ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ ୫୨ ହଜାର: ୫୬ ଲକ୍ଷରୁ ଅଧିକ ସଂକ୍ରମିତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୫: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୬ ଲକ୍ଷ ୮୬ ହଜାର ୨୮୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୨ ହଜାର ୨୨୭ ରହିଛି। ୨୪ ଲକ୍ଷ ୩୦ ହଜାର ୭୮୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଓ୍ବାଲର୍‌ଡ ମିଟର ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ୨୫ ହଜାର ୨୭୫ ଥିବାବେଳେ ମୃତକଙ୍କ ସଂଖ୍ୟା ଲକ୍ଷେ ୫୭୨ ଛୁଇଁଛି। ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୫୦୭ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୨୪ ହଜାର ୫୯୩ ରହିଛି। ସେହିପରି ରୁଷ୍‌ରେ ୩ ଲକ୍ଷ ୮୩ ହଜାର ୩୩୯ ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତକଙ୍କ ସଂଖ୍ୟା ୩,୮୦୭ ରହିିଛି। ସ୍ପେନ୍‌ରେ ୨ଲକ୍ଷ ୮୧ ହଜାର ୯୦୪ ସଂକ୍ରମିତ ହୋଇଛନ୍ତି। ଏଠାରେ କରୋନା ସଂକ୍ରମଣରେ ୨୭ ହଜାର ୧୧୭ ଜଣଙ୍କ ଜୀବନ ଯାଇଛି। ବ୍ରିଟେନରେ ମୋଟ ୨ ଲକ୍ଷ ୬୫ ହଜାର ୨୨୭ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୭ ହଜାର ୪୮ ରହିଛି। ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୦ ହଜାର ୫୫୫ ରହିଛି। ଏଠାରେ କରୋନା ସଂକ୍ରମଣରେ ୩୨ ହଜାର ୯୫୫ ଜଣଙ୍କର ମୃତ୍ୟୁ ଘଟିଛି। ଫ୍ରାନ୍ସ୍‌ରେ ମୋଟ ଲକ୍ଷେ ୮୨ ହଜାର ୭୨୨ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଏଠାରେ ୨୮ ହଜାର ୫୩୦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଜିଲା: ଶନିବାର, ରବିବାର ଶଟ୍‌ଡାଉନ

ଭଦ୍ରକ ଅଫିସ, ୧ା୮-ଅଗଷ୍ଟ ମାସର ସବୁ ଶନିବାର ଓ ରବିବାର ଶଟ୍‌ଡାଉନ ରହିବ। ଭଦ୍ରକ ଜିଲାର ବିଭିନ୍ନ କୋଣାନୁକୋଣରେ ଏହି ନିୟମ ବଳବତ୍ତର ରହିବ ବୋଲି...

ଘରୋଇ ବିମାନ ବ୍ୟବହାର ଉପରେ କଟକଣା

ପ୍ୟାରିସ୍‌,୧୦ା୧୨: ସ୍ବଳ୍ପ ଦୂର ଯାତ୍ରା କରୁଥିବା ଘରୋଇ ବିମାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଫ୍ରାନ୍ସ ଅନୁମତି ପାଇଛି। ୟୁରୋପୀୟ କମିଶନ ଏକ ପଦକ୍ଷେପକୁ ଅନୁମୋଦନ କରିଛନ୍ତି।...

ରେକର୍ଡ ଭାଙ୍ଗିଲା ଭାରତ, ଏକ ସପ୍ତାହରେ ୪ କୋଟିଙ୍କୁ ଭାକ୍ସିନ୍‌ ଡୋଜ୍‌…

ନୂଆଦିଲ୍ଲୀ ,୨୬।୬: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଦ୍ରୁତବେଗରେ କରାଯାଉଛି। ଭାରତ...

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ନିର୍ବାଚନ ଲଢ଼ିବାକୁ କଲେ ଘୋଷଣା…

କଲମ୍ବୋ,୩୧।୧ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ସେ ଶ୍ରୀଲଙ୍କା ଫ୍ରିଡମ ପାର୍ଟି ସମର୍ଥନରେ...

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଭାଙ୍ଗିି ଦେଲେ ୮୦ ଘର

ଢାକା,୧୮।୩: ଫେସବୁକ୍‌ ପୋଷ୍ଟକୁ ନେଇ ବାଂଲାଦେଶର ଏକ ହିନ୍ଦୁ ଗାଁରେ ହିଫାଜତ୍‌-ଇ-ଇସଲାମ୍‌ ନାମକ ମୌଳବାଦୀ ସଂଗଠନ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ସଂଗଠନର ସଦସ୍ୟମାନେ ଗାଁ...

ରାଷ୍ଟ୍ରପତିଙ୍କ ଝିଅ ଆପଣେଇବେ ହିନ୍ଦୁଧର୍ମ

ଜାକର୍ତ୍ତା,୨୪।୧୦: ଇସଲାମ ଧର୍ମକୁ ତ୍ୟାଗ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ସୁକର୍ଣ୍ଣୋଙ୍କ ଝିଅ ସୁକୁମାବତୀ ସୁକାର୍ଣ୍ଣୋପୁତ୍ରି। ହିନ୍ଦୁ ଧର୍ମ ଆପଣାଇବା ନେଇ ଏକ କାର୍ଯ୍ୟକ୍ରମରେ ସେ...

ଧରାବିରେ ୪୩ ସଂକ୍ରମିତ, ୪ ମୃତ

ନୂଆଦିଲ୍ଲୀ,୧୩ା୪: ଏସିଆ ମହାଦେଶର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବିରେ ୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ସୁଦ୍ଧା ସେଠାରେ...

ଏବେବି ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି ଟ୍ରମ୍ପ

ୱାଶିଂଟନ,୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିଥିବା ବେଳେ ଏଥିରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ ବିଜୟ ଲାଭ କରି ରାଷ୍ଟ୍ରପତି ପଦରେ ବସିବାକୁ...

Advertisement
Archives

Model This Week