ମେଣ୍ଢରାଜପୁର ବସ୍‌ ଦୁର୍ଘଟଣା ମାମଲା: ଓଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

କଟକ ଅଫିସ, ୧୧ା୨- ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଠାରେ ଗତ ରବିବାର ବସ୍‌ ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଥିଲେ। ଏହି ଘଟଣାର ଉପଯୁକ୍ତ ତଦନ୍ତ ଓ ମୃତାହତଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ରେ ଏକ ପିଟିଶନ୍‌ ଦାଖଲ କରିଥିଲେ । ପରେ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ଓଏଚ୍‌ଆର୍‌ସି। ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ ବି.ପି. ଦାସ ଏବଂ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତ୍ୟେକ ଆହତଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ଏକ ସପ୍ତାହ ମଧ୍ୟରେ ପ୍ରଦାନ ସହ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମେଡ଼ିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ(ଡିଏମ୍‌ଇଟି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରବିବାର ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଡଗରା ବେଳାଭୂମିକୁ ଯାଉଥିବା ଏକ ବସ୍‌ ମଧ୍ୟ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ହେଲେ ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡଧରଣର ଅଘଟଣ ଘଟି ନ ଥିଲା। ଉଭୟ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ସାଉଥ୍‌କୋ ଏବଂ ନେସ୍କୋ କର୍ତ୍ତୃପକ୍ଷ, ରାଜ୍ୟ ଶକ୍ତି ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ସଚିବଙ୍କୁ ଓଏଚ୍‌ଆର୍‌ସି ରିପୋର୍ଟ ତଲବ କରିଛନ୍ତି। ମାନବାଧିକାର କର୍ମୀ ଦାସଙ୍କ ପିଟିଶନ୍‌କୁ ବିଚାରକୁ ନେଇ ମଙ୍ଗଳବାର ଓଏଚ୍‌ଆର୍‌ସିଙ୍କ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ଓ ଆହତ ଯାତ୍ରୀଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥାକୁ ଓଏଚ୍‌ଆର୍‌ସି ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଲୁଟୁଛନ୍ତି ଖୁଚୁରା ବ୍ୟବସାୟୀ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବଢ଼ିଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର...

ଅର୍ଡର ବାତିଲ ହେଲେ ଖୁସି ବାଣ୍ଟୁଛନ୍ତି ଡେଲିଭରି ବୟ ସଞ୍ଜୀବ

କଟକ ଅଫିସ,୨୯ା୫:କଟକର ଜଣେ ସ୍ବିଗି ଡେଲିଭରି ବୟଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି। ଜଣେ ଅସହାୟ ବୃଦ୍ଧଙ୍କୁ ସେ ଏକ...

ବିଏମ୍‌ସିର ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ବିଏମ୍‌ସି ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ...

ସୁରଟ୍‌ରେ କୃଷ୍ଣପ୍ରସାଦ ବ୍ଲକର ୭ଜଣ ଶ୍ରମିକ ଅଟକ

କୃଷ୍ଣପ୍ରସାଦ,୧ା୪(ଡି.ଏନ୍‌.ଏ)-କରୋନା ମୁକାବିଲା ପାଇଁ ସରକାର ସାରା ଦେଶକୁ ୨୧ଦିନିଆ ଲକଡାଉନ କରିଛନ୍ତି। ଏହା ଯୋଗୁ ବିଭିନ୍ନ ଦେଶ, ରାଜ୍ୟ ବାହାରେ କାର୍ଯ୍ୟ କରୁତ୍ଥିବା ଅନେକ ଲୋକ...

କରୋନା ପାଇଁ ଘୁଞ୍ଚିଲା: ଏପ୍ରିଲ ୨୫ରେ ବାର୍‌ ଆସୋସିଏଶନ ନିର୍ବାଚନ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ପାଇଁ ସମସ୍ତ ବାର୍‌ ଆସୋସିଏଶନ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ମାାର୍ଚ୍ଚ ୨୮ ତାରିଖରେ ନିର୍ବାଚନ ହେବାର ରହିଥିଲା। ମାତ୍ର ଏବେ...

‘କାର୍ତ୍ତିକ ଶେଷ ଯାଏ ଦର୍ଶନ ବନ୍ଦ ରହୁ’

ପୁରୀ ଅଫିସ,୧୩।୧୦: କରୋନା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ମାତ୍ର ରାଜ୍ୟର ବିଭିନ୍ନ ଧାର୍ମିିକସ୍ଥଳୀ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବସାଧାରଣଙ୍କ ଦର୍ଶନ...

କ୍ୱାରାଣ୍ଟାଇନ ସେଣ୍ଟରରୁ ସୁରଟ ଫେରନ୍ତାଙ୍କ ୩୦ ହଜାର ଚୋରି: ଛତ୍ରପୁର ପୋଲିସର ତଦନ୍ତ ଆରମ୍ଭ

ଛତ୍ରପୁର, ୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଭିକାରୀପଲି ଶ୍ରୀହରିହରେଶ୍ୱର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଗୁରୁବାର ରାତିରେ ଜଣେ ଅନ୍ତେବାସୀଙ୍କ ବ୍ୟାଗ...

ଔଷଧ ଡିପୋ, ହସ୍ପିଟାଲରେ ଚଢ଼ାଉ

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ, ୨୧।୪: କୋଭିଡ ମହାମାରୀ ସମୟରେ ଔଷଧ ଓ ଚିକିତ୍ସା ଉପକରଣ ବେଆଇନ ଭାବେ ଗଚ୍ଛିତ ଓ କଳାବଜାର ରୋକିବା ନେଇ ଗଠିତ...

Advertisement


Archives

Model This Week