ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା

ଓ୍ବାଶିଂଟନ/ଲଣ୍ଡନ/ପ୍ୟାରିସ୍‌, ୩ା୪: ମହାମାରୀ କରୋନା ଭାଇରସ୍‌ ବିଶ୍ୱବ୍ୟାପୀ କାୟାବିସ୍ତାର କରିବାରେ ଲାଗିଛି। ପରିସ୍ଥିତି କ୍ରମଶଃ ଭୟଙ୍କର ହୋଇପଡ଼ିଛି। ବିଶ୍ୱର ୨୦୩ ଦେଶକୁ ସଂକ୍ରମିତ ହୋଇଥିବା ଏହି ଭୂତାଣ ଯୋଗୁ ଅଦ୍ୟାବଧି ୫୦,୬୯୧ ଜୀବନ ଗଲାଣି। ୯ ଲକ୍ଷ ୯୧ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ଗୋଟିଏ ଦିନରେ ୪୧ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ଭୂତାଣୁରେ ଆକ୍ରାନ୍ତ ହେବା। ଏଥିରୁ କେଉଁଭଳି ଭାବେ କରୋନା ବିଶ୍ୱକୁ ଗ୍ରାସକରୁଛି, ତାହା ସହଜେ ଅନୁମେୟ। ବିଶ୍ୱର ସବୁଠାରୁ ପରାକ୍ରମଶାଳୀ ଦେଶ ଆମେରିକାରେ ଆତଙ୍କ ଖେଳିଯାଇଛି। ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ୨୩୨,୧୦୬ରେ ପହଞ୍ଚିଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବଢ଼ି ୫,୫୫୬ ଛୁଇଁଛି। ସେହିଭଳି ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୧୫, ୫୭୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧୩,୯୫୫କୁ ବୃଦ୍ଧିପାଇଛି। ସ୍ପେନ୍‌ ସ୍ଥିତି ଜଟିଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୬୧୬ ଲୋକଙ୍କ ପ୍ରାଣହାନି ଘଟିଛି। ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ବଢ଼ିଛି। ଏଠାରେ ୧୧୦,୨୩୮ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଏତଦ୍‌ବ୍ୟତୀତ ବ୍ରିଟେନ୍‌ ଓ ଫ୍ରାନ୍ସରେ ମଧ୍ୟ ଉତ୍କଟ ପରିସ୍ଥିତି ଦେଖାଦେଇଛି। ବ୍ରିଟେନରେ ଗୋଟିଏ ଦିନରେ ୫୬୯ ଜୀବନ ଯାଇଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ବୃଦ୍ଧିପାଇ ୩୩,୭୧୮ରେ ପହଞ୍ଚିଛି। ଜର୍ମାନୀରେ ମଧ୍ୟ ସମାନ ସ୍ଥିତି। ଏଠାରେ ଅଦ୍ୟାବଧି ୯୯୭ ଜଣ ପ୍ରାଣ ହରାଇଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୮୧,୭୨୮ହୋଇଛି। ଚାଇନାରେ ମୃତ୍ୟୁସଂଖ୍ୟା ୩,୩୧୮ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୫୮୯ ରହିଛି। ଫ୍ରାନ୍ସରେ ଭୂତାଣୁ ୪,୦୩୨ ମୁଣ୍ଡ ଗଡ଼ାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୫୬,୯୮୯ରେ ପହଞ୍ଚିଛି। ଇରାନରେ ୩,୧୬୦ ଜୀବନ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଉପରେ ରହିଛି। ଅନ୍ୟ ପ୍ରମୁଖ ସଂକ୍ରମିତ ଦେଶଗୁଡ଼ିକ ମଧ୍ୟରେ ନେଦରଲାଣ୍ଡରେ ୧,୩୩୯, ବେଲଜିୟମରେ ୧,୦୧୧, ସୁଇଜରଲାଣ୍ଡରେ ୫୨୨, ତୁର୍କୀରେ ୨୭୭, ଅଷ୍ଟ୍ରିଆରେ ୧୫୮, ପର୍ତ୍ତୃଗାଲରେ ୨୦୯, ବ୍ରାଜିଲରେ ୨୫୨, ସ୍ବିଡେନ୍‌ରେ ୨୮୨, ଡେନ୍‌ମାର୍କରେ ୧୨୩, ଫିଲିପାଇନ୍ସରେ ୧୦୭, ଇଣ୍ଡୋନେସିଆରେ ୧୭୦, ଇକ୍ୱେଡରରେ ୯୮, ରୋମାନିଆରେ ୯୪ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଏପର୍ଯ୍ୟନ୍ତ ବିଶ୍ୱରେ ୨୦୩,୫୩୫ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହୋଇ ଫେରିଛନ୍ତି, ତଥାପି ଏହି ପ୍ରାଣଘାତୀ ଭୂତାଣୁରୁ ରକ୍ଷା ପାଇବା ଲାଗି କୌଣସି ଔଷଧ ବାହାରି ନ ଥିବାରୁ ଲୋକଙ୍କ ମନରେ କୋକୁଆ ଭୟ ଘାରିଛି। ବିଭିନ୍ନ ବିଶ୍ୱସ୍ତରୀୟ ନେତା, ସଙ୍ଗଠନ ପକ୍ଷରୁ ଲୋକମାନଙ୍କୁ ଭିନ୍ନ ଭିନ୍ନ ପରାମର୍ଶ ଦିଆଯାଉଛି। ବିଶ୍ୱର ପ୍ରାୟ ସବୁଦେଶ ଲକ୍‌ଡାଉନ୍‌କୁ ପାଳନ କରୁଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ତଥାପି ଭୂତାଣୁ ବୋଲ ମାନୁନି। ବିଶ୍ୱବ୍ୟାପୀ ଏନେଇ ଆତଙ୍କର ବାତାବରଣ ସୃଷ୍ଟିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି

ଓ୍ବାଶିଂଟନ/ମସ୍କୋ/ବ୍ରାଜିଲିଆ,୨୩ା୫: ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଦିନ ଗଡ଼ିବା ସହ ଲୋକଙ୍କ ଚିନ୍ତା ଏଥିଲାଗି ବଢ଼ିବାରେ ଲାଗିଛି। ବର୍ତ୍ତମାନ...

ବର୍ଷକୁ ୭ କୋଟି ଲୋକ ଦେଶାନ୍ତର ହେଉଛନ୍ତି

ଜେନେଭା,୨୦ା୬(ଆଇଏଏନ୍‌ଏସ୍‌): ହିଂସାକାଣ୍ଡ, ମାଲିମକଦ୍ଦମା, ବିବାଦ ଆଦି ବିଭିନ୍ନ କାରଣରୁ ୨୦୧୮ରେ ସାରା ବିଶ୍ୱରୁ ୭ କୋଟିରୁ ଅଧିକ ଲୋକ ଦେଶାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି। ଗତ...

ରାଜପାକ୍‌ସେ ଭାରତରେ ଶରଣ ନେଇଥିବା ଗୁଜବକୁ ଖଣ୍ଡନ କଲା ଉଚ୍ଚାୟୁକ୍ତ

କଲମ୍ବୋ,୧୧।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଜାରି ରହିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରହିଥିବା ବେଳେ ମହିନ୍ଦା ରାଜପାକ୍‌ସେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ...

କ୍ୟାନ୍‌ସର ଓ ମସଲାଯୁକ୍ତ ଖାଦ୍ୟ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାର କାରଣ ସାଜିଥିବା କେତେକ ପ୍ରମୁଖ ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ଅବଶ୍ୟ ଏବେ କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ...

ରାଜା ଅବଦୁଲାଙ୍କୁ ହତ୍ୟା ଯୋଜନା କରିଥିଲେ କ୍ରାଉନ୍‌ ପ୍ରିନ୍ସ

ରିୟାଧ, ୨୬।୧୦: ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ(ଏମ୍‌ବିଏସ୍‌) ୨୦୧୪ରେ ତତ୍କାଳୀନ ରାଜା ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏକ ବିଷଯୁକ୍ତ ରିଙ୍ଗ୍‌...

ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଦିନକରେ ୧୭ ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଖିବୁଜିଲେ ୨

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

୨୦୨୦ରେ ପ୍ରକାଶିତ ସଂଖ୍ୟାଠାରୁ କରୋନା ମୃତ୍ୟୁ ଅଧିକ, ସରକାରୀ ରିପୋର୍ଟ…

ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ସଂକ୍ରମଣ ଯୋଗୁ ୨୦୨୦ରେ ଘଟିଥିବା ମୃତ୍ୟୁ ସଂଖ୍ୟା ପ୍ରକାଶିତ ସଂଖ୍ୟାଠାରୁ ଅଧିକ ରହିଛି। ଏନେଇ ସଦ୍ୟତମ ସରକାରୀ ରିପୋର୍ଟରେ...

ୟୁକ୍ରେନ୍‌ ଉପରେ ରୁଷିଆର ଘନ ଘନ ଆକ୍ରମଣ

କିଭ୍‌, ୩୧ା୧୨: ବର୍ଷ ଶେଷ ହେବାକୁ ବସିଥିବାବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଲାଗିପାରୁ ନାହିଁ। ଇତିମଧ୍ୟରେ ଯୁଦ୍ଧକୁ ୧୦ ମାସରୁ ଊର୍ଦ୍ଧ ଦିନ ବିତିଯାଇଛି। କିଛି...

Advertisement
Archives

Model This Week