ମୃତ୍ତିକା ପରୀକ୍ଷା କାର୍ଯ୍ୟକ୍ରମ ବାଟବଣା : ୧୩ହଜାରରୁ ମାତ୍ର ୩ ହଜାର ଚାଷୀଙ୍କ ଜମିର ହୋଇଛି ପରୀକ୍ଷା

ନୟାଗଡ଼ ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ କୃଷିନୀତି ୨୦୧୩ ଅନୁଯାୟୀ ଚାଷୀଙ୍କ ଜମିର ମାଟି ପରୀକ୍ଷା ପାଇଁ ପ୍ରତି ଜିଲାରେ ମୃତ୍ତିକା ପରୀକ୍ଷା କେନ୍ଦ୍ର ରହିଛି। ଚାଷୀମାନେ ସେମାନଙ୍କ ଜମିରେ ଫସଲ ନ ହେଲେ ମାଟିର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରକୁ ଆଣନ୍ତି। ପରୀକ୍ଷା ପରେ ଜମିରେ କିପରି ଭଲ ଫସଲ ହୋଇପାରିବ ସେ ନେଇ ପରୀକ୍ଷାଗାରରେ ଥିବା ଅଧିକାରୀମାନେ ଚାଷୀଙ୍କୁ ପରାମର୍ଶ ଦେଇଥାନ୍ତି। ହେଲେ ନୟାଗଡ଼ ଜିଲାରେ ଥିବା ମୃତ୍ତିକା ପରୀକ୍ଷାଗାରରେ ଠିକ୍‌ ଭାବେ ଚାଷଜମିର ମାଟି ପରୀକ୍ଷା କରାଯାଉ ନ ଥିବା ଦେଖିବାକୁ ମିଳିଛି। ୨୦୧୯-୨୦ ବର୍ଷରେ ୧୩,୧୦୪ ଜଣ ଚାଷୀଙ୍କ ମୃତ୍ତିକା ପରୀକ୍ଷା କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୪୯୫ ଜଣ ଚାଷୀଙ୍କ ଏହି ପରୀକ୍ଷା ହୋଇଥିବା ସୂଚନା ମିଳିଛି। ଫଳରେ ମୃତ୍ତିକା ପରୀକ୍ଷା କାର୍ଯ୍ୟକ୍ରମ ଜିଲାରେ ବାଟବଣା ହୋଇଥିବା କୁହାଯାଉଛି।
ଜିଲାର ନୟାଗଡ଼ ଓ ଦଶପଲ୍ଲାଠାରେ ଦୁଇଟି କୃଷିଜିଲା କାର୍ଯ୍ୟାଳୟ ରହିଛି। ନୟାଗଡ଼ ସର୍କଲରେ ନୟାଗଡ଼, ଭାପୁର, ଓଡ଼ଗାଁ, ରଣପୁର ଓ ଖଣ୍ଡପଡ଼ା ବ୍ଲକର ୯୨୬୪ ଚାଷୀଙ୍କ ଜମିର ମୃତ୍ତିକା ପରୀକ୍ଷା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ହେଲେ ମାତ୍ର ୨୩୬୨ ଚାଷୀଙ୍କ ଜମିରୁ ମୃତ୍ତିକା ସଂଗ୍ରହ କରାଯାଇଛି। ସେହିଭଳି ଦଶପଲ୍ଲା କୃଷିଜିଲା କାର୍ଯ୍ୟାଳୟ ଅଧୀନରେ ଗଣିଆ, ଦଶପଲ୍ଲା, ନୂଆଗାଁ ବ୍ଲକର ୩୮୪୦ ଚାଷୀଙ୍କ ମୃତ୍ତିକା ପରୀକ୍ଷା କରି ସେମାନଙ୍କୁ ମୃତ୍ତିକା କାର୍ଡ଼ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ସେଥିରୁ ମାତ୍ର ୧୧୩୩ ଚାଷୀଙ୍କ ଜମିରୁ ମୃତ୍ତିକା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ନୟାଗଡ଼ ଓ ଗଣିଆ ବ୍ଲକରେ କୌଣସି ଚାଷୀଙ୍କ ଜମିରୁ ମୃତ୍ତିକା ସଂଗହ କରାଯାଇ ନ ଥିବା ଦେଖିବାକୁ ମିଳିଛି। ନୟାଗଡ଼ ବ୍ଲକରେ ୧୮୮୨ରୁ ୦, ଭାପୁରରେ ୭୨୮ରୁ ୩୦୦, ଓଡ଼ଗାଁରେ ୨୯୫୦ରୁ ୫୦୨, ରଣପୁରରେ ୨୦୧୮ରୁ ୧୦୦୯, ଖଣ୍ଡପଡ଼ାରେ ୧୬୮୬ରୁ ୫୫୧, ଗଣିଆରେ ୫୦୨ରୁ ୦, ଦଶପଲ୍ଲ୍ଲାରେ ୨୦୧୨ରୁ ୬୯୩, ନୂଆଗାଁରେ ୧୩୨୬ରୁ ମାତ୍ର ୪୪୦ ଚାଷୀଙ୍କ ଜମିରୁ ମୃତ୍ତିକା ସଂଗ୍ରହ କରାଯାଇଛି। ପୁଣି ମୃତ୍ତିକା ସଂଗ୍ରହ ହୋଇଥିବା ୩୪୯୫ ଚାଷୀଙ୍କ ମଧ୍ୟରୁ ମାତ୍ର ୫୦୨ ଜଣଙ୍କ ନାମ ପରୀକ୍ଷା କେନ୍ଦ୍ରରେ ପଞ୍ଜୀକୃତ ହୋଇଛି। ଏହାକୁ ଜିଲା ମୃତ୍ତିକା ପରୀକ୍ଷାଗାର କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଜିଲାରେ ୧ ଲକ୍ଷ ୪୪ ହଜାର ୮୩ ଜଣ ଚାଷୀ ଥିବାବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ୩୨ ହଜାର ଚାଷୀ ମୃତ୍ତିକା କାର୍ଡ଼ ପାଇଛନ୍ତି। ଏ ନେଇ ଦାୟିତ୍ୱରେ ଥିବା କୃଷି ଉପନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ ଥିବାରୁ କୌଣସି ମତାମତ ମିଳିପାରି ନାହିଁ। ମୃତ୍ତିକା ପରୀକ୍ଷାଗାରରେ କିପରି ଠିକ୍‌ ଭାବେ ପରୀକ୍ଷା କରାଯାଇ ଚାଷୀମାନଙ୍କୁ ସୁବିଧା ମିଳିବ ସେ ଦିଗପ୍ରତି ପ୍ରଶାସନ ଧ୍ୟାନ ଦେବା ପାଇଁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri