ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ ୫୨ ହଜାର: ୫୬ ଲକ୍ଷରୁ ଅଧିକ ସଂକ୍ରମିତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୫: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୬ ଲକ୍ଷ ୮୬ ହଜାର ୨୮୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୨ ହଜାର ୨୨୭ ରହିଛି। ୨୪ ଲକ୍ଷ ୩୦ ହଜାର ୭୮୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଓ୍ବାଲର୍‌ଡ ମିଟର ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ୨୫ ହଜାର ୨୭୫ ଥିବାବେଳେ ମୃତକଙ୍କ ସଂଖ୍ୟା ଲକ୍ଷେ ୫୭୨ ଛୁଇଁଛି। ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୫୦୭ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୨୪ ହଜାର ୫୯୩ ରହିଛି। ସେହିପରି ରୁଷ୍‌ରେ ୩ ଲକ୍ଷ ୮୩ ହଜାର ୩୩୯ ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତକଙ୍କ ସଂଖ୍ୟା ୩,୮୦୭ ରହିିଛି। ସ୍ପେନ୍‌ରେ ୨ଲକ୍ଷ ୮୧ ହଜାର ୯୦୪ ସଂକ୍ରମିତ ହୋଇଛନ୍ତି। ଏଠାରେ କରୋନା ସଂକ୍ରମଣରେ ୨୭ ହଜାର ୧୧୭ ଜଣଙ୍କ ଜୀବନ ଯାଇଛି। ବ୍ରିଟେନରେ ମୋଟ ୨ ଲକ୍ଷ ୬୫ ହଜାର ୨୨୭ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୭ ହଜାର ୪୮ ରହିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୦ ହଜାର ୫୫୫ ରହିଛି। ଏଠାରେ କରୋନା ସଂକ୍ରମଣରେ ୩୨ ହଜାର ୯୫୫ ଜଣଙ୍କର ମୃତ୍ୟୁ ଘଟିଛି। ଫ୍ରାନ୍ସ୍‌ରେ ମୋଟ ଲକ୍ଷେ ୮୨ ହଜାର ୭୨୨ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଏଠାରେ ୨୮ ହଜାର ୫୩୦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri