ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ

ପୁରୀ ଅଫିସ/କୋଣାର୍କ(ଡି.ଏନ୍‌.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରାଯିବା ଲକ୍ଷ୍ୟ ନେଇ ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ପରିକଳ୍ପନା କରାଯାଇଛି। କୋଣାର୍କ-ପୁରୀ ମେରାଇନ ଡ୍ରାଇଭ୍‌ରେ ମାସେ ବ୍ୟାପୀ ପର୍ଯ୍ୟଟକମାନେ ବେଳାଭୂମି ପର୍ଯ୍ୟଟନର ମଜା ନେଇପାରିବେ। ଏଥିପାଇଁ ଜୋର୍‌ଦାର କାମ ଚାଲିଥିବାବେଳେ ବୁଧବାର ହୋଟେଲ ହଲିଡେ ରିସର୍ଟ ପରିସରରେ ହୋଟେଲିୟର, ଟୁର୍‌ ଅପରେଟର, ଟ୍ରାଭେଲ ଏଜେନ୍ସି ଓ ସମ୍ପୃକ୍ତ ଅଂଶୀଦାରଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୈଠକ କରିଛନ୍ତି। ପ୍ରଥମକରି ରାଜ୍ୟରେ ଏଭଳି ଏକ ପ୍ରକଳ୍ପ ହାତକୁ ନିଆଯାଇଥିବାରୁ ଏହାର ସଫଳତା ପାଇଁ ସମସ୍ତେ ସହଯୋଗ କରିବାକୁ ମନ୍ତ୍ରୀ ପାଣିଗ୍ରାହୀ ଆହ୍ବାନ ଦେଇଛନ୍ତି।
ଗୁଜରାଟର କଚ୍ଛରେ ହେଉଥିବା ରାନ୍‌ ଉତ୍ସବ ଭଳି କୋଣାର୍କରେ ଏହି ଉତ୍ସବ ଡିସେମ୍ବର ୧୪ରୁ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟକଙ୍କ ପାଇଁ ୫୦ଟି କଟେଜ ତିଆରି ଚାଲିଛି। ଏଥିରେ ୩୪ ଡିଲକ୍ସ, ୧୨ ପ୍ରିମିୟମ, ୨ ରୟାଲ ଏବଂ ଅନ୍ୟ ୨ ଭିଲ୍ଲା କଟେଜ ରହିଛି। ୯୦୦୦ ଟଙ୍କାରୁ ଆରମ୍ଭ କରି ୨୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୁକିଂ ଦେୟ ରହିଛି। ପର୍ଯ୍ୟଟକମାନେ ବୁକିଂ କରି ମାସେ ପର୍ଯ୍ୟନ୍ତ ଏହି ଟେଣ୍ଟରେ ରାତ୍ରିଯାପନ କରି ବେଳାଭୂମି ପର୍ଯ୍ୟଟନକୁ ମନଭରି ଉପଭୋଗ କରିପାରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶା କଳାସଂସ୍କୃତି ଓ ପରମ୍ପରାର ଗାଥା, ଖାଦ୍ୟଷ୍ଟଲ, ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ, ଜଳକ୍ରୀଡ଼ା, ଆଡଭେଞ୍ଚର୍ସ ସ୍ପୋଟର୍‌ସ, ବୋଟିଂ ଭଳି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହେବ। ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ସାଙ୍ଗକୁ ପରିବେଶ କିପରି ପ୍ରଦୂଷିତ ନ ହେବ ତାହା ଉପରେ ମୁଖ୍ୟତଃ ଫୋକସ ରହିବ। ଏ ସମ୍ପର୍କରେ ସୂଚନା ଦେଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ପର୍ଯ୍ୟଟନର ବିକାଶ ପାଇଁ ପୁରୀ ଜିଲାର ଅସ୍ତରଙ୍ଗଠାରୁ ସାତପଡ଼ା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସୁଯୋଗ ରହିଛି। କୋଣାର୍କରେ ପର୍ଯ୍ୟଟକଙ୍କ ରହଣି ପାଇଁ ସେମିତି କିଛି ସୁବିଧା ନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରଥମଥର ଲାଗି ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ଆୟୋଜନ କରାଯାଉଛି। ଏହା ନିଶ୍ଚିତ ସଫଳ ହେବ ବୋଲି ଆଶା ରଖିଛୁ। ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ପ୍ରକଳ୍ପର ରୂପରେଖ ସମ୍ପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ଉତ୍ସବ ସରିବା ପରେ ତର୍ଜମା କରାଯିବ ବୋଲି କହିଥିଲେ। ଓଟିଡିସି ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସୋଏ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ କୋଣାର୍କକୁ ଆସି ସନ୍ଧ୍ୟାରେ ଫେରିଯାଉଥିବା ପର୍ଯ୍ୟଟକଙ୍କ ଲାଗି ଡିସେମ୍ବର ୧୪ରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚନ୍ଦ୍ରଭାଗାର ୯ଟି ସ୍ଥାନରେ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି କୋଣାର୍କଠାରେ ମଧ୍ୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ଏସ୍‌ପି ଉମାଶଙ୍କର ମିଶ୍ର ଉପସ୍ଥିତ ଥିଲେ।

ନଷ୍ଟ କରାଯିବନି ବାଲୁକା ସ୍ତୂପ
ପ୍ରକଳ୍ପ ହେବାକୁ ଥିବା ସ୍ଥାନରେ ବ୍ୟାପକ ବାଲୁକା ସ୍ତୂପ ରହିଛି। ଏହା ପ୍ରାକୃତିକ ସୌନ୍ଦର୍ଯ୍ୟ ବଢ଼ାଇବା ସହ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଛି। ଏହା ବାତ୍ୟା ଓ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ରୋକିଥାଏ। ଏହାର ସୁରକ୍ଷା ଏବଂ ପ୍ରଦୂଷଣ ଯେପରି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଳ ମହୋତ୍ସବ: ବିମାନରେ ବୁଲିଲେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ବଲାଙ୍ଗୀର ଅଫିସ, ୮।୩: ବଲାଙ୍ଗୀର ପୌରାଞ୍ଚଳ ଯାଦବ ସମାଜ ପକ୍ଷରୁ ୨୭ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଛି। ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ ଭବନଠାରୁ...

ଭାଙ୍ଗିଗଲାଣି ତନଖି ଫାଟକ ଗୃହ

ଛେଣ୍ଡିପଦା,୧୯।୯(ସ୍ବ.ପ୍ର.) – କାଠ ମାଫିଆଙ୍କ ଉପରେ ରୋକ ଲଗାଇବାକୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ବନାଞ୍ଚଳର ଉଗୀ-ଅନ୍ତୁଳିଆ ରାସ୍ତାରେ ଥିବା ତନଖି ଫାଟକ କାମରେ...

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ ଅଫିସ,୧୬।୧୨: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସୋମବାର ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପଯର୍‌ୟନ୍ତ ପ୍ରତ୍ୟହ...

ସ୍ମାର୍ଟ ବିଦ୍ୟାଳୟରେ ବି ଅବ୍ୟବସ୍ଥା

ନୂଆଗାଁ,୨୮।୧୧(ଡି.ଏନ୍‌.ଏ.): ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହିତ ସ୍କୁଲ ଢାଞ୍ଚାର ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଥିବା ପୁରାତନ ସ୍କୁଲକୁ...

ଦ୍ୱିତୀୟ ଦିନ ବି ଉପବାସରେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୩ା୧(ଡି.ଏନ୍‌.ଏ.):ନବବର୍ଷ ୨୦୨୩ ତଥା ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଚାଲିଥିବାବେଳେ ଜଣେ ଭକ୍ତ ଭୋଗ ମଣ୍ଡପରେ ପଶିଯିବାରୁ ଭୋଗ ମାରା ହୋଇଥିଲା। ଫଳରେ ସେବାୟତମାନେ...

‘ଅନୁଗୋଳ ବନସାଥୀ’ ଆପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୮ା୬: ଚଲାପଥ ଛାଡ଼ି ହାତୀ ଜନବସତି ଆଡ଼େ ଯାଉଥିଲେ ଏବେ ଆଗୁଆ ସତର୍କ କରିହେବ ଲୋକଙ୍କୁ। ଏହାଦ୍ୱାରା ହାତୀ ସହ ମଣିଷର ମୁହାଁ ମୁହିଁ...

ପରିଣତ ବୟସରେ ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୨୨।୭- ନାଁ ତାଙ୍କର କୁଲରନ୍‌ ନାୟକ। ବରଗଡ଼ ଜିଲା ବରପାଲି ଏନଏସି ଅଧିନ ୱାର୍ଡ଼ ନଂ-୩ରେ ସେ ବର୍ତ୍ତମାନ ରହୁଛନ୍ତି । ପରିଣତ ବୟସରେ...

୮ ବଛର ହେଲା ଖଟେ ପଡ଼ିଛନ୍‌ ପନୌ: ଦାଉ ସାଧୁଛେ ଅଜନା ରୋଗ୍‌

ପାଇକମାଳ, ୨୬।୫ ( ଡି.ଏନ୍‌.ଏ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମୁନିକେଲା ଗାଁର ପନୌ ବରିହା(୫୦)। ସେ ଗଲା ୮ ବଛର ହେଲା କେହେନ୍‌ସି...

Advertisement
Archives

Model This Week