ମେଡିକାଲରେ ଥଣ୍ଡା ରୋଗୀଙ୍କ ଲମ୍ବାଧାଡ଼ି

ଏରସମା, ୧୯।୩ (ସ୍ବ.ପ୍ର.): ଥଣ୍ଡା, କାଶ, ଜ୍ୱର କରୋନା ସଂକ୍ରମଣର ଲକ୍ଷଣ। ଏ ନେଇ ପ୍ରଚାରିତ ହେବା ପରେ ଏରସମା ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଥଣ୍ଡା, ଜ୍ୱର ବା କାଶ ହେଉଥିବା ରୋଗୀମାନେ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଲମ୍ବା ଧାଡ଼ି ବାନ୍ଧିଥିବା ଦେଖିବାକୁ ମିଳିଛି। ସୋମବାର ସୁଦ୍ଧା ୨୦୮ ଜଣ ରୋଗୀ ମେଡିକାଲରେ ନାମ ପଞ୍ଜୀକୃତ କରାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୩ଶହ ଟପିଯାଇଛି। ଏ ସମ୍ପର୍କରେ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଅମିୟ ସ୍ବାଇଁଙ୍କୁ ପଚାରିବାରୁ ଥଣ୍ଡାରୋଗୀଙ୍କର ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନେ କିଭଳି ସତର୍କତା ଅବଲମ୍ବନ କରିବା ଦରକାର, ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏଥିସହିତ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ମଧ୍ୟ ଖୋଲାଯାଇଛି। ବିଶେଷକରି ସାବୁନରେ ହାତ ଧୋଇବାର ଠିକ୍‌ ଉପାୟ ଓ ଭୟ ଦୂରୀକରଣ ପାଇଁ ପରାମର୍ଶ ଦିଆଯାଉଛି। ଏଥିସହିତ ଭ୍ରାମ୍ୟମାଣ ଚିକିତ୍ସକ ଦଳ ଓ ସ୍ବାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ୧୬ଟି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଜନ ସଚେତନତା ସୃଷ୍ଟି କରାଯାଉଛି। ଯଦି ସେପରି କେହି ଗୁରୁତର ଚିହ୍ନଟ ହୁଅନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ବିଶୋଧନ ପ୍ରକୋଷ୍ଠ ଖୋଲାଯାଇଛି ବୋଲି ଡା. ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଭବଙ୍କ ବିରୋଧରେ ଏତଲା ଦେବା ପରେ ବି ନିଆଯାଉନାହିଁ କାର୍ଯ୍ୟାନୁଷ୍ଠାନ: ମହିଳାଙ୍କ ଥାନା ସମ୍ମୁଖରେ ଧାରଣା

କଟକ ଅଫିସ,୧୪।୭: ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା...

ପୋଲିସ-ଜେଟିପି ମିଳିମିଶି ଜଗିବେ

ପୁରୀ ଅଫିସ,୮।୪: ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା ପରେ ପ୍ରଶାସନ ଚେତିଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ଗୁରୁବାର ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ...

ଭଦ୍ରକରେ ୨୩୩ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୩୦।୬: ଭଦ୍ରକ ଜିଲାରେ ମଙ୍ଗଳବାର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୨୩୩ ଛୁଇଁଛି।...

ଏନ୍‌ଜେନ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ: ଉପଭୋକ୍ତାଙ୍କ ଉପରେ ବଢ଼ୁଛି ବିଦ୍ୟୁତ୍‌ ବୋଝ

ତାଳଚେର, ୨୬ା୬ – କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଓ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକୁ ନେଇ ତାଳଚେର ବିଦ୍ୟୁତ୍‌ ସେବାରେ ସୃଷ୍ଟି ହୋଇଛି...

ପରଲୋକରେ ବିଶିଷ୍ଟ କଳାକାର

ଖଇରା, ୧୫ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ନନ୍ଦୁର ଗ୍ରାମର ଭଗବାନ ନାୟକ(୮୭)ଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି। ଗାଁରେ ବିଭିନ୍ନ ଯୁବକ ସଂଘ ତରଫରୁ...

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ

ପଦ୍ମପୁର,୨୭ା୨: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ପାଜିଲିବନ୍ଧ ଗାଁ...

୭ ହଜାରରୁ ଊର୍ଦ୍ଧ୍ୱ କାରିଗରଙ୍କ ରୋଜଗାର ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧ା୮: ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବି ଯାଇଛି। ଗତ ୩ ଦଶନ୍ଧି...

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା

ପୁରୀ ଅଫିସ,୧୫।୨: ଜଣେ ଯାତ୍ରୀ ସହାୟକ ଏବଂ ସୁଆର ସେବାୟତଙ୍କ ମଧ୍ୟରେ ମାଡପିଟ୍‌ ଯୋଗୁ ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ରକ୍ତଛିଟା ପଡ଼ିଛି। ଆହତ ଯାତ୍ରୀ ସହାୟକ ଦାମୋଦର...

Advertisement
Archives

Model This Week