‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ ଭୁଆଁ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ଢାଞ୍ଚାରେ ଓଡ଼ିଶାରେ ନିର୍ମାଣ ହେବ ଏକ ବୃହତ୍‌ ଫିଲ୍ମ ସିଟି। ଫିଲ୍ମ ସିଟିରେ ଏକାଧିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ସହ ବଡ ବଡ ଲକ୍ଜୁରୀ ତଥା ତାରକା ହୋଟେଲ, ମଲ୍ଟି କୁଇଜିନ୍‌ ରେଷ୍ଟୁରାଣ୍ଟ, ବିଭିନ୍ନ ପ୍ରକାର ପ୍ରାକୃତିକ ଓ କୃତ୍ରିମ ପରିବେଶର ମନଲୋଭା ଦୃଶ୍ୟର ମଜା ନେଇପାରିବେ ଦର୍ଶକ। କେବଳ ଏତିକି ନୁହେଁ, ଆମ୍ୟୁଜମେଣ୍ଟ ପାର୍କ ସହ ଆକର୍ଷଣୀୟ ଗାଲିଚା, କୃତ୍ରିମ ହ୍ରଦ, ଝରଣା, ମନ୍ଦିର, ପ୍ୟାଲେସ୍‌, ରେକର୍ଡିଂ ରୁମ୍‌ ଓ ଥିଏଟର ଇତ୍ୟାଦି ଅନ୍ୟତମ ଆକର୍ଷଣ ସାଜିବ। ଚିଲିକାରେ ହେବାକୁ ଥିବା ଏହି ଫିଲ୍ମ ସିଟି ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକ ଓଡ଼ିଶା ଆସିବେ। ୨୦୧୭ ରେ ରାଜ୍ୟବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ହେଲେ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା। ନୂଆ ଫିଲ୍ମ ଷ୍ଟୁଡିଓ ତ ଦୂରର କଥା କଳିଙ୍ଗ ଷ୍ଟୁଡିଓକୁ ବି ଠିକ୍‌ ଭାବେ ସଜଡ଼ାଗଲା ନାହିଁ। ଫଳରେ ଏବେ ବି ଫିଲ୍ମ ଶୁଟିଂ ହେଉ କି ଷ୍ଟୁଡିଓ ବୁଲିବା ହେଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ଓଡ଼ିଶା। ଶିଳ୍ପ ସହ ପର୍ଯ୍ୟଟନର ବିକାଶ ପାଇଁ ଥିମ୍‌ ପାର୍କରୁ ଆରମ୍ଭ କରି ଆମ୍ୟୁଜମେଣ୍ଟ ପାର୍କ ଓ ଫିଲ୍ମ ଷ୍ଟୁଡିଓ ନିର୍ମାଣ ପର୍ଯ୍ୟନ୍ତ, ସରକାର ଏକାଧିକ ଯୋଜନା କରୁଥିଲେ ମଧ୍ୟ ତାହା କେବଳ ଘୋଷଣାରେ ସୀମିତ ରହିଯାଉଛି।
୫ ହଜାର କୋଟି ଟଙ୍କା ବ୍ୟୟରେ ଫିଲ୍ମ ସିଟି ଭଳି ଏକ ମେଗା ପ୍ରୋଜେକ୍ଟ ଓଡ଼ିଶାରେ କରିବାକୁ ୨୦୧୭ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ‘ଗ୍ରୁପ୍‌ ଅଫ୍‌ ବମ୍ବେ’। ୨୦୧୬ରେ ବଲିଉଡ୍‌ ଫିଲ୍ମ ପ୍ରଯୋଜକ ମୁସ୍ତାକ୍‌ ନାଡିଆଓ୍ବାଲା ପ୍ରଥମେ ଏଥିପାଇଁ ପ୍ରସ୍ତାବ ଦେଇଥିବା ବେଳେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଏହି ଇନ୍‌ଭେଷ୍ଟମେଣ୍ଟ ପାଇଁ ରାଜ୍ୟ ସରକାର ଗ୍ରୀନ୍‌ ସିଗ୍‌ନାଲ ଦେଇଥିଲେ। ୧ ହଜାର ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ଚିଲିକା ଫିଲ୍ମ ସିଟି ପାଇଁ ହାଇଦ୍ରାବାଦ ପରେ ଓଡ଼ିଶା ସମଗ୍ର ବିଶ୍ୱରେ ଫିଲ୍ମ ମେକରଙ୍କ ପାଇଁ ପ୍ରମୁଖ ଡେଷ୍ଟିନେଶନରେ ପରିଣତ ହେବ ବୋଲି କୁହାଯାଇଥିଲା। ଜଣେ ନିର୍ମାତା କେବଳ ନିଜ ସ୍କ୍ରିପ୍ଟ ସହ ଏହା ମଧ୍ୟରେ ପ୍ରବେଶ କରିବା ପରେ ପୂରା ଫିଲ୍ମ ସହ ବାହାରକୁ ଆସିଥାନ୍ତା। କେବଳ ଫିଲ୍ମ ଜଗତ ନୁହେଁ, ଓଡ଼ିଶା ପର୍ଯ୍ୟଟନ ପାଇଁ ମଧ୍ୟ ଏହା ବିଶେଷ ଲାଭଦାୟକ ହେବାସହ ପର୍ଯ୍ୟଟନର ଏକ ବୃହତ୍‌ ଉତ୍ସରେ ପରିଣତ ହୋଇଥାନ୍ତା। ଫିଲ୍ମ ନିର୍ମାଣ ପାଇଁ ରାଜ୍ୟରେ ଥିବା ଏକମାତ୍ର କଳିଙ୍ଗ ଷ୍ଟୁଡିଓ ୧୯୯୯ ବାତ୍ୟାରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ପଡିଥିବା ବେଳେ ଏହାର ମରାମତି ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ। ଯେଉଁ ଗୋଟିଏ ଷ୍ଟୁଡିଓ ରହିଛି ସେଥିରେ ଅଧିକାଂଶ ସମୟରେ କଁା ଭଁା ଧାରାବାହିକ ଶୁଟିଂ ହେଉଥିବା ବେଳେ ଫିଲ୍ମ ନିର୍ମାତାମାନେ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ଏହା ମଧ୍ୟରେ ଥିବା ଭିଲେଜ୍‌ କମ୍ପ୍ଲେକ୍ସ ଏବଂ ଭାଙ୍ଗିରୁଜି ଯାଇଥିବା ଘରଗୁଡିକୁ କିଛିଦିନ ତଳେ ସଜଡ଼ା ଯାଇଥିବା ବେଳେ ବାତ୍ୟା ଫନୀରେ ତାହା ବି ଭାଙ୍ଗିଯାଇଛି। ଏଭଳିସ୍ଥଳେ ଫିଲ୍ମ ନିର୍ମାଣ କରିବାକୁ ନିର୍ଦ୍ଦେଶକ ଏବଂ ପ୍ରଯୋଜକମାନଙ୍କୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଅଧିକାଂଶ ପ୍ରଯୋଜକ ରାମୋଜୀ ଫିଲ୍ମ ସିଟିକୁ ଶୁଟିଂ ପାଇଁ ଯାଉଛନ୍ତି। ଏଭଳିସ୍ଥିତିରେ ଯଦି ଏହି ଫିଲ୍ମ ସିଟି ନିର୍ମାଣ ହୋଇଥାନ୍ତା ତାହା ହେଲେ ଓଡ଼ିଆ ନିର୍ମାତାମାନଙ୍କୁ ଆଉ ବାହାରକୁ ଯିବାକୁ ପଡି ନ ଥାନ୍ତା। ଯିବା ଆସିବା ଖର୍ଚ୍ଚରୁ ମୁକ୍ତି ମିଳିବା ସହ ସ୍ବଳ୍ପ ବଜେଟ୍‌ରେ ଫିଲ୍ମ ନିର୍ମାଣ ହୋଇପାରନ୍ତା। କେବଳ ଏତିକି ନୁହେଁ, ଓଡ଼ିଶା ଯୁବପିଢିଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାନ୍ତା। ହେଲେ ଏହା ମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ ତ ଦୂରର କଥା ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ବି ହୋଇପାରିଲା ନାହିଁ। ଏ ନେଇ ପଚାରିବାରେ କାହାପାଖରେ କିଛି ଉତ୍ତର ନ ଥିବା ବେଳେ ବିଭାଗଗୁଡ଼ିକ ପରସ୍ପର ଉପରେ ଦୋଷ ଲଦି ଦେଇ ଚୁପ୍‌ ହୋଇ ବସି ଯାଉଛନ୍ତି। ସିନେ ସମୀକ୍ଷକ ଦିଲୀପ ହାଲିଙ୍କୁ ପଚାରିବାରେ, ଓଡ଼ିଆ ସିନେମାର ଏବେ ଯେଉଁଭଳି ଅବସ୍ଥା ରହିଛି ସେଥିପାଇଁ ଏକ ଷ୍ଟୁଡିଓ ନିହାତି ଆବଶ୍ୟକ। ଫିଲ୍ମ ଷ୍ଟୁଡିଓ ଯେତେଶୀଘ୍ର ନିର୍ମାଣ ହୋଇଥାନ୍ତା ଇଣ୍ଡଷ୍ଟ୍ରିରେ ସେତେ ଶୀଘ୍ର ପରିବର୍ତ୍ତନ ଆସିପାରିଥାନ୍ତା। ଏହାଦ୍ବାରା ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହ ରାଜ୍ୟର ମଧ୍ୟ ଉତ୍ତରୋତ୍ତର ବିକାଶ ଘଟିଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri