ମୃତ୍ୟୁର ୧୫ ବର୍ଷ ପରେ ବି ମିଳିଲାନି ନ୍ୟାୟ: ଟାଟା ସ୍ପଞ୍ଜ କାରଖାନା ଆଗରେ ଧାରଣା

ଯୋଡ଼ା, ୧୭।୫ (ଢି.ଏନ.ଏ.) – କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଛି। ଏଯାଏ ମୃତକଙ୍କ ପରିବାରକୁ ନ୍ୟାୟ ମିଳିନାହିଁ। ଏହି ଅଭିଯୋଗ ଆଣିଛନ୍ତି ମୃତ ଶ୍ରମିକ ମହାନ୍ତି କାରୁଆଙ୍କ ସ୍ତ୍ରୀ ବିଳାସୀ କାରୁଆ। ଯୋଡ଼ା ଗୋପ ମହାନ୍ତି ହଟିଂରେ ମହାନ୍ତି କାରୁଆ ରହୁଥିଲେ। ବିଳାସି ଅଭିଯୋଗ କରି କହିଛନ୍ତି ଯେ, ମହାନ୍ତି କାରୁଆଙ୍କ ମୃତ୍ୟୁ ପରେ ତାଙ୍କୁ କ୍ଷତିପୂରଣ ରାଶି ଓ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାମଧ୍ୟରେ ଦୀର୍ଘବର୍ଷ ବିତିଯାଇଥିଲେ ହେଁ ପ୍ରତିଶ୍ରୁତି ମୁତାବକ ନ୍ୟାୟ ମିଳି ନ ଥିବାରୁ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ମୃତକଙ୍କ ବିଧବା ପତ୍ନୀ, ଦୁଇ ଝିଅ ଓ ତାଙ୍କ ପୁଅ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇ ବସିରହିଛନ୍ତି। ଏହି ପରିବାରକୁ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯାଇଛି। ପ୍ରତିଶ୍ରୁତି ଓ ନିୟମ ମୁତାବକ କ୍ଷତିପୂରଣ ନ ମିଳିବା ଯାଏ ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିବ ବୋଲି ବିଳାସୀ କହିଛନ୍ତି।
ପ୍ରକାଶ ଯେ, ୨୦୦୪ ଅଗଷ୍ଟ ମାସରେ ଟାଟାସ୍ପଞ୍ଜ କାରଖାନା ଭିତରେ କାର୍ଯ୍ୟରତ ଶ୍ରମିକ ମହାନ୍ତି କାରୁଆଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ କମ୍ପାନୀ କ୍ଷତିପୂରଣ ରାଶି ଓ ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲା। ହେଲେ ବାରମ୍ବାର କମ୍ପାନୀ ଓ ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ନ ପାଇବାରୁ ଧାରଣା ଦେଇଥିବା ବିଳାସୀ କହିଛନ୍ତି। ପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଲେଇପଦା ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ ପହଞ୍ଚି କାରଖାନା କର୍ତ୍ତୃପକ୍ଷଙ୍କୁ ଡକାଇ ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ ବିଳମ୍ବ କରିଥିଲେ। ଏ ସମ୍ପର୍କରେ ଟାଟାସ୍ପଞ୍ଜ କାରଖାନାର କର୍ପୋରେଟ ଅଧିକାରୀ ଶୀତଳ ସ୍ବାଇଁଙ୍କୁ ଯୋଗାଯୋଗ କରାଯିବାରୁ ମୃତ ମହାନ୍ତି କାରୁଆଙ୍କ ପୁଅଙ୍କୁ ଠିକାଦାର ଅଧୀନରେ ନିଯୁକ୍ତି ଦିଆଯାଇଥିଲା। କମ୍ପାନୀ ତାହାର ନୀତିଗତ ନିଷ୍ପତ୍ତି ନେଇ ବିଚାର କରିବେ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?