାବୁ, ବୀରମହାରାଜପୁର ସମ୍ପାଦକ କିଶୋର ନାଏକ ଏବଂ ମିଲର୍ସ ପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri