ମୃତ୍ୟୁର ମୃତ୍ୟୁ

”ଜିନ୍‌ଗୁଡିକ ଏପଟ ସେପଟ କରିପାରିବାର ସ୍ବତନ୍ତ୍ର ପଦ୍ଧତି ମଧ୍ୟରୁ ନାନୋଟେକ୍ନୋଲୋଜି ହିଁ ଏ କ୍ଷେତ୍ରରେ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହି ପଦ୍ଧତିରେ ରୋଗଣା ତଥା ‘ମନ୍ଦ’ ଜିନ୍‌ଗୁଡିକୁ ସୁସ୍ଥ ଜିନ୍‌ରେ ପରିଣତ କରିଦିଆଯିବ। ଶରୀରରୁ ମୃତ ଜୀବକୋଷଗୁଡିକୁ ବହିଷ୍କାର କରି ଦିଆଯିବ, କ୍ଷତିଗ୍ରସ୍ତ ଜୀବକୋଷଗୁଡିକୁ ମରାମତି କରିଦିଆଯିବ, ଚିକିତ୍ସାରେ ପ୍ରାଧାନ୍ୟ ପାଇବ ଷ୍ଟେମସେଲ ଏବଂ ସଂଶ୍ଳେଷିତ ହେବ ତ୍ରିପରିସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନ।“
ଜେନେଟିକ୍‌ ଇଞ୍ଜିନିୟରମାନେ ଦାବି କଲେଣି ଯେ ଆଉ ୨୫ବର୍ଷ ପରେ, ୨୦୪୫ ମସିହା ସୁଦ୍ଧା ମୃତ୍ୟୁ ହୋଇଯିବ ମଣିଷ ଇଚ୍ଛାଧୀନ। ସେହିପରି ଜରାବସ୍ଥାକୁ ମଧ୍ୟ ପଛେଇ ଦେଇହେବ।
ଜୋସ ଲୁଇସ୍‌ କାର୍ଡେଇରୋ ଏବଂ ଡାଭିଡ ଉଡ୍‌ଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଡେଥ୍‌ ଅଫ ଡେଥ୍‌’ ବା ‘ମୃତ୍ୟୁର ମୃତ୍ୟୁ’ରେ ଏହିପରି ଦାବି କରିଛନ୍ତି ଉଭୟେ। କୋର୍ଡେଇରୋଙ୍କ ପିତା-ମାତା ସ୍ପାନିଶ ଓ ସେ ଭୂମିଷ୍ଠ ହୋଇଥିଲେ ଭେନେଜୁଏଲାରେ। ଅନ୍ୟପକ୍ଷରେ ଡାଭିଡ୍‌ ଉଡ୍‌ଙ୍କ ଜନ୍ମ ବ୍ରିଟେନ୍‌ରେ। ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଜଣେ ଗଣିତଜ୍ଞ। ସେମାନେ କହନ୍ତି ଯେ ଅମରତ୍ୱ ହେଉଛି ଏକ ବାସ୍ତବ ବୈଜ୍ଞାନିକ ବାସ୍ତବତା ଏବଂ ପୂର୍ବରୁ କରାଯାଇଥିବା ଆକଳନର ବହୁ ଆଗରୁ ତାହା ସମ୍ଭବ ହୋଇଯିବ।
ସେତେବେଳକୁ ମଣିଷ କୌଣସି ପ୍ରାକୃତିକ କାରଣରୁ କିମ୍ବା ରୋଗରେ ଆକ୍ରାନ୍ତ ହୋଇ ମରିବନି; ସେ ମରିବ କେବଳ ଆକସ୍ମିକ ଦୁର୍ଘଟଣାରେ। ସେଥିପାଇଁ ବାର୍ଦ୍ଧକ୍ୟକୁ ଏକ ‘ବ୍ୟାସ’ ଭାବରେ ସ୍ବୀକାର କରିନେଇ ତା’ର ଆରୋଗ୍ୟ ନିମନ୍ତେ ଗବେଷଣାକୁ ଅଧିକ ତ୍ୱରାନ୍ବିତ କରାଯିବା ଉଚିତ ଏବଂ ଗବେଷଣା ନିମିତ୍ତ ପର୍ଯ୍ୟାପ୍ତ ଅର୍ଥର ସୁବ୍ୟବସ୍ଥା କରାଯିବା ଆବଶ୍ୟକ।
ଜିନ୍‌ଗୁଡିକ ଏପଟ ସେପଟ କରିପାରିବାର ସ୍ବତନ୍ତ୍ର ପଦ୍ଧତି ମଧ୍ୟରୁ ନାନୋଟେକ୍ନୋଲୋଜି ହିଁ ଏ କ୍ଷେତ୍ରରେ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହି ପଦ୍ଧତିରେ ରୋଗଣା ତଥା ‘ମନ୍ଦ’ ଜିନ୍‌ଗୁଡିକୁ ସୁସ୍ଥ ଜିନ୍‌ରେ ପରିଣତ କରିଦିଆଯିବ। ଶରୀରରୁ ମୃତ ଜୀବକୋଷଗୁଡିକୁ ବହିଷ୍କାର କରି ଦିଆଯିବ, କ୍ଷତିଗ୍ରସ୍ତ ଜୀବକୋଷଗୁଡିକୁ ମରାମତି କରିଦିଆଯିବ, ଚିକିତ୍ସାରେ ପ୍ରାଧାନ୍ୟ ପାଇବ ଷ୍ଟେମସେଲ ଏବଂ ସଂଶ୍ଳେଷିତ ହେବ ତ୍ରିପରିସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନ।
ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ମାସାଚୁସେଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିରେ ଗବେଷଣା କରୁଥିବା କାର୍ଡେଇରୋ କହିଛନ୍ତି, ‘ମୁଁ ନ ମରିବା ପାଇଁ ସ୍ଥିର କରିଛି ଏବଂ ୩୦ବର୍ଷ ଭିତରେ ଆଜି ମୁଁ ଯାହା ଅଛି, ତାହାଠାରୁ ହୋଇଯିବି ଯଥେଷ୍ଟ କମ୍‌ ବୟସର।
ଜରା ପାଇଁ ଦାୟୀ ହେଉଛି ଡିଏନଏର ଅଶୁଭ ‘ଲାଞ୍ଜମାନ’। ଏହି ଲାଞ୍ଜ ଅଂଶର ନାଅଁା ‘ଟେଲୋମିୟର’। ଟେଲୋମିୟର ହେଉଛି କ୍ରୋମୋଜୋମ୍‌ ବା ଗୁଣସୂତ୍ରର ଅଂଶ ଏହା ଡିଏନଏର ଏକ କ୍ଷୁଦ୍ର ଅଂଶ ବିଶେଷ। ଶରୀରରେ ରହିଥିବା ଲୋହିତ ରକ୍ତକୋଷିକା, ମହିଳାମାନଙ୍କର ଡିମ୍ବାଣୁ ବା ‘ଓଭମ୍‌’ ଓ ପୁରୁଷମାନଙ୍କର ଶୁକ୍ରାଣୁ ବା ‘ସ୍ପାର୍ମାଟୋଜୋଆ’। ଏହି କୋଷଗୁଡିକୁ ଛାଡି ବାକି ସବୁ ଜୀବକୋଷରେ ରହିଥାଏ ଦୁଇ-ତିନି ହଳ ଲେଖାଏଁ କ୍ରୋମୋଜୋମ୍‌। ବୟସ ବଢ଼ି ବଢ଼ି ଗଲେ ଟେଲୋମିୟରର ଦୈର୍ଘ୍ୟ କମି କମି ଯାଏ। ତେଣୁ ଟେଲୋମିୟରକୁ ଲମ୍ବେଇ ଦେଇପାରିଲେ ଜରାପ୍ରକ୍ରିୟା ହୋଇଯିବ ବିପରୀତମୁଖୀ।
ସମୟ ଗଡିଚାଲିବା ସଙ୍ଗେସଙ୍ଗେ ଟେଲିମିୟର କ୍ଷତିଗ୍ରସ୍ତ ହୋଇ ଏହା କ୍ଷୁଦ୍ର ହୋଇଯାଏ। ଶରୀର ଭିତରକୁ ବିଷାକ୍ତ ଉପାଦାନ ପ୍ରବେଶ କଲେ ଟେଲୋମିୟରର ଏହି କ୍ଷୟ ପ୍ରକ୍ରିୟା ହୋଇପଡେ ତ୍ୱରାନ୍ବିତ। ବିଶେଷ କରି ଧୂମପାନ କଲେ, ମଦ୍ୟପାନ କଲେ ଏବଂ ଶ୍ୱାସକ୍ରିୟାରେ ଦୂଷିତ ବାୟୁ ସେବନ କଲେ ବୃଦ୍ଧିପାଏ କ୍ଷୟ ପ୍ରକ୍ରିୟା। ଏହାର ପରିଣାମରେ ଜରା ପ୍ରକ୍ରିୟା ଦ୍ରୁତ ହୋଇଥାଏ। କାର୍ଡେଇରୋ ଏବଂ ଉଡ୍‌ଙ୍କର ବିଶ୍ୱାସ ଯେ ମାତ୍ର ୧୦ବର୍ଷ ଭିତରେ କ୍ୟାନସରକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରାଯାଇପାରିବ। କାରଣ ସେମାନେ ଏବେ ଅନୁଭବ କରିବାକୁ ଆରମ୍ଭ କଲେଣି ଯେ ଜରାର ଆରୋଗ୍ୟ ସମ୍ଭବ।
ମାଇକ୍ରୋସଫଟ୍‌ କମ୍ପାନୀ ଏକ ନିମ୍ନତାପ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଘୋଷଣା କରିସାରିଲାଣି। ସେଠାରେ ଜଣେ ବୈଜ୍ଞାନିକ ଅବସ୍ଥାପିତ ହୋଇ ଆସନ୍ତା ଏକ ଦଶକ ମଧ୍ୟରେ କ୍ୟାନସରକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିଦେବା ସମ୍ଭାବନା ସମ୍ପର୍କରେ ଗବେଷଣା ଚଳାଇଛନ୍ତି।
କାର୍ଡେଇରୋ ଓ ଉଡ୍‌ ବ୍ୟାଖ୍ୟା କରି ବୁଝେଇଛନ୍ତି ଯେ ଯଦିଓ ଜନସାଧାରଣ ଏ ବିଷୟରେ ଜାଣିନାହାନ୍ତି, ତଥାପି କ୍ୟାନ୍‌ସର କୋଷଗୁଡିକ ଅମର ବୋଲି ୧୯୫୧ ମସିହାରେ ଆବିଷ୍କୃତ ହୋଇଥିଲା। ସେହିବର୍ଷ ହେନେରିଏଟା ଲାକସ ନାମକ ଜଣେ ମହିଳା ସର୍ଭିକ୍ସର କ୍ୟାନସର (ଗର୍ଭାଶୟ କ୍ୟାନସର)ରେ ମୃତ୍ୟୁବରଣ କରିଥିଲେ। ସର୍ଜନମାନେ କ୍ୟାନସର ଆକ୍ରାନ୍ତ ସେହି ସର୍ଭିକ୍ସକୁ ଉଚ୍ଛେଦ କରିଦେଲେ ଏବଂ ସଂରକ୍ଷଣ କରି ରଖିଦେଲେ। ମାତ୍ର ବଡ ଆଶ୍ଚର୍ଯ୍ୟର କଥା ଯେ ସର୍ଭିକ୍ସର ସେହି କୋଷଗୁଡିକ ଆଜି ପର୍ଯ୍ୟନ୍ତ ବଞ୍ଚତ୍ ରହିପାରିଛନ୍ତି।
ବୈଜ୍ଞାନିକମାନେ କହୁଛନ୍ତି ଯେ, ମୃତ୍ୟୁକୁ ଜୟ କରିଦେଲେ ବା ମଣିଷ ଅମର ହୋଇଗଲେ ପୃଥିବୀ ମଣିଷମାନଙ୍କ ଦ୍ୱାରା ଭରିଯିବ ବୋଲି ଭାବିନେବା ଠିକ୍‌ ନୁହେଁ। କାରଣ ବିପୁଳ ଜନସଂଖ୍ୟାକୁ କୋଳରେ ଧରିବା ପାଇଁ ପୃଥିବୀରେ ପର୍ଯ୍ୟାପ୍ତ ସ୍ଥାନ ରହିଛି। କାରଣ ବିଗତ ଦଶକଗୁଡିକରେ ଲୋକମାନଙ୍କର ଥିଲେ ଯଥେଷ୍ଟ ସନ୍ତାନ। ମାତ୍ର ଏବେ ଅନେକ ଦମ୍ପତିଙ୍କ ସନ୍ତାନ ସଂଖ୍ୟା ଏକ କିମ୍ବା ଦୁଇରେ ସୀମିତ। ତାହାଛଡା ନିକଟ ଭବିଷ୍ୟତରେ ମଣିଷ ବସତି ସ୍ଥାପନ କରିବ ମହାକାଶରେ ଏବଂ ସମୁଦ୍ର ଶଯ୍ୟାରେ ମଧ୍ୟ।
କାର୍ଡେଇରୋଙ୍କ ଆଶଙ୍କା ଯେ ସଂପ୍ରତି ଜାପାନ ଓ କୋରିଆରେ ଦମ୍ପତିମାନେ ସନ୍ତାନ ଜନ୍ମ ଦେବା ପ୍ରତି ସତେ ଯେମିତି ବିମୁଖ। ଏହି ଧାରା ପ୍ରଚଳିତ ରହି ଚାଲିଲେ ମାତ୍ର ଦୁଇ ଶତାବ୍ଦୀ ମଧ୍ୟରେ ପୃଥିବୀ ଗ୍ରହରେ ଜଣେ ହେଲେ ବି ଜାପାନିଜ କି କୋରିଆନ୍‌ ଦେଶବାସୀ ମିଳିବେନି। ସେମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବେ।
କିନ୍ତୁ ଏହି ପଦ୍ଧତି ଦ୍ୱାରା ଜାପାନିଜ ଏବଂ କୋରିଆନ୍‌ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବାର ପ୍ରଶ୍ନ ହିଁ ଉଠିବନି। କାରଣ ସେମାନେ ସବୁଦିନ ପାଇଁ ବଞ୍ଚ ରହିଥିବେ ଏବଂ ରହିଥିବେ ଅଖଣ୍ଡ ଯୁବାବସ୍ଥା ଉପଭୋଗ କରି।
ଆଚ୍ଛା, ଜରାବିରୋଧୀ ଚିକିତ୍ସା କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ? ଯାହା ଖର୍ଚ୍ଚ ଲାଗିବ ତାହା ଗୋଟିଏ ସ୍ମାର୍ଟ ଫୋନ୍‌ ଦାମ୍‌ ସହ ସମାନ। ଅବଶ୍ୟ ପ୍ରଥମ ଅବସ୍ଥାରେ ଏହା ବ୍ୟୟବହୁଳ ହେବ। ମାତ୍ର ଏହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କର ଉପକାର ହେବା କାରଣରୁ ଅନେକ ସଂସ୍ଥା ଏହି ଚିକିତ୍ସା ସେବା ବଜାରକୁ ପ୍ରବେଶ କରିବା ପାଇଁ ପ୍ରତିଯୋଗିତା ଚଳେଇବେ।
ଯେ କୌଣସି ପ୍ରଯୁକ୍ତି ତାହାର ପ୍ରାରମ୍ଭିକ ଅବସ୍ଥାରେ ଥାଏ ଅନୁନ୍ନତ ଏବଂ ଅତ୍ୟନ୍ତ ବ୍ୟୟବହୁଳ। ମାତ୍ର ପରିଶେଷରେ ଏହା ମୁଖ୍ୟଧାରା ପ୍ରାପ୍ତ ହୋଇ ଉନ୍ନତ ଅବସ୍ଥା ପ୍ରାପ୍ତ ହୁଏ ଏବଂ ହୋଇପଡେ ସୁଲଭ। ପରିଶେଷରେ ‘ଡେଥ ଅଫ ଡେଥ’ ବା ‘ମୃତ୍ୟୁର ମୃତ୍ୟୁ’ ପ୍ରଥମେ ଚାରିଟି ଭାଷାରେ (ସ୍ପାନିଶ, ଇଂଲିଶ, ପର୍ତ୍ତୁଗୀଜ ଓ କୋରିଆନ୍‌) ପ୍ରକାଶ ପାଇବ ଏବଂ ଏହାର ବିକ୍ରୟ ଲବ୍ଧ ଅର୍ଥ ଲେଖକଙ୍କ ଗବେଷଣା ପାଣ୍ଠିରେ ଗଚ୍ଛିତ ରହିବ।

ଡା. ନିତ୍ୟାନନ୍ଦ ସ୍ବାଇଁ
ଏହି ଅଭିନବ ବୈଜ୍ଞାନିକ ଆବିଷ୍କାର ନିଶ୍ଚିତ ଭାବରେ ଅତ୍ୟନ୍ତ ବିସ୍ମୟକର ଏବଂ ଖୁବ୍‌ ସମ୍ଭବ ମଧ୍ୟ।
-‘ଅଭୀପ୍ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ, ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?