ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବାକୁ ପ୍ରୟାସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଚଳିତ ବର୍ଷ ଶେଷଭାଗରେ ମେକ୍‌ ଇନ୍‌ ଓଡ଼ିଶା-୨୦୨୦ କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ହୋଇଥିଲା। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି କନ୍‌କ୍ଲେଭ ଯେପରି ଅଧିକ ଫଳପ୍ରଦ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ଅସିତ ତ୍ରିପାଠୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୩୦ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି କନ୍‌କ୍ଲେଭ ୫ ଦିନ ଧରି ଚାଲିବ। ଏହି କନ୍‌କ୍ଲେଭରେ ୧୬ଟି ବୃହତ ଦିଗକୁ ଗୁରୁତ୍ୱ ଦିଆଯାଇଛି। ଏଗୁଡ଼ିକ ହେଉଛି- ନଗର ଉନ୍ନୟନ, ଆଇଟି, ଆପେରେଲ ଏବଂ ଟେକ୍ସଟାଇଲ, ଡାଉନଷ୍ଟ୍ରିମ୍‌, ଆଗ୍ରୋ ଓ ଫୁଡ୍‌ ପ୍ରୋସେସିଙ୍ଗ୍‌, ପର୍ଯ୍ୟଟନ, ଟ୍ରାଭେଲ ଟ୍ରେଡ୍‌ , ମାଇନିଂ ଆଣ୍ଡ ମିନେରାଲ୍ସ, ମେଟାଲ ପ୍ରଡକ୍ସନ, ରସାୟନ, ପେଟ୍ରୋକେମିକାଲ୍ସ ଓ ପ୍ଲାଷ୍ଟିକ, ଭିତ୍ତିଭୂମି ଆଦି ରହିଛି। ଏଥିରେ ରାଷ୍ଟ୍ରଦୂତମାନଙ୍କ ସମ୍ମିଳନୀ, ସ୍କିଲ୍‌ ଫେଷ୍ଟ, ସିଇଓ ରାଉଣ୍ଡ ଟେବଲ ଇତ୍ୟାଦି କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ୩ ଛାତ୍ର ନିଖୋଜ

କଟକ ଅଫିସ,୨୫।୧୧: ମହାନଦୀକୁ ଗୁରୁବାର ଗାଧୋଇବାକୁ ଯାଇ ୪ ଛାତ୍ର ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ୩ ଜଣ...

ବସ୍‌ ଟିକସ ଛାଡ଼ ନେଇ ବିଚାର ଚାଲିଛି: ମନ୍ତ୍ରୀ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନରୁ ଦୀର୍ଘ ୧୬ ମାସ ହେବ ଗାଡିମଟର ଚଳାଚଳ ବନ୍ଦ ହୋଇ ରହିଛି। ଫଳରେ ବସ୍‌ ମାଲିକମାନେ ସର୍ବାଧିକ କ୍ଷତି ସହିଛନ୍ତି।...

ଇସ୍ପାତ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୂର୍ବ ଭାରତରେ ଅଧିକ ଇସ୍ପାତ ଉତ୍ପାଦନ ହେଉଥିବା କାରଣରୁ ଏହି ଅଞ୍ଚଳକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଭାରତର ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଇସ୍ପାତ...

ଘର ମରାମତି ଲାଗି ଓଡ଼ିଶାର ୩୦ ଲକ୍ଷ ପରିବାରକୁ ମିଳିବ ସହାୟତା

ଭୁବନେଶ୍ବର, ୨୧।୧୨(ବ୍ୟୁରୋ): ଘର ମରାମତି ନେଇ ସହାୟତା ଦେବେ ରାଜ୍ୟ ସରକାର। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି...

ରାଜ୍ୟର ୨୩ ଜିଲାକୁ ଡେଇଁଲାଣି କରୋନା, ଜାଣନ୍ତୁ କେଉଁ ଜିଲାରେ କେତେ ଆକ୍ରାନ୍ତ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨୩ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। ରବିବାର...

ରାଜ୍ୟରେ ଆଜି ୨୨୮୨ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧା-କଟକରୁ ସର୍ବାଧିକ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧୫ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୯୬୭...

ହରଭଙ୍ଗା ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ବୌଦ୍ଧ/କଟକ,୨୫ା୮(ଅଜିତ କୁମାର ବାରିକ/କାର୍ତ୍ତିକ ସାହୁ): ବୌଦ୍ଧ ଜିଲା ହରଭଙ୍ଗା ଥାନା ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶୁକ୍ରବାର ନିଲମ୍ବନ କରିଛନ୍ତି। ପୋଲିସ...

ବିପଦରେ ଛୁଆ ହାତୀ

ଢେଙ୍କାନାଳ ଅଫିସ/ ଭାପୁର(ଡି.ଏନ୍‌.ଏ.) ୧।୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସିଧାସଳଖ ପ୍ରଭାବ ଢେଙ୍କାନାଳର ବନ୍ୟଜୀବନ ଉପରେ ପଡ଼ିଲାଣି। ଜଙ୍ଗଲରେ ଖାଦ୍ୟ ଓ ପାଣି ଅଭାବ ହାତୀ ଭଳି...

Advertisement
Archives

Model This Week