ମୃତଦେହ ଦାହ ପାଇଁ ହଇରାଣ ହେଉଛନ୍ତି ସହରବାସୀ: ଶ୍ମଶାନ, ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ଦାବି

ଅନୁଗୋଳ ଅଫିସ, ୯।୮-ଅନୁଗୋଳ ସହରରେ ନାହିଁ ଶ୍ମଶାନ ସୁବିଧା। ଅଧିକାଂଶ ଶ୍ମଶାନ ଜମିକୁ ଜବରଦଖଲକାରୀ ମାଡ଼ି ବସିଥିବାବେଳେ ଅନେକ ଅବହେଳିତ ହୋଇ ପଡ଼ିରହିଛି। ହେମସୁରପଡ଼ାରେ ପୌରପାଳିକାର ଶ୍ମଶାନ ନିର୍ମାଣ ଲୋକଙ୍କ ବିରୋଧ ପାଇଁ ଆଗେଇ ପାରି ନାହିଁ। ଏପରିସ୍ଥଳେ କରଡ଼ାଗାଡ଼ିଆ ଶ୍ମଶାନ ଉପରେ ସହରବାସୀଙ୍କୁ ନିର୍ଭର କରିବାକୁ ପଡ଼ୁଛି। ହେଲେ ତାହା ବ୍ୟୟବହୁଳ ହେଉଥିବାରୁ ସହରରେ ଶ୍ମଶାନ ନିର୍ମାଣ ସହ ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା କରିବାକୁ ଦାବି ହେଉଛି।
ରାଜ୍ୟର ବହୁ ସହରରେ ସରକାରୀ ଶ୍ମଶାନ ସହ ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ରହିଛି। କିନ୍ତୁ ଅନୁଗୋଳରେ ଏହି ସୁବିଧା ଆଦୌ ନାହିଁ। ଏଥିଯୋଗୁ ମୃତଦେହ ପୋଡ଼ିବାକୁ ସମ୍ପୃକ୍ତ ପରିବାର ଓ ସମ୍ପର୍କୀୟମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଉଚ୍ଚ ଦରରେ କାଠ କିଣି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଉପକଣ୍ଠରେ ଥିବା ଗ୍ରାମଗୁଡ଼ିକ ସରକାରୀ ଜାଗାରେ ନିଜସ୍ବ ଶ୍ମଶାନ କରିଥିବା ବେଳେ ସହରବାସିନ୍ଦା କିନ୍ତୁ ହଇରାଣ ହେଉଛନ୍ତି। କରଡ଼ାଗାଡ଼ିଆସ୍ଥିତ ଶ୍ମଶାନରେ ମୃତଦେହ ପୋଡ଼ିବା ପାଇଁ ସହରବାସୀ ହଜାର ହଜାର ଟଙ୍କା ଦେଉଥିଲେ ବି ବର୍ଷା ବେଳେ ସଂସ୍କାର କାର୍ଯ୍ୟ କଷ୍ଟକର ହୋଇପଡ଼ୁଛି। ତେଣୁ ସହରରେ ଶ୍ମଶାନ ସହ ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା କରାଗଲେ କମ୍‌ ଖର୍ଚ୍ଚରେ ଓ ବିନା ଅସୁବିଧାରେ ମୃତଦେହ ଦାହ ହୋଇପାରନ୍ତା ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି।
ସହରବାସିନ୍ଦା ବିଶ୍ୱରଞ୍ଜନ ପଟ୍ଟନାୟକ କହିଛନ୍ତି, ପୌରପାଳିକା ପକ୍ଷରୁ ବିଦ୍ୟୁତ୍‌ ଚୁଲା ଥିବା ଶଶ୍ମାନ ନିର୍ମାଣ କରାଯିବା କଥା। ଅନ୍ୟ ସହରରେ ଏହା ନିର୍ମାଣ କରାଯାଇଛି। ମୃତଦେହ ଦାହ ପାଇଁ କାଠ ବ୍ୟବହାର ବ୍ୟୟବହୁଳ। କାଠର ଦର ବଢ଼ୁଥିବାବେଳେ କରଡ଼ାଗାଡ଼ିଆ ଶ୍ମଶାନ କମିଟି ମୃତଦେହ ପିଛା ୩ରୁ ସାଢ଼େ ୩ ହଜାର ଟଙ୍କା ନେଉଛି। ବିଦ୍ୟୁତ୍‌ ଚୁଲା ହେଲେ ସ୍ବଳ୍ପ ବ୍ୟୟରେ ଲୋକେ ସୁବିଧା ପାଇବା ସହ ଅଚିହ୍ନା ମୃତଦେହ ମଧ୍ୟ ଏହି ଚୁଲାରେ ଦାହ ହୋଇପାରନ୍ତା। ତେଣୁ ପୌରପାଳିକା ପକ୍ଷରୁ ଏଭଳି ଚୁଲା ନିର୍ମାଣ କରାଯିବାକୁ ସେ ଦାବି କରିଛନ୍ତି।
ଏ ନେଇ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା କହିଛନ୍ତି, ସହରରେ ଆଦର୍ଶ ଶ୍ମଶାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି। ତେବେ ହେମସୁରପଡ଼ାରେ ଶ୍ମଶାନ ନିମନ୍ତେ ପୌରପାଳିକା ଜାଗା ଚିହ୍ନଟ କରିଥିଲା। କିନ୍ତୁ ବିରୋଧ ଯୋଗୁ ଉକ୍ତ ସ୍ଥାନରେ କାର୍ଯ୍ୟ ହୋଇପାରିନାହିଁ। କରଡ଼ାଗାଡ଼ିଆ ଶ୍ମଶାନ ଉପରେ ଏଥିପାଇଁ ନିର୍ଭର କରିବାକୁ ପଡ଼ୁଛି। କରଡ଼ାଗାଡ଼ିଆ ପୌରପାଳିକା ଅଧୀନରେ ଆସୁନାହିଁ। ତେଣୁ ସେଠାରେ ଆଦର୍ଶ ଶ୍ମଶାନ କଲେ ସରକାରଙ୍କୁ ଅନୁମତି ମାଗିବାକୁ ପଡ଼ିବ। ଅନୁମତି ମିଳିବା ପରେ ଆଦର୍ଶ ଶ୍ମଶାନ ନିର୍ମାଣ ହେବ। ଏହାପରେ ସେଠାରେ ବିଦ୍ୟୁତ୍‌ ଚୁଲାର ବ୍ୟବସ୍ଥା କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼

ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri